ଦାଉ ସାଧିଲା ବାତ୍ୟା ‘ଜଓ୍ବାଦ’

ଜଗତ୍‌ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍‌ସିଂହପୁର ପୌରାଞ୍ଚଳର ଓ ବ୍ଲକ ଅଞ୍ଚଳରେ ୭୧ ମିମି, ବିରିଡ଼ି ୧୯, ରଘୁନାଥପୁର ୮୫, ବାଲିକୁଦା ୧୪୫, ନାଉଗାଁ ୧୨୯, ତିର୍ତ୍ତୋଲ ୧୦୦, କୁଜଙ୍ଗ ୧୩୬, ଏରସମାରେ ୨୨୦ ଏହିପରି ମୋଟ ୯୧୫ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜିଲାରେ ଧାନ, ଡାଲିଜାତୀୟ ଫସଲ ଓ ପନପରିବା କ୍ଷତିଗ୍ରସ୍ତ ହୋଇଛି। ୨ରୁ ୩ ଦିନ ମଧ୍ୟରେ ବିଲରୁ ବର୍ଷା ଜଳ ନିଷ୍କାସନ ନ ହେଲେ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁ ପାରାଦୀପ, ଏରସମା ଓ ଏହାର ଆଖପାଖ ଅଞ୍ଚଳର ଅବସ୍ଥା ବେହାଲ ହୋଇଛି। ଧାନ କିଆରିରେ ପାଣି ଜମିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏରସମାର ଚାଷୀ ବଂଶୀଧର ବେହେରା, ଅମୂଲ୍ୟ ମହାନ୍ତି, ପ୍ରସନ୍ନ କୁଅଁର, ନିକୁଞ୍ଜ କିଶୋର ସ୍ବାଇଁ, ରଞ୍ଜନ ଖଣ୍ଡୁଆଳ ପ୍ରମୁଖ କ୍ଷତିପୂରଣ ଦାବି କରିଛନ୍ତି। ତିର୍ତ୍ତୋଲ ବ୍ଲକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହଁସୁଆ, ବୃଦ୍ଧା, ଧନୁଆ, ଅଶୃଙ୍ଖଳା ସଫେଇରେ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିଗୁଡ଼ିକରେ ପାଣି ଜମି ରହିଛି।

ରଘୁନାଥପୁର ବ୍ଲକର ଅନେକ ଚାଷ ଜମିରେ ପାଚିଲା ଧାନ ଶୋଇଯାଇଥିବା ବେଳ ଏହା ଉପରେ ଏକ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ବର୍ଷାଯୋଗୁ ବ୍ଲକର ସମସ୍ତ ପଞ୍ଚାୟତରେ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନାଉଗଁା ବ୍ଲକରେ ଚଳିତ ବର୍ଷ ୭ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ଧାର କରଜ କରି ଚାଷୀ ଅମଳକୁ ଜଗିଥିବା ବେଳେ ବାତ୍ୟା ‘ଜଓ୍ବାଦ’ ଦାଉ ସାଧିଛି। ଚାଷ ଜମିରେ ପାଣି ଜମିଥିବାରୁ ପାଚିଲା ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ନବନିର୍ମାଣ କୃଷକ ସଙ୍ଗଠନ ଜିଲା ସହସଂଯୋଜକ ଅଶୋକ ସ୍ବାଇଁ, ବ୍ଳକ ସଂଯୋଜକ ପ୍ରଫୁଲ୍ଲ ପରିଡା, ଏଆଇକେକେଏମ୍‌ଏସ୍‌ର ଜିଲା ସଭାପତି ସୁବାସ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri