ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର ଠକେଇ ବଢ଼ିଯାଇଛି। ଏଥିପାଇଁ ସାଇବର ସିକ୍ୟୁରିଟି ବିଷୟରେ ଜାଣିବା ଜଣେ ଖାତାଧାରକ ଲାଗି ଜରୁରୀ ହୋଇପଡ଼ିଛି।
ସର୍ବପ୍ରଥମେ ଆସନ୍ତୁ ଜାଣିବା ବ୍ୟାଙ୍କିଙ୍ଗ୍‌ ସାଇବର ସୁରକ୍ଷା କ’ଣ: ସଫ୍ଟଓ୍ବେର ପରିଚାଳିତ ବିଭିନ୍ନ ତନଖି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ତା’ର ଗ୍ରାହକଙ୍କ ଖାତା ଓ କାରବାରକୁ ସୁରକ୍ଷିତ କରିଥାଏ। ପ୍ରତି ଆର୍ଥିକ ପ୍ରତିଷ୍ଠାନ ସେମାନଙ୍କ ଗ୍ରାହକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଖାତାଧାରକଙ୍କ ଜରୁରୀ ତଥ୍ୟ, କାରବାର ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ। ବ୍ୟାଙ୍କ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ବିବରଣୀ ଓ ଆର୍ଥିକ ସୂଚନା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଏ। ସାଇବର ସିକ୍ୟୁରିଟି ନ ରହିଲେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ଏହା ସହିତ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।
ସାଇବର ସୁରକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ସେମାନଙ୍କ ଟଙ୍କା ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେଇପାରିବ ବୋଲି ଗ୍ରାହକମାନେ ଆସ୍ଥା ରଖନ୍ତି। ସାମଗ୍ରିକ ଓ ସମସ୍ତ ନିୟାମକ ଅନୁପାଳନ କରାଯିବା ଦରକାର। ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ତଥ୍ୟ ସୁରକ୍ଷା ସମ୍ବନ୍ଧରେ କଠୋର ନିୟମ ମାନିବା ଆବଶ୍ୟକ। ଏଥିରେ ବିଫଳ ହେଲେ ପ୍ରତିଷ୍ଠାନଗୁଡ଼ିକ କଠୋର ଦଣ୍ଡର ସମ୍ମୁଖୀନ ହେବା ସହିତ ସେମାନେ ପ୍ରତିଷ୍ଠା ହରାଇପାରନ୍ତି।
ସାଇବର ଆକ୍ରମଣ ଦ୍ୱାରା ବ୍ୟାଙ୍କ ଓ ଖାତାଧାରକଙ୍କ ପାଇଁ ସିଧାସଳଖ ଆର୍ଥିକ କ୍ଷତି ହୋଇପାରେ। ପ୍ରଭାବଶାଳୀ ସାଇବର ସୁରକ୍ଷା ଏହି ବିପଦକୁ କମ୍‌ କରିଥାଏ।
ସାଇବର ଠକେଇରୁ କିପରି ବର୍ତ୍ତିବେ ସେ ସମ୍ପର୍କରେ ସଚେତନ ହେବା ଦରକାର। ଶକ୍ତିଶାଳୀ ପାସ୍‌ୱାର୍ଡ- ଅକ୍ଷର, ସଂଖ୍ୟା ଓ ଚିହ୍ନ ବ୍ୟବହାର କରି ଜଟିଳ ପାସ୍‌ୱାର୍ଡ ତିଆରି କରନ୍ତୁ। ଜନ୍ମଦିନ କିମ୍ବା ସାଧାରଣ ଶବ୍ଦ ପରି ସହଜରେ ଅନୁମାନଯୋଗ୍ୟ ତଥ୍ୟ ବ୍ୟବହାର କରି ପାସ୍‌ୱାର୍ଡ ଗଠନରୁ ଦୂରେଇ ରୁହନ୍ତୁ। ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେଶନ(ଏମ୍‌ଏଫ୍‌ଏ) ଆପଣଙ୍କ ପାସ୍‌ୱାର୍ଡ ବ୍ୟତୀତ ଭେରିଫିକେଶନ ଅନ୍ୟ ଦିଗ ମଧ୍ୟ ଯାଞ୍ଚ କରିଥାଏ। ଏହାଦ୍ୱାରା ହ୍ୟାକିଂର ଆଶଙ୍କା କମିଯାଏ। ବ୍ୟକ୍ତିଗତ ସୂଚନା ମାଗୁଥିବା ଅବାଞ୍ଛିତ ଇମେଲ୍‌, ଫୋନ କଲ୍‌ କିମ୍ବା ବାର୍ତ୍ତା ପ୍ରତି ସତର୍କ ରୁହନ୍ତୁ। କୌଣସି ବିବରଣୀ ପ୍ରଦାନ କରିବା ପୂର୍ବରୁ ସର୍ବଦା ତାହାର ଉତ୍ସ ଯାଞ୍ଚ କରନ୍ତୁ। ନିୟମିତ ସଫ୍ଟୱେର ଅପଡେଟ ଜରୁରୀ। ଠକେଇରୁ ସୁରକ୍ଷା ପାଇବା ପାଇଁ ଆପଣଙ୍କ କମ୍ପ୍ୟୁଟର ଓ ଫୋନ୍‌ର ଅପରେଟିଂ ସିଷ୍ଟମ, ବ୍ରାଉଜର ତଥା ବ୍ୟାଙ୍କିଙ୍ଗ୍‌ ଆପ୍‌କୁ ନିୟମିତ ଅପଡେଟ୍‌ କରନ୍ତୁ। ନିୟମିତ ଆକାଉଣ୍ଟ ମଧ୍ୟ ଯାଞ୍ଚ କରନ୍ତୁ। କୌଣସି ଅନଧିକୃତ କାରବାର ସମ୍ପର୍କରେ ଜାଣିବା ଲାଗି ନିୟମିତ ଭାବେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ ଆକାଉଣ୍ଟ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖନ୍ତୁ। ଆପଣଙ୍କ ଡିଭାଇସ୍‌କୁ ମାଲ୍‌ୱେରରୁ ରକ୍ଷା କରିବା ପାଇଁ ଆଣ୍ଟିଭାଇରସ୍‌ ସଫ୍ଟୱେର ଓ ଫାୟାରୱାଲ ବ୍ୟବହାର କରନ୍ତୁ। ବ୍ୟାଙ୍କିଙ୍ଗ୍‌ କାରବାର ପାଇଁ ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରନ୍ତୁ ନାହିଁ।
ଏସବୁ ଛଡ଼ା ସାଧାରଣ ସାଇବର ବିପଦକୁ କିପରି ଚିହ୍ନିହେବ ସେ ବିଷୟରେ ସର୍ବଦା ଅବଗତ ରହିବା ଜରୁରୀ। ଗ୍ରାହକମାନଙ୍କୁ ଅନଲାଇନ କାରବାରରେ ସଚେତନ ରହିବାକୁ ଅନେକ ବ୍ୟାଙ୍କ ତାଲିମ ଦେଇଥାନ୍ତି। ତଥାପି ହ୍ୟାକରମାନେ ଲୋକମାନଙ୍କୁ ଠକିବାର ନୂଆ ନୂଆ କୌଶଳ ଆପଣାଇଥାନ୍ତି। ସେ ସବୁକୁ ପ୍ରତିହତ କରିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ କାହାକୁ ଜଣାଇବା ଅନୁଚିତ। ନିଜେ ସଚେତନ ରହିଲେ ହିଁ ଏପରି ବିପଦକୁ ଏଡ଼ାଇ ପାରିବେ। ବର୍ତ୍ତମାନ ସମୟରେ ଦିନକୁ ଦିନ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବୀ ଓ ଟେକ୍ନୋଲୋଜିକୁ ଦେଖି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ଆପଣଙ୍କର ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧୀୟ କୌଣସି ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ କାରବାର ପ୍ରସଙ୍ଗରେ କୌଣସି ସମସ୍ୟା ଦେଖାଯିବା ମାତ୍ରେ ତୁରନ୍ତ ନିକଟସ୍ଥ ବ୍ୟାଙ୍କ କିମ୍ବା ଆପଣଙ୍କ ପାସ୍‌ବୁକ ରହିଥିବା ଶାଖା ସହ ଯୋଗାଯୋଗ ରଖନ୍ତୁ। ଆପଣଙ୍କର ସତର୍କତା ଓ ସଚେତନତା କେବଳ ଆପଣଙ୍କର ନୁହେଁ ବ୍ୟାଙ୍କ ସହ ଆମ ଜାତୀୟ ଅର୍ଥନୀତିର ଏକ ସୁରକ୍ଷିତ ଦିଗ ପ୍ରତି ଆପଣ ଯେ ଯତ୍ନବାନ୍‌ ଏହା ମଧ୍ୟ ପ୍ରମାଣିତ ହୋଇପାରିବ।
ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟାଫ୍‌ କଲୋନୀ, ଦେଉଳସାହି, ତୁଳସୀପୁର, କଟକ
ମୋ: ୯୯୩୭୬୫୮୩୬୨


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri