Categories: ଜାତୀୟ

ତାଣ୍ଡବ ରଚିଲା ‘ମାଣ୍ଡୋସ୍‌’ ଆନ୍ଧ୍ର-ପ୍ରଦେଶ, ତାମିଲନାଡୁରେ ପବନ ସାଙ୍ଗକୁ ପ୍ରବଳ ବର୍ଷା, ସ୍କୁଲ କଲେଜ ବନ୍ଦ

ତାମିଲନାଡୁ/ଚେନ୍ନାଇ,୧୦ ।୧୨: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାଣ୍ଡୋସ’ ଏବେ ଦକ୍ଷିଣ ରାଜ୍ୟରେ ତା’ର ପ୍ରଭାବ ଦେଖାଇଛି । ଆନ୍ଧ୍ର ପ୍ରଦେଶ, ତାମିଲ ନାଡୁ ଓ ପୁଡୁଚେରୀ ରାଜ୍ୟରେ ମାଣ୍ଡୋସ ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ପାଣିପାଗ ବିଭାଗ ପକ୍ଷରୁ ପ୍ରଥମରୁ ଏହି ଘୁର୍ଣ୍ଣିଝଡ଼କୁ ନେଇ ଚେତାବନୀ ଜାରି କରାଯାଇଥିଲା ।
ପଣିପାଗ ବିଭାଗର ସୂଚନା ଅନୁଯାୟୀ ୧୧ ଡିସେମ୍ବର ପର୍ଯ୍ୟନ୍ତ ଉତ୍ତର ତାମିଲ ନାଡୁ ଓ ଆନ୍ଧ୍ର ପ୍ରଦେଶର ଉପକୂଳ ପ୍ରଭାବିତ ହେବ । ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପ୍ରଭାବିତ ରାଜ୍ୟରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।
ମାଣ୍ଡୋସ ଶୁକ୍ରବାର ରାତିରେ ତାମିଲନାଡୁ ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ବେଳେ ଏହାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି । ଚେନ୍ନାଇରେ ବି ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚେତାବନି ଅନୁଯାୟୀ, ଶନିବାର ଏହା ଅଧିକ ମାତ୍ରାରେ ପ୍ରଭାବିତ କରିବ । ଏହାପରେ ମାଣ୍ଡୋସ ଦୁର୍ବଳ ହୋଇଯିବ ।

Share