ଜେଲ ଭିତରେ ଡି ବ୍ରଦର୍ସଙ୍କ ସ୍ମାର୍ଟଫୋନ୍‌:ଖେଳିଗଲା ହଇଚଇ

ବଲାଙ୍ଗୀର,୨୬ା୮(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା କାରାଗାରରୁ ଗତ ଶୁକ୍ରବାର ଜବତ ହୋଇଥିବା ସ୍ମାର୍ଟଫୋନ୍‌ଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ମିଳିଥିବା ଜଣାପଡିଛି। ଏହାକୁ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତ ରହୁଥିବା ସେଲ୍‌ ଭିତରକୁ କିଭଳି ମୋବାଇଲ ଫୋନ୍‌ ଆସିଲା ଏବଂ ଉକ୍ତ ଫୋନ୍‌ରେ ଧଳସାମନ୍ତ କ’ଣ ସବୁ କାରବାର କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ବଲାଙ୍ଗୀର ଏସ୍‌ପି ଋଷିକେଶ ଡି. ଖିଲାରୀ ରବିବାର ଖବରଦାତା ସମ୍ମିଳନୀରେ ଉତ୍ତର ରଖିଛନ୍ତି। ୨୦୧୮ରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସୁଶାନ୍ତ ଧଳସାମନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାରପଡା ଜେଲରୁ ଆପରାଧିକ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା। ଗତ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ବଲାଙ୍ଗୀର ଏସ୍‌ପି ଖିଲାରି ୯ ବରିଷ୍ଠ ପୋଲିସ ଅଧିକାରୀ ଓ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନେଇ ବଲାଙ୍ଗୀର ଜିଲା କାରାଗାର ଭିତରେ ଚଢ଼ାଉ କରିଥିଲେ। ଜେଲର ୧୨ଟି ସେଲ୍‌, ରନ୍ଧାଘର, ଲାଟିନ୍‌, ଗାଧୁଆଘର ଓ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଚଢ଼ାଉ ବେଳେ ଜେଲ ଭିତରୁ ବିଡି, ସିଗାରେଟ୍‌, ଭାଙ୍ଗ ଭଳି ନିଶାଦ୍ରବ୍ୟ, ଦୁଇଟି ଲାଇଟର ଏବଂ ଏକ ଟ୍ରିମର ଜବତ ହୋଇଥିବା ସୂଚନା ଦେଇଥିଲେ। ସେହିଦିନ ଅପରାହ୍ଣରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ଆସି ଘଟଣାର ସମୀକ୍ଷା କରିଥିଲେ। ଏହାପରେ ଜିଲା କାରାଗାର ଭିତରୁ ଏକ ମୋବାଇଲ ଫୋନ୍‌ ଜବତ ହୋଇଥିବା ସୂଚନା ଦିଆଯାଇଥିଲା। କେଉଁ ସେଲ୍‌ରୁ ଫୋନ ଜବତ ହୋଇଥିଲା ସେଦିନ କୁହାଯାଇ ନ ଥିଲା। ରବିବାର ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ଉକ୍ତ ସ୍ମାର୍ଟଫୋନ୍‌ ଜବତ ହୋଇଥିବା କୁହାଯାଇଛି। ବଲାଙ୍ଗୀର ଜେଲ୍‌ ଅଧୀକ୍ଷକ ସର୍ବେଶ୍ୱର ସାହୁ ଉକ୍ତ ସ୍ମାର୍ଟଫୋନ ଜବତ କରି ହସ୍ତାନ୍ତର କରିଥିବା ଏବଂ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଏସ୍‌ପି ଖିଲାରୀ ସୂଚନା ଦେଇଛନ୍ତି। ସ୍ମାର୍ଟଫୋନ ଜବତ ସମୟରେ ଧଳସାମନ୍ତ ଉକ୍ତ ସେଲ୍‌ରେ ନ ଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ କଟକ ବଡମେଡିକାଲକୁ ନିଆଯାଇଥିବା ଏସ୍‌ପି ଖିଲାରୀ ସୂଚନା ଦେଇଛନ୍ତି। ବଲାଙ୍ଗୀର ଜିଲା କାରାଗାରରେ ଅନେକ କୁଖ୍ୟାତ ଅପରାଧୀ ରହିଛନ୍ତି। ସେଠାରୁ ସ୍ମାର୍ଟଫୋନ୍‌, ଟ୍ରିମର, ଲାଇଟର, ବିଡି, ସିଗାରେଟ ଓ ନିଶାଦ୍ରବ୍ୟ ମିଳିବା ଘଟଣା ଆଲୋଡ଼ନ ଖେଳାଇବା ସହ ଜେଲ୍‌ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧଳସାମନ୍ତଙ୍କ ସେଲ୍‌ରୁ ସ୍ମାର୍ଟଫୋନ୍‌ ମିଳିବା ଘଟଣାରେ ଜେଲ୍‌ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri