ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସେ ନେଇ ରବିବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଏକ ଜରୁରୀ ବୈଠକ ବସିଥିଲା। ଭିସି ମାଧ୍ୟମରେ ଜିଲାର ସମସ୍ତ ଏସ୍ପି, ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ।
ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲାପାଳ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଉଛନ୍ତି। ଆସନ୍ତା ୨୭ ଓ ୨୮ ତାରିଖ ପାଇଁ ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ ବୋଲି ବୈଠକରୋ କୁହାଯାଇଛି। ଏପରିକି ସୋମବାର ହେବାକୁ ଥିବା ଜନଶୁଣାଣି ବନ୍ଦ ରହିବ ବୋଲି ଜିଲାପାଳ କହିଛନ୍ତି।


