Categories: ଜାତୀୟ

ସମୁଦ୍ର ମଝିରେ ଫସିଛନ୍ତି ୪୧୦ ଜଣ

ମୁମ୍ବାଇ,୧୭।୫: ସାମୁଦ୍ରିକ ଝଡ଼ ତଉକ୍‌ତାଏ ରବିବାର ମଧ୍ୟରାତ୍ରରୁ ମୁମ୍ବାଇ ଉପକୂଳରେ ତାଣ୍ଡବ ଆରମ୍ଭ କରିଥିବା ବେଳେ ୨ଟି ବଡ଼ ବୋଟ୍‌ରେ ଅନୂ୍ୟନ ୪୧୦ ଜଣ ସମୁଦ୍ର ମଧ୍ୟରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ନୌସେନା ପକ୍ଷରୁ ୩ଟି ଜାହାଜକୁ ମୁତୟନ କରାଯାଇଛି। ମୁମ୍ବାଇଠାରୁ ୧୭୫ କି.ମି. ଦୂର ବମ୍ବେ ହାଇରେ ଥିବା ଓଏନ୍‌ଜିସିର ହୀରା ଅଏଲ୍‌ଫିଲ୍ଡ ନିକଟରେ ଗୋଟିଏ ବୋଟ୍‌ରେ ୨୭୩ ଜଣ ଅଟକି ରହିଛନ୍ତି। ସହାୟତା ପାଇଁ ବର୍ତ୍ତା ପଠାଇବା ପରେ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ କୋଚି ଏବଂ ଆଇଏନ୍‌ଏସ୍‌ ତଲଓ୍ବାରକୁ ପଠାଯାଇଛି। ସେହିପରି ୧୩୭ ଜଣଙ୍କୁ ନେଇ ଅନ୍ୟ ଏକ ବୋଟ୍‌ ଜିଏଏଲ୍‌ କନ୍‌ଷ୍ଟ୍ରକ୍ଟର ମୁମ୍ବାଇଠାରୁ ୧୫ କି.ମି. ଦୂର ଆରବ ସାଗରରେ ଅଟକି ରହିଛି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଆଇଏନ୍‌ଏସ୍‌ କୋଲକାତାକୁ ପଠାଯାଇଛି।

Share