Posted inରାଜ୍ୟ

ଡି.ଏସ୍‌. କୁଟ୍ଟେଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଓଡ଼ିଶାରୁ ୨ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି.ଏସ୍‌. କୁଟ୍ଟେ ଏବଂ ଭିଜିଲାନ୍ସ କନ୍‌ଷ୍ଟେବଲ ପ୍ରହଲ୍ଲାଦ କୁମାର ରାଉତ ସମ୍ମାନିତ ହେବେ। ସେହିପରି ପ୍ରଶଂସନୀୟ ସେବା କାର୍ଯ୍ୟ ପାଇଁ ଓଡ଼ିଶାର ୧୧ ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ ମିଳିବ। ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଡି.ଏସ୍‌. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଅଛନ୍ତି। ଓଡ଼ିଶାରୁ କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ପୋଲିସ ପଦକ ମିଳିବ । ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଯାଜପୁର, ରାଉରକେଲା ଓ ଗଜପତି ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୋଇନ୍ଦା ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୫ରୁ ୨୦୧୬ ଗୋଇନ୍ଦା ବିଭାଗ ଆଇଜି ଭାବେ କାର୍ଯ୍ୟ କରିଛନ୍ତି । ସେ ୨୦୧୬ରୁ ୨୦୧୭ ରାଜ୍ୟ ପରିବହନ କମିଶନର ଥିଲେ । ଗୋଇନ୍ଦା ବିଭାଗ ଡିଆଇଜି ଥିବା ବେଳେ ୨୦୧୩ରେ ପ୍ରଶଂସନୀୟ ସେବା ପାଇଁ ସେ ପୋଲିସ ପଦକ ପାଇଥିଲେ । ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ପାଇଛନ୍ତି ।

ପୋଲିସ ପଦକ ବିଜେତାମାନେ ହେଲେ ଭଦ୍ରକର ଅତିରିକ୍ତ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ୟୁନିଟ୍‌ର ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ଭୁବନେଶ୍ବର ଏସିପି ହିମାଂଶୁ ଭୂଷଣ ସ୍ବାଇଁ, ଭୁବନେଶ୍ବରସ୍ଥିତ ବିପିଏସ୍‌ପିଏର ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍ସପେକ୍ଟର ଅରୁଣ ବଳିଆରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସ୍‌ଆଇ ଯୁଗଳ କିଶୋର ପ୍ରଧାନ, କଟକ ନୂଆପାଟଣାର କନ୍‌ଷ୍ଟେବଲ ସରୱରଦ୍ଦିନ୍‌ ଖାଁ, ଭୁବନେଶ୍ବରସ୍ଥିତ ଏସ୍ସିଆରବି ପୋଲିସ ଏଏସ୍‌ଆଇ (କମ୍ପ୍ୟୁଟର୍‌) ବିଜ୍ଞାନ ଭୂଷଣ ମହାନ୍ତି, ଭୁବନେଶ୍ବରର ପୋଲିସ ଡ୍ରିଲ୍‌ ଇନ୍ସପେକ୍ଟର୍‌ ଅନିଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନର ସିପାହି ପ୍ରଦୀପ କୁମାର ବେହେରା। ସାଧାରଣତନ୍ତ୍ର ଦିବସ ଅବସରରେ ସେମାନଙ୍କୁ ପୁରସ୍କୃତ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୩ ପାଇଁ ୯୦୧ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସେଥିରୁ ୧୪୦ଜଣଙ୍କୁ ସାହସିକତା ପୁରସ୍କାର ମିଳିବାକୁ ଥିବା ବେେଳେ ୯୩ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେହିପରି ୬୬୮ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁରସ୍କାର ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri