ଗଞ୍ଜାମ, ୨୫।୧୦(ବିଦ୍ୟାଧର ସାହୁ ): ପ୍ରତି ବର୍ଷ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ହେଉଛି । ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ ଏକ ପ୍ରକାର ଛାନିଆ ହୋଇ ପଡିଛନ୍ତି । ବଙ୍ଗୋପସାଗରେ ବର୍ତ୍ତମାନ ବଳ ଗୋଟାଉଛି ବାତ୍ୟା । ସେପଟେ ଆଜି ଲଘୁଚାପଟି ଅବପାତର ରୂପ ନେଇଥିବା ବେଳେ ଏହା ଘନୀଭୂତ ହୋଇ ଆସନ୍ତାକାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ଏହାସହ ଘଣ୍ଟା ପ୍ରତି ପବନର ବେଗ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ପ୍ରବଳ ବର୍ଷା ମଧ୍ୟ ସମ୍ଭାବନା ରହିଛି। ଏହି ଭଳି ପାଣିପାଗ ବିଭାଗର ଅନୁମାନ ଯଦି ସତ ହୁଏ ତା’ହେଲେ ନିଶ୍ଚିତ ଭାବେ ଚାଷୀ କ୍ଷତି ସହିବେ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଧାନ ପୁଡା ଧରିଲାଣି । ବର୍ଷା ଓ ଅତ୍ୟଧିକ ପବନ ବୋହିଲେ ଧାନ ପୁଡା ଝଡିଯିବା ସହ ଧାନ ଗଛ ତଳେ ପଡିବ ବୋଲି କଲ୍ୟାଣପୁର ଗ୍ରାମର ଜଣେ ଚାଷୀ କହିଛନ୍ତି।
Dharitri – The Largest & Most Trusted Odia Daily
\

