ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର ଠକେଇ ବଢ଼ିଯାଇଛି। ଏଥିପାଇଁ ସାଇବର ସିକ୍ୟୁରିଟି ବିଷୟରେ ଜାଣିବା ଜଣେ ଖାତାଧାରକ ଲାଗି ଜରୁରୀ ହୋଇପଡ଼ିଛି।
ସର୍ବପ୍ରଥମେ ଆସନ୍ତୁ ଜାଣିବା ବ୍ୟାଙ୍କିଙ୍ଗ୍‌ ସାଇବର ସୁରକ୍ଷା କ’ଣ: ସଫ୍ଟଓ୍ବେର ପରିଚାଳିତ ବିଭିନ୍ନ ତନଖି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ତା’ର ଗ୍ରାହକଙ୍କ ଖାତା ଓ କାରବାରକୁ ସୁରକ୍ଷିତ କରିଥାଏ। ପ୍ରତି ଆର୍ଥିକ ପ୍ରତିଷ୍ଠାନ ସେମାନଙ୍କ ଗ୍ରାହକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଖାତାଧାରକଙ୍କ ଜରୁରୀ ତଥ୍ୟ, କାରବାର ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ। ବ୍ୟାଙ୍କ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ବିବରଣୀ ଓ ଆର୍ଥିକ ସୂଚନା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଏ। ସାଇବର ସିକ୍ୟୁରିଟି ନ ରହିଲେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ଏହା ସହିତ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।
ସାଇବର ସୁରକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ସେମାନଙ୍କ ଟଙ୍କା ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେଇପାରିବ ବୋଲି ଗ୍ରାହକମାନେ ଆସ୍ଥା ରଖନ୍ତି। ସାମଗ୍ରିକ ଓ ସମସ୍ତ ନିୟାମକ ଅନୁପାଳନ କରାଯିବା ଦରକାର। ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ତଥ୍ୟ ସୁରକ୍ଷା ସମ୍ବନ୍ଧରେ କଠୋର ନିୟମ ମାନିବା ଆବଶ୍ୟକ। ଏଥିରେ ବିଫଳ ହେଲେ ପ୍ରତିଷ୍ଠାନଗୁଡ଼ିକ କଠୋର ଦଣ୍ଡର ସମ୍ମୁଖୀନ ହେବା ସହିତ ସେମାନେ ପ୍ରତିଷ୍ଠା ହରାଇପାରନ୍ତି।
ସାଇବର ଆକ୍ରମଣ ଦ୍ୱାରା ବ୍ୟାଙ୍କ ଓ ଖାତାଧାରକଙ୍କ ପାଇଁ ସିଧାସଳଖ ଆର୍ଥିକ କ୍ଷତି ହୋଇପାରେ। ପ୍ରଭାବଶାଳୀ ସାଇବର ସୁରକ୍ଷା ଏହି ବିପଦକୁ କମ୍‌ କରିଥାଏ।
ସାଇବର ଠକେଇରୁ କିପରି ବର୍ତ୍ତିବେ ସେ ସମ୍ପର୍କରେ ସଚେତନ ହେବା ଦରକାର। ଶକ୍ତିଶାଳୀ ପାସ୍‌ୱାର୍ଡ- ଅକ୍ଷର, ସଂଖ୍ୟା ଓ ଚିହ୍ନ ବ୍ୟବହାର କରି ଜଟିଳ ପାସ୍‌ୱାର୍ଡ ତିଆରି କରନ୍ତୁ। ଜନ୍ମଦିନ କିମ୍ବା ସାଧାରଣ ଶବ୍ଦ ପରି ସହଜରେ ଅନୁମାନଯୋଗ୍ୟ ତଥ୍ୟ ବ୍ୟବହାର କରି ପାସ୍‌ୱାର୍ଡ ଗଠନରୁ ଦୂରେଇ ରୁହନ୍ତୁ। ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେଶନ(ଏମ୍‌ଏଫ୍‌ଏ) ଆପଣଙ୍କ ପାସ୍‌ୱାର୍ଡ ବ୍ୟତୀତ ଭେରିଫିକେଶନ ଅନ୍ୟ ଦିଗ ମଧ୍ୟ ଯାଞ୍ଚ କରିଥାଏ। ଏହାଦ୍ୱାରା ହ୍ୟାକିଂର ଆଶଙ୍କା କମିଯାଏ। ବ୍ୟକ୍ତିଗତ ସୂଚନା ମାଗୁଥିବା ଅବାଞ୍ଛିତ ଇମେଲ୍‌, ଫୋନ କଲ୍‌ କିମ୍ବା ବାର୍ତ୍ତା ପ୍ରତି ସତର୍କ ରୁହନ୍ତୁ। କୌଣସି ବିବରଣୀ ପ୍ରଦାନ କରିବା ପୂର୍ବରୁ ସର୍ବଦା ତାହାର ଉତ୍ସ ଯାଞ୍ଚ କରନ୍ତୁ। ନିୟମିତ ସଫ୍ଟୱେର ଅପଡେଟ ଜରୁରୀ। ଠକେଇରୁ ସୁରକ୍ଷା ପାଇବା ପାଇଁ ଆପଣଙ୍କ କମ୍ପ୍ୟୁଟର ଓ ଫୋନ୍‌ର ଅପରେଟିଂ ସିଷ୍ଟମ, ବ୍ରାଉଜର ତଥା ବ୍ୟାଙ୍କିଙ୍ଗ୍‌ ଆପ୍‌କୁ ନିୟମିତ ଅପଡେଟ୍‌ କରନ୍ତୁ। ନିୟମିତ ଆକାଉଣ୍ଟ ମଧ୍ୟ ଯାଞ୍ଚ କରନ୍ତୁ। କୌଣସି ଅନଧିକୃତ କାରବାର ସମ୍ପର୍କରେ ଜାଣିବା ଲାଗି ନିୟମିତ ଭାବେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ ଆକାଉଣ୍ଟ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖନ୍ତୁ। ଆପଣଙ୍କ ଡିଭାଇସ୍‌କୁ ମାଲ୍‌ୱେରରୁ ରକ୍ଷା କରିବା ପାଇଁ ଆଣ୍ଟିଭାଇରସ୍‌ ସଫ୍ଟୱେର ଓ ଫାୟାରୱାଲ ବ୍ୟବହାର କରନ୍ତୁ। ବ୍ୟାଙ୍କିଙ୍ଗ୍‌ କାରବାର ପାଇଁ ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରନ୍ତୁ ନାହିଁ।
ଏସବୁ ଛଡ଼ା ସାଧାରଣ ସାଇବର ବିପଦକୁ କିପରି ଚିହ୍ନିହେବ ସେ ବିଷୟରେ ସର୍ବଦା ଅବଗତ ରହିବା ଜରୁରୀ। ଗ୍ରାହକମାନଙ୍କୁ ଅନଲାଇନ କାରବାରରେ ସଚେତନ ରହିବାକୁ ଅନେକ ବ୍ୟାଙ୍କ ତାଲିମ ଦେଇଥାନ୍ତି। ତଥାପି ହ୍ୟାକରମାନେ ଲୋକମାନଙ୍କୁ ଠକିବାର ନୂଆ ନୂଆ କୌଶଳ ଆପଣାଇଥାନ୍ତି। ସେ ସବୁକୁ ପ୍ରତିହତ କରିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ କାହାକୁ ଜଣାଇବା ଅନୁଚିତ। ନିଜେ ସଚେତନ ରହିଲେ ହିଁ ଏପରି ବିପଦକୁ ଏଡ଼ାଇ ପାରିବେ। ବର୍ତ୍ତମାନ ସମୟରେ ଦିନକୁ ଦିନ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବୀ ଓ ଟେକ୍ନୋଲୋଜିକୁ ଦେଖି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ଆପଣଙ୍କର ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧୀୟ କୌଣସି ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ କାରବାର ପ୍ରସଙ୍ଗରେ କୌଣସି ସମସ୍ୟା ଦେଖାଯିବା ମାତ୍ରେ ତୁରନ୍ତ ନିକଟସ୍ଥ ବ୍ୟାଙ୍କ କିମ୍ବା ଆପଣଙ୍କ ପାସ୍‌ବୁକ ରହିଥିବା ଶାଖା ସହ ଯୋଗାଯୋଗ ରଖନ୍ତୁ। ଆପଣଙ୍କର ସତର୍କତା ଓ ସଚେତନତା କେବଳ ଆପଣଙ୍କର ନୁହେଁ ବ୍ୟାଙ୍କ ସହ ଆମ ଜାତୀୟ ଅର୍ଥନୀତିର ଏକ ସୁରକ୍ଷିତ ଦିଗ ପ୍ରତି ଆପଣ ଯେ ଯତ୍ନବାନ୍‌ ଏହା ମଧ୍ୟ ପ୍ରମାଣିତ ହୋଇପାରିବ।
ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟାଫ୍‌ କଲୋନୀ, ଦେଉଳସାହି, ତୁଳସୀପୁର, କଟକ
ମୋ: ୯୯୩୭୬୫୮୩୬୨


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri