ଜାପାନ ମୁହାଁ ସାମୁଦ୍ରିକ ଝଡ ନାନମାଡୋଲ, ୨ ଲକ୍ଷ ଲୋକ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…

ଟୋକିଓ, ୧୮।୯ : ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରାଯାଇଛି। ବିନାଶକାରୀ ସାମୁଦ୍ରିକ ଝଡ ନାନମାଡୋଲ ଭୟଙ୍କର ରୂପ ନେଇ ଜାପାନ ଆଡକୁ ଗତି କରୁଛି। ଏହାର ବିପଦକୁ ଆକଳନ କରାଯାଇ ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସେମାନଙ୍କ ଘର ଛାଡି ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଇଛି।

ଜାପାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଝଡ ଶନିବାର ଉପକୂଳଠାରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଥିଲ। ରବିବାର ଜାପାନ ଉପକୂଳରେ ଏହି ବାତ୍ୟା ଆସିବ ବୋଲି ଆଶା କରାଯାଉଛି। ଝଡ ଯୋଗୁ ସ୍ଥାନୀୟଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଝଡ ଉତ୍ତର ଦିଗକୁ ଗତି କରିବ।

ଝଡ ପାଇଁ ଏକ ଚାରି ପର୍ଯ୍ୟାୟ ଉଦ୍ଧାର ନିର୍ଦ୍ଦେଶ ଜାରି କରାଯାଇଛି। ରବିବାର ଝଡ଼ ଯୋଗୁଁ କାଗୋସିମାଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଝଡ ଉତ୍ତର ଦିଗକୁ ଗତି କରିବ ଏବଂ ପରେ ଜାପାନର ମୁଖ୍ୟ ଦ୍ୱୀପ ଆଡ଼କୁ ଗତି କରିବ । ଜାପାନର ପାଣିପାଗ ବିଭାଗର ମୁଖ୍ୟ ରିୟୁଟା କୁରୋରା କହିଛନ୍ତି ଯେ ଏହା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହିତ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Share