ଆଉ ୧୮୦ କିମି ଦୂରରେ ‘ଦାନା’; ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଯାଆନ୍ତୁ। ଟିଣ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ କାଟ୍‌ ହେବ, ସେଥିଲାଗି ସତର୍କ ରୁହନ୍ତୁ।

ଭୁବନେଶ୍ୱରରେ ଆଗକୁ ବର୍ଷାର ପରିମାଣ ବଢ଼ିବ। କାରଣ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share
Tags: odisha