କ୍ୟାନ୍‌ସର ଚିହ୍ନଟ କରିବ ‘ଡି-୩’

କଥାରେ ଅଛି ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଏହି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଇପାରିଲେ ସେଥିରୁ ଆରୋଗ୍ୟ ମିଳିପାରୁଛି। ଏଥିରେ ବିଳମ୍ବ ହେଲେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁର କାରଣ ସାଜିଥାଏ। ନିକଟରେ ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ କ୍ୟାନ୍‌ସରକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ବାହାର କରିଛନ୍ତି। ଏହି ପ୍ରଣାଳୀକୁ ସେମାନେ ‘ଡି-୩’ ନାମରେ ନାମିତ କରିଛନ୍ତି। ‘ଡି-୩’ ହେଉଛି ଏକ ଉପକରଣରେ ସଂଯୁକ୍ତ ହୋଇଥିବା କ୍ୟାମେରା, ଯାହା ଶରୀର ଭିତରୁ କୋଷ(ସେଲ୍‌)ର ଫଟୋ ଉଠାଇ ପଠାଇଥାଏ। ପରବର୍ତ୍ତୀ ସମୟରେ ଏହି ଫଟୋକୁ ବିଶ୍ଳେଷଣ କରି ତାହା କ୍ୟାନ୍‌ସର ଆକ୍ରାନ୍ତ ହୋଇଛି କି ନାହିଁ ତାହାକୁ ଚିହ୍ନଟ କରାଯାଇଥାଏ।