ଅକ୍ଷୟ କୁମାରଙ୍କ ନ୍ୟୁଡ୍‌ ଫଟୋ ମାଗିଲେ ସାଇବର ଅପରାଧୀ: ଆଉ ତା’ପରେ ଘଟିଲା…

ମୁମ୍ବାଇ,୪ା୧୦:ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଝିଅ ଏକଦା ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳୁଥିବାବେଳେ ତାଙ୍କୁ ନ୍ୟୁଡ୍‌ ଫଟୋ ମଗାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିବା ସାଇବର ସୁରକ୍ଷା ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅକ୍ଷୟ ଏହା ପ୍ରଘଟ କରିଛନ୍ତି। ଶୁକ୍ରବାର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅକ୍ଷୟ କହିଛନ୍ତି, ରାସ୍ତାଘାଟରେ ଘଟୁଥିବା ଅପରାଧଠାରୁ ସାଇବର କ୍ରାଇମ୍‌ ବହୁଗୁଣରେ ବଢ଼ିଚାଲିଛି। କିଛି ମାସ ତଳେ ତାଙ୍କ ସ୍ବଳ୍ପବୟସ୍କା ଝିଅ ଏକ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପ୍ରଥମେ ଭଦ୍ର ବ୍ୟବହାର ଦେଖାଇଥିଲେ ଓ ମେସେଜିଂ ପାଇଁ ଉତ୍ସାହିତ କରିଥିଲେ। କିଛି ଦିନ ପରେ ସେହି ବ୍ୟକ୍ତି ଅକ୍ଷୟଙ୍କ ଝିଅଙ୍କୁ ପ୍ରଶଂସା କରିବା ସହ ତୁମେ ପୁରୁଷ ନା ମହିଳା ବୋଲି ପ୍ରଶ୍ନ କରିଥିଲେ। ବାସସ୍ଥାନ ପଚାରିବାରୁ ଝିଅ ମୁମ୍ବାଇ ବୋଲି ଉତ୍ତର ଦେଇଥିଲେ। ଆଉ ଦିନେ ଖେଳ ଶେଷରେ ତାଙ୍କୁ ଉଲଗ୍ନ ଫଟୋ ପଠାଇବାକୁ କହିଥିଲେ। ଏହା ଶୁଣିବା ପରେ ଅକ୍ଷୟଙ୍କ ଝିଅ ଚକିତ ହୋଇପଡ଼ିଥିଲେ। ସେ ତତ୍‌କ୍ଷଣାତ ନିଜ ମୋବାଇଲ୍‌କୁ ସୁଇଚ୍‌ ଅଫ୍‌ କରି ମା’ଙ୍କୁ ସବୁକଥା ଜଣାଇଥିଲେ। ବର୍ତ୍ତମାନର ଡିଜିଟାଲ ଦୁନିଆରେ ବନ୍ଧୁତା ଆଳରେ କିପରି ସାଇବର ଅପରାଧ ଘଟିଚାଲିଛି ଏବଂ ସେଥିରୁ ପିଲାଙ୍କୁ ମୁକ୍ତ କରାଯାଇପାରବ, ସେନେଇ ଲୋକଙ୍କୁ ସତର୍କ ଓ ସଚେତନ କରାଇବା ସକାଶେ ଅଭିନେତା ତାଙ୍କ ଝିଅ ସହ ବିତିଥିବା ଏହି ଘଟଣାର ଅବତାରଣା କରିଛନ୍ତି। ଏଥିସହ ସାଇବର ଅପରାଧ ସମ୍ପର୍କରେ ଶିକ୍ଷାଦାନକୁ ଜୋର୍‌ ଦେଇ ସପ୍ତମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ଗୋଟିଏ ସାଇବର ନିରାପତ୍ତା ପରିୟଡ୍‌ ରଖିବା ପାଇଁ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri