Posted inଜାତୀୟ

ଲ୍ୟାଣ୍ଡଫଲ କଲା ବାତ୍ୟା ‘ଫେଙ୍ଗାଲ’, ପବନ ସହ ପ୍ରବଳ ବର୍ଷା

ଚେନ୍ନାଇ,୩୦।୧୧: ଶନିବାର ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ସାଇକ୍ଲୋନ ଫେଙ୍ଗାଲ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଆସନ୍ତା ତିନିରୁ ଚାରି ଘଣ୍ଟା ମଧ୍ୟରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ। ଏବେ, ଏହି ତିନିରୁ ଚାରି ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଘୂର୍ଣ୍ଣିବଳୟ ଯୋଗୁଁ ଏହି ଅଞ୍ଚଳରେ ପ୍ରବଳ ବର୍ଷା, ପ୍ରବଳ ପବନ ଓ ଭୂସ୍ଖଳନ ହୋଇଥିଲା। ତେବେ ଏହାପୂର୍ବରୁ ଚେନ୍ନାଇରେ ଟ୍ରେନ ସେବା, ବିମାନବନ୍ଦରରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା ଏବଂ ଲୋକଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେତୁ ସହରର ଅନେକ ଡାକ୍ତରଖାନା ଏବଂ ଘର ଜଳବନ୍ଦୀ ହୋଇ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅତିରିକ୍ତ ମହାନିର୍ଦ୍ଦେଶକ ଏସ ବାଲାଚନ୍ଦ୍ରନ କହିଛନ୍ତି ଯେ ଶନିବାର ସା ପ୍ରାୟ ୫ଟା ୩୦ରେ ଏହି ଘୂର୍ଣ୍ଣିବଳୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଡୁଚେରୀ ଅଞ୍ଚଳ ନିକଟରେ ଏହା ଲ୍ୟାଣ୍ଡଫଲ କରୁଥିବା ସେ ନିଶ୍ଚିତ କରିଛନ୍ତି ଏବଂ ପ୍ରାୟ ଚାରି ଘଣ୍ଟା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆକଳନ କରିଛନ୍ତି। ଘୂର୍ଣ୍ଣିବଳୟ ପୁଡୁଚେରୀରେ ପହଞ୍ଚିବା ପୂର୍ବରୁ କର୍ତ୍ତୃପକ୍ଷ ମଧ୍ୟ ଏକ ଚେତାବନୀ ଦେଇଛନ୍ତି। ଶନିବାର ପ୍ରବଳ ବର୍ଷା ହେତୁ ପ୍ରାୟ ୧୨ ଲକ୍ଷ ଲୋକ ସତର୍କ ରହିବାକୁ ଏସଏମଏସ ଆଲର୍ଟ ମିଳିଛି।
ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର ଅନେକ ଜିଲାରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏହି କାରଣରୁ ଶହ ଶହ ଲୋକ ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି। ପୁଡୁଚେରୀର ତଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ସେଠାରୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଅଧିକ ସତର୍କ ରହିବାକୁ ପ୍ରଶାସନ କହିଛି।
ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଏବଂ ରାୟଲସିମା ଅଞ୍ଚଳରେ ଅନେକ ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ନେଲୋର, ତିରୁପତି ଏବଂ ଚିତ୍ତୋର ଜିଲା ସମେତ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri