Categories: ଜାତୀୟ

ଦୁର୍ବଳ ହେଲା ‘ଗୁଲାବ’ର ତାଣ୍ଡବ: ଶ୍ରୀକାକୁଲମରେ ମତ୍ସଜୀବି ନିଖୋଜ

ବିଶାଖାପାଟନମ,୨୭ ।୯: ବାତ୍ୟା ‘ଗୁଲାବ’ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଏହା ଦୁର୍ବଳ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଏହା ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସନ୍ଧ୍ୟା ପ୍ରାୟ ୬ଟାରୁ ଆରମ୍ଭ ହୋଇ ୩ଘଣ୍ଟା ଧରି ଜାରି ରହିଥିଲା । ଏହା ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ ଓ ଓଡିଶାର ଗୋପଳପୁର ଦେଇ ଗତି କରିଥିଲା । ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଥିବା ବେଳେ ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯାଇଥିଲା । ଜିଲା ପ୍ରଶାସନକୁ ବି ସଜାଗ ରହିବାକୁ କୁହାଯାଇଥିଲା । ରବିବାର ରାତି ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୩୯ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ କେତେଜଣ ମତ୍ସଜୀବି ସମୁଦ୍ରରୁ ଫେରିବା ସମୟରେ ଉଚ୍ଚ ଲହରୀରେ ଡଙ୍ଗା ମାଡ ହୋଇ ଓଲଟିବା ଫଳରେ ସେମାନେ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Share