ଲଘୁଚାପ ସୃଷ୍ଟି: ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୮(ଅନୁରାଧା ମହାରଣା):ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ ଲାଇନ୍‌ ବଙ୍ଗୋସାଗରର ଦକ୍ଷିଣ-ପୂର୍ବରୁ ଉତ୍ତର-ପୂର୍ବ ଦିଗରେ ବ୍ୟାପିଛି। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାରୁ ସମ୍ଭାବନା ରହିଥିବାରୁ ଉକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ଅନ୍ୟପଟେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲାରେ ୭ରୁ ୧୧ ସେମି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ମଧ୍ୟ ୪ ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ପ୍ରବଳ ବର୍ଷା ନେଇ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ଆମ୍ବୁଲାନ୍ସ ଅଭାବ, ଗୁରୁତର ରୋଗୀ ହଟହଟା: ହସ୍ପିଟାଲରେ ଚାପା ଉତ୍ତେଜନା, ଧାରଣା ଦେବାକୁ…

ଦାରିଙ୍ଗବାଡି, ୯।୫ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ଅଭାବ କୁ ନେଇ ଦେଖାଯାଇଛି ଉତ୍ତେଜନା। ଦିନ ଦ୍ବିପ୍ରହରରୁ ଗୁରୁତର…

ପାରଳାଖେମୁଣ୍ଡିରେ ବଢୁଛି ପାଇପ ମିଟର ଚୋରି ଘଟଣା: ସିସିଟିଭିରେ କଏଦ ହେଲା ଚୋରୀ ସମୟର ଦୃଶ୍ୟ, ଚିନ୍ତାରେ…

ପାରଳାଖେମୁଣ୍ଡି, ୯।୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ପାଇପ ମିଟର ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଜନସ୍ବାସ୍ଥ୍ୟ ବିଭାଗ…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri