ଗଞ୍ଜାମ,୧୯।୧୧(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବାତ୍ୟା ଅକ୍ୱାନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l ବାତ୍ୟା ଅକ୍ୱାନ ଗୋପାଳପୁରଠାରୁ ଅତି ନିକଟରେ ପୂର୍ବ ଦିଗରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ଏକ ପ୍ରକାର ଭୟଭୀତ ହୋଇପଡିଛନ୍ତି l
ବିଶେଷ କରି ଏହି ବାତ୍ୟାରେ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମ ତଥା ଗୋଖର କୁଦା, ପୋଡମ ପେଟା, ପାଳିବନ୍ଧ, ପୁରୁଣା ବନ୍ଧ, କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ମୟୁରପଦା, ଖଟୁଆକୁଦା ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହେବ ଆଶଙ୍କା ରହିଛି l ପୂର୍ବାହ୍ନରେ ଗଞ୍ଜାମ ଏସ୍ପି ହରିଶ ବିଶି, ରମ୍ଭା ଆଇଆଇସି କୁମାର ମୁଦୁଲି, ହୁମା ଫାଣ୍ଡି ଅଧିକାରୀ ବିନୟ ଦାସ ପ୍ରମୁଖ ବଟେଶ୍ୱର ବେଳାଭୂମି ପରିଦର୍ଶନ କରିଥିଲେ।
ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ବାତ୍ୟା ମୁକାବିଲା ୬ ଗ୍ରାମବାସୀଙ୍କୁ ନେଇ ଗଠିତ ବଟେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ତତ୍ପରତା ଦେଖା ଦେଇଛି l ବାତ୍ୟା ସମୟରେ ପ୍ରଶାସନକୁ ସହଯୋଗର ହାତ ବଢାଇବା ଶହ ବଟେଶ୍ୱର ବେଳାଭୂମିକୁ ସମ୍ପୂର୍ଣ ସିଲ୍ କରି ଦିଆଯାଇଛି l ଅନ୍ୟପଟେ ଏହି ବାତ୍ୟା ପାଇଁ କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ବଟେଶ୍ୱର ବାଲୀ ଯାତ୍ରା ପଡିଆରେ ହେବାକୁ ଥିବା ଯାତ୍ରା କମିଟି ଓ ପ୍ରଶାସନର ମିଳିତ ଭାବେ ବନ୍ଦ କରି ଦିଆଇଥିବା ଜଣାପଡିଛି।