ଘୂର୍ଣ୍ଣିବଳୟ: ଆଉ ୨ ଦିନ ବର୍ଷା: ଆଜିଠୁ ସାମାନ୍ୟ କମିବ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ)- ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଆସନ୍ତା ୨ ଦିନ ଯାଏ ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ତେବେ ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଚଳିତ ମାସ ଆରମ୍ଭରୁ ଏ ପର୍ଯ୍ୟନ୍ତ ୭୯.୪ ମି.ମି. ବର୍ଷା ହୋଇଛି, ଯାହା ସ୍ବାଭାବିକ ତୁଳନାରେ ୬୫ ପ୍ରତିଶତ ଅଧିକ ରହିଛି।