Categories: ଜାତୀୟ

ନିଆଁ ଲାଗିବା ପରେ ଫାଟିଲା ସିଲିଣ୍ଡର, ୪ ମୃତ

ଶ୍ରୀନଗର,୧୫।୩: ଜମ୍ମୁରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଜମ୍ମୁର ରେସିଡେନ୍ସି ରୋଡ୍‌ରେ ଥିବା ସ୍କ୍ରାପ୍‌ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଥିଲେ। ତେବେ ଶର୍ଟ ସର୍କିଟ ପରେ ସିଲିଣ୍ଡର ବିସ୍ଫୋରଣ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

“ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରେ କିଛି ଗୁରୁତର ଅଛନ୍ତି” ବୋଲି ଜମ୍ମୁ ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି।

Share