Categories: ଜାତୀୟ

ବାତ୍ୟା ‘ବୁରେଭି’କୁ ନେଇ ତାମିଲନାଡୁ, କେରଳରେ ହାଇ ଆଲର୍ଟ : ଡିସେମ୍ବର ୪ରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ,୩ ।୧୨: ଏବେ ସ୍ଥଳଭାଗ ମୁହାଁ ଆଉ ଏକ ବାତ୍ୟା ‘ବୁରେଭି’ । ଏହା କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ କେରଳ ଓ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଏହାସହ କନ୍ୟାକୁମାରୀ, ତୁତିକୋରିନ, ତୁରୁନେଲବେଲି ଆଦି ଅଞ୍ଚଳକୁ ଏନ୍‌ଡିଆର୍‌ଏଫ୍ ଟିମକୁ ପଠାଇ ଦିଆଯାଇଛି । ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ବୁରବି ଡିସେମ୍ବ ୪ରେ ତାମିଲନାଡୁ ଉପପୂଳରେ ସ୍ଥଳଭାଗ ଛୁଇଁପାରେ । ଏଥିପାଇଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳରେ ୩ ଡିସେମ୍ବରରୁ ରେଡ ଆଲର୍ଟ ଜାରି କରାଯାଇଛି । ଏହାସହ ସମୁଦ୍ରରେ ଥିବା ମତ୍ସଜୀବିଙ୍କୁ ଫେରିଆସିବାକୁ କୁହାଯାଇଥିବା ବେଳେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ କେହି ସମୁଦ ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଓ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ ଫୋନରେ କଥା ହେବା ପରେ ମୋଦି ଟୁଇଟ୍ କରି ଜଣାଇଛନ୍ତି ଯେ କେନ୍ଦ୍ର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଯଥା ସମ୍ଭବ ସହାୟତା ହୋଗାଇ ଦେବାକୁ ପ୍ରସ୍ତୁତ ଅଛି । ଏହାସହ ବାତ୍ୟା ପ୍ରଭାବିତ ନିରାପଦ ରୁହନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ମୋଦି ।

Share