Categories: ଜାତୀୟ

‘ସିତ୍ରାଙ୍ଗ’ର ତାଣ୍ଡବ ବାଂଲାଦେଶରେ ୭ ମୃତ, ମେଘାଳୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୧୦: ବଙ୍ଗୋପସାଗରେ ସୃଷ୍ଟ ଘୁର୍ଣ୍ଣିବଳୟ ‘ସିତ୍ରାଙ୍ଗ’ର ପ୍ରଭାବ ପଶ୍ଚିମବଙ୍ଗରେ ଧୀରେ ଧୀରେ ଦେଖିବାକୁ ମିଳିଛି । କୋଲକାତା ସମେତ କିଛି ଜିଲାରେ ମେଘୁଆ ପାଗ ରହିଥିବା ବେଳେ ପୂର୍ବ ମେଦିନାପୁରର କିଛି ସ୍ଥାନରେ ହାଲକା ବର୍ଷା ବି ହୋଇଛି । ଅନୁମାନ କରାଯାଇଛି କି ‘ସିତ୍ରାଙ୍ଗ’ ସୁନ୍ଦରବନ ଅଞ୍ଚଳରେ ତାଣ୍ଡବ ରଚିପାରେ ।
ବାଂଲାଦେଶରେ ସିତ୍ରାଙ୍ଗ’ ପହଞ୍ଚିବା ପରେ ସେଠାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ବରଗୁନା, ନରୈଲ, ସିରାଜଗଞ୍ଜ ଓ ଭୋଲା ଦ୍ୱିପ ଜିଲାରେ ଅତି କମରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ‘ସିତ୍ରାଙ୍ଗ’ ପ୍ରଭାବରେ ମେଘାଳୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ଅନୁମାନ କରାଯାଇଥିବାରୁ ଏଠାରେ ହାଇ ଆଲର୍ଟ ଜାରି କରାଯାଇଛି ।

Share