ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ବିନିକା,୯।୧୦(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ଗୁଲୁଣ୍ଡା ମଠ ଛକ ପାଖରେ ସୋମବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସିଲଟି ଗ୍ରାମର କୁଞ୍ଜ ବିହାରୀ ଦାସ (୪୫)। କୌଣସି କାର୍ଯ୍ୟ ପାଇଁ ସେ ସାଇକେଲ ଯୋଗେ ବିନିକା ଆସୁଥିବାବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କୁଞ୍ଜକୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବିନିକା ଥାନାରେ ଏକ ମାମଲା (ନଂ.୨୧୮/୨୩ ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ବାଇକ୍‌ ଜବତ କରି ତଦନ୍ତ ଚଳାଇଛି।