ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍‌, ନେଟୱର୍କ ଅଚଳ ପାଇଁ…

ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍‌କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ବିଡିଓ ରାମକ୍ରିଷ୍ନା ନାୟକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ପ୍ରଭାବରେ କୌଣସି ଧନଜୀବନ ନଷ୍ଟ ନ ହେବା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍‌ର ରାଲେଗଡା, ଚନ୍ଦକା, ପେଟୁରୁ, ପଟ୍ଟାଙ୍ଗି ଅମ୍ପାବାଲି, ଦେଓପଟ୍ଟାଙ୍ଗି ଓ ସମ୍ବାଇ ଆଦି ପଞ୍ଚାୟତରେ ୮ ଆଶ୍ରୟସ୍ଥଳୀ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ୧୨୧ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ପ୍ରଭାବରେ ବିଭିନ୍ନ ପଞ୍ଚାୟତରେ ଭାଙ୍ଗିଥିବା ୧୫ ଘରକୁ ପଲିଥିନ୍‌ ପ୍ରଦାନ କରାଯାଇଛି। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ପ୍ରଦାନ କରାଯାଇଛି। ବାତ୍ୟାର ପ୍ରଭାବରେ ମଙ୍ଗଳବାର ବ୍ଲକ୍‌ର ସୁଙ୍କି ମୁଙ୍ଗାରଗୁମି, ସମ୍ବାଇ ସୁନାବେଡା ଘାଟି ଓ ଗାଙ୍ଗରାଜପୁର ପଞ୍ଚାୟତର କାଉଗୁଣ୍ଠା ନୂତନ ପ୍ରାଥମିକ ବିଦ୍ୟାଳୟ ଉପରେ ଗଛ ପଡିଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳକୁ ଓଡ୍ରାଫ୍‌ ଟିମ୍‌ ଯାଇ ରାସ୍ତା ଓ ଘାଟି ସଫା କରିଥିଲେ। ବିଦ୍ୟାଳୟ ଉପରୁ ଗଛ କଡାଯାଇଥିବା ବିଡିଓ ନାୟକ ପ୍ରକାଶ କରିଛନ୍ତି। ବାତ୍ୟାର ପ୍ରକୋପ ବଢିବାରେ ଲାଗିଥିବାରୁ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହି ଜରୁରୀକାଳିନ ସମୟରେ ପଞ୍ଚାୟତ ଓ ଆଶ୍ରୟସ୍ଥଳୀରୁ କୌଣସି ଖବର ବ୍ଲକ୍‌ ପ୍ରଶାସନ ନିକଟରେ ପହଞ୍ଚିବା ପାଇଁ ମୋବାଇଲ ନେଟୱର୍କ ବାଧକ ସାଜିଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri