ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ ଡିପିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଲଗାଇ ଡରାଇ ଧମକାଇ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ଅନ୍ୟ ଉପାୟରେ ଠକୁଛନ୍ତି। ଠକେଇ ପାଇଁ ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବାରୁ ପୋଲିସ ଓ ସାଧାରଣ ଲୋକଙ୍କ ନିଦ ହଜିଛି। ଏହାକୁ ରୋକିବାକୁ କମିଶନରେଟ ପୋଲିସ ଯେତେସବୁ ପନ୍ଥା ଆପଣାଇଥିଲେ ବି କିଛି ସୁଫଳ ମିଳୁନି। ତେଣୁ ସୋମବାର ଶଟ୍‌ ଭିଡିଓ ଜାରି କରି ସଚେତନ କରାଇବାକୁ ଚେଷ୍ଟା କରିଛି ପୋଲିସ। ଉକ୍ତ ଭିଡିଓରେ କୁହାଯାଇଛି, ଯଦି କେହି ବ୍ୟକ୍ତି ବାହାର ଦେଶ ନମ୍ବରରୁ ହ୍ବାଟ୍‌ସଆପ୍‌ରେ କଲ୍‌ କରନ୍ତି ଓ ଡିପିରେ ପୋଲିସ ଫଟୋ ବ୍ୟବହାର କରି ଡରାନ୍ତି, ତା’ହେଲେ ଭୟଭୀତ ହୋଇ ସେମାନଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର ନ କରିବାକୁ କୁହାଯାଇଛି। ଏପରିକି ଉକ୍ତ ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ କରିବା ସହ ୧୯୩୦ ବା ସାଇବର ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ଭିଡିଓରେ ପରାମର୍ଶ ଦିଆଯାଇିଛି। ସୂଚନାନୁସାରେ, ତିନିଦିନ ତଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ସାଇବର ଅପରାଧୀ ଧମକପୂର୍ଣ୍ଣ କଲ୍‌ କରିଥିଲେ। ଅପରାଧୀ ଜଣକ କହିଥିଲେ, ଜଣେ ଯୁବତୀଙ୍କୁ ତୁମ ପୁଅ ୪ଜଣ ସାଙ୍ଗ ସହ ମିଶି ବଳାତ୍କାର କରିଛନ୍ତି। ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ତୁମ ପୁଅଙ୍କୁ ଓଡିଶାରେ ଗିରଫ କରାଯାଇଛି। ୨୦ ହଜାର ଟଙ୍କା ପଠାଇଲେ ତୁମ ପୁଅଙ୍କୁ ଛାଡି ଦିଆଯିବ। ତେବେ ହ୍ବାଟ୍‌ସ ଆପ୍‌ରୁ ଏହି କଲ୍‌ ଆସିଥିବାବେଳେ ସେଥିରେ ଜଣେ ବରିଷ୍ଠ ପୋଲିସ ଡିଜିଙ୍କ ଫଟୋ ଥିବା ଦେଖି ପ୍ରଥମେ ବ୍ୟକ୍ତିଜଣକ ଚିନ୍ତାରେ ପଡିଥିଲେ। ହେଲେ ପରେ ଏହା ସାଇବର ଠକଙ୍କ ଚାଲ୍‌ବାଜି ଜାଣିବା ପରେ ଚତୁରତାର ସହ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣାକ୍ରମ ଅନୁଯାୟୀ, ଜଣେ ଯୁବତୀଙ୍କ ଫ୍ଲିପ୍‌ କାର୍ଟ ଆକାଉଣ୍ଟକୁ କୌଣସି ମତେ ହ୍ୟାକ୍‌ କରି କେହି ଜଣେ ନୂଆଦିଲ୍ଲୀରୁ ୩୦ ହଜାରୁ ଅଧିକ ଟଙ୍କାର ଏକ ମୋବାଇଲ୍‌ ଫୋନ୍‌ ଓ ଗିଫ୍ଟ ଶପିଂ କରିନେଇଛନ୍ତି। ଯୁବତୀ ଜଣକ ନିଜ ଆକାଉଣ୍ଟ ଲଗ୍‌ ଇନ୍‌ କରି ଏହା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ବାପାଙ୍କୁ କିଛିଦିନ ତଳେ ପୋଲିସ ଡିପି ରଖି ହ୍ବାଟ୍ସଆପ୍‌ରେ ସାଇବର ଠକ କଲ୍‌ କରି ଡରାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri