Categories: ଜାତୀୟ

ଗମ୍ଭୀର ଅବପାତ ରୂପ ନେଲା ‘ତାଉକ୍ତାଏ’: ଏପର୍ଯ୍ୟନ୍ତ ଗଲାଣି ୮ ଜୀବନ

ଥିରୁଭାନନ୍ତପୁରମ୍‌,୧୭।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ବର୍ତ୍ତମାନ ଏହି ଝଡ ଗୁଜରାଟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଏହା ୮ ଜଣଙ୍କ ଜୀବନ ଯିବା ସହ ଶହ ଶହ ଗଛ ଉପୁଡି ପଡିଛି ଏବଂ ଅନେକ ଗାଁ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏବେ ଗମ୍ଭୀର ଅବପାତ ରୂପ ନେବ। ଆସନ୍ତା ୧୮ ତାରିଖ ୧୨ରୁ ୩ ମଧ୍ୟରେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ କରିବ। ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ସାଇକ୍ଲୋନିକ ଝଡ଼ ସୃଷ୍ଟି ହେବାର ବିପଦ ରହିଛି।

Share