ଓଡ଼ିଶାକୁ ବିଶେଷ କ୍ଷତି ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ବିଶେଷ କ୍ଷତି ଘଟିବନି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଏପଟେ ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା। କାକିନାଡା-ନସିପୁର ମଧ୍ୟରେ ସ୍ଥଳଭାଗରୁ ଫେରି ରାତିରେ ସମୁଦ୍ରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଦୁର୍ବଳ ହୋଇ ରାତିରେ ଗଭୀର ଅବପାତର ରୂପ ନେବ। ପରେ ଗୁରୁବାର ସକାଳେ ଆହୁରି ଦୁର୍ବଳ ହେବ। ତେବେ ଆନ୍ଧ୍ରର କ୍ରିଷ୍ଣା, ପୂର୍ବ ଓ ପଶ୍ଚିମ ଗୋଦାବରୀ, ବିଶାଖାପାଟଣା ଜିଲା ଉପରେ ବିଶେଷ ପ୍ରଭାବିତ ହେବ। ସେହିପରି ଦକ୍ଷିଣ ଉପକୂଳରେ ୪୦ରୁ ୫୦ କିମି ପବନ ହୋଇପାରେ।