ସାଇବର ବୁଲିଂ

ସୋସିଆଲ୍‌ ମିଡିଆରେ ପ୍ରତ୍ୟେକ ବର୍ଗର ଲୋକଙ୍କ ସହିତ ଯୋଗାଯୋଗ କରିବା ସହ ନିଜ ବିଚାରକୁ ସର୍ବସମ୍ମୁଖରେ ରଖିବାର ସୁବିଧା ମିଳୁଛି। ନିଜ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ପାଇଁ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ମଧ୍ୟ ସାଜିଛି। ତେବେ ଏସବୁ ସୁବିଧା ସତ୍ତ୍ୱେ ମଧ୍ୟ ଏହାର ସାଇବର ବୁଲିଂ ଭଳି କେତେକ ନକାରାତ୍ମକ ଦିଗ ରହିଛି, ସୁରକ୍ଷା ଦୃଷ୍ଟିରୁ ଯାହାପ୍ରତି ସଭିଙ୍କୁ ସଚେତନ ରହିବା ଆବଶ୍ୟକ…

ୟୁନାଇଟେଡ୍‌ ନେସନ୍ସ ଇଣ୍ଟରନ୍ୟାଶନାଲ୍‌ ଚିଲ୍‌ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ ବା ୟୁନିସେଫ୍‌ ପକ୍ଷରୁ ଅସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟବହାର ଏବଂ ସାଇବର ବୁଲିଂର ପିଲା ଏବଂ ଯୁବପିଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ସତର୍କ କରାଯାଉଛି। ଇଣ୍ଟରନେଟ୍‌କୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। ତଥାପି ମଧ୍ୟ ଅନେକେ ସାଇବର ବୁଲିଂର ଶିକାର ହେବା ଅତ୍ୟନ୍ତ ପରିତାପର ବିଷୟ।
ସାଇବର ବୁଲିଂ କ’ଣ: ଡିଜିଟାଲ୍‌ ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଡରାଇବା, ଧମକାଇବା ବା ମାନସିକ ସ୍ତରରେ ଚାପ ପକାଇବା ଭଳି ଅସାମାଜିକ କାର୍ଯ୍ୟକୁ ସାଇବର ବୁଲିଂ ବୋଲି କୁହାଯାଇଥାଏ। ବର୍ତ୍ତମାନ ଟ୍ବିଟର୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ସାଇଟ୍‌ରେ ଅନେକଙ୍କୁ ଟ୍ରୋଲ୍‌ କରାଯାଉଥିବାର ଦେଖିଥିବେ। ତେବେ ଉଦ୍ଦେଶ୍ୟମୂଳକ ଭାବେ ଫଟୋ, ଭିଡିଓ ଆଦି ପୋଷ୍ଟ କରି କାହାକୁ ସୋସିଆଲ୍‌ ମିଡିଆରେ ଡରାଇବା, ସର୍ବସମ୍ମୁଖରେ ଅପଦସ୍ଥ କରାଇବା, ଲଜ୍ଜିତ କରିବା କିମ୍ବା ରଗାଇବା ମଧ୍ୟ ସାଇବର ବୁଲିଂର ଏକ ଅଂଶ। ଏମିତିକି କେହି କେହି ଅନ୍ୟକୁ ସର୍ବସମ୍ମୁଖରେ ଖରାପ ପରିଚୟ ଦେବାକୁ ତାଙ୍କ ନାମରେ ଫେକ୍‌ ଆକାଉଣ୍ଟ ମଧ୍ୟ ଖୋଲି ଏଣୁତେଣୁ ଆପତ୍ତିଜନ ଫଟୋ, ଭିଡିଓ ଆଦି ପୋଷ୍ଟ କରିବାକୁ ପଛାନ୍ତି ନାହିଁ।
ମଜା ପଡ଼ିପାରେ ଭାରି: ସାଙ୍ଗସାଥୀ ହୁଅନ୍ତୁ ଅବା ପରିଚିତଙ୍କ ସହ ଥଟ୍ଟା, ମଜା କାହାକୁ ବା ଭଲ ନ ଲାଗେ! ହେଲେ ଏହା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରହିଲେ ଭଲ। କାରଣ ଅଧିକ ଥଟ୍ଟା ଅନ୍ୟକୁ ମାନସିକ ସ୍ତରରେ ପ୍ରଭାବିତ କରିପାରେ। ଆଉ ସୋସିଆଲ୍‌ ସାଇଟ୍‌ରେ ଏପରି କରି ଅନ୍ୟକୁ ସର୍ବସମ୍ମୁଖରେ ହଇରାଣ କରିବା ଓ ନୀଚ ଦେଖାଇବା ହିଁ ସାଇବର ବୁଲିଂ ଅନ୍ତର୍ଭୁକ୍ତ।
ଏହାର ପ୍ରଭାବ: ଯଦିଓ ବର୍ତ୍ତମାନ ଅନେକେ ସାଇବର୍‌ ବୁଲିଂର ଶିକାର ହେଉଛନ୍ତି ଏବଂ କେହି କେହି ପ୍ରଥମେ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥା’ନ୍ତି। ଏହା କ’ଣ ଏବଂ କିପରି ଏହାକୁ ରୋକାଯାଇପାରିବ ସେ ଦିଗରେ ସେମାନେ ଅବଗତ ନୁହନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହା ଜଟିଳ ସମସ୍ୟାର ରୂପ ନେଇପାରେ। ଏହାଦ୍ୱାରା ଜଣଙ୍କର ଉଭୟ ମାନସିକ ଓ ଶାରୀରିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଚିନ୍ତା, ଅବସାଦ, ନିଦ୍ରାହୀନତା ଭଳି ସମସ୍ୟା ଉପୁଜିଥାଏ।
ବଢ଼ାଉଛି ଆତ୍ମହତ୍ୟା ପ୍ରବଣତା: ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଗବେଷଣା ମୁତାବକ ସୋସିଆଲ୍‌ ମିଡିଆରେ ବୁଲିଂର ଶିକାର ହେଉଥିବା ମଣିଷ ବ୍ୟସ୍ତ ହେବା, ଲଜ୍ଜିତ ହେବା, ଅପମାନିତ ହେବା, ବ୍ୟକ୍ତିତ୍ୱରେ ଆଞ୍ଚ ଆସିବା କିମ୍ବା ଅତ୍ୟଧିକ ଭୟଭୀତ ହୋଇଯିବା ଭଳି କାରଣରୁ ଅନେକ ସମୟରେ ପରିବାର ଏବଂ ସମାଜଠୁ ଦୂରେଇ ଏକାକୀ ରହିବାକୁ ପସନ୍ଦ କରନ୍ତି। ବେଳେବେଳେ ଏହାଦ୍ୱାରା କାହା କାହାର ମାନସିକ ସ୍ତରରେ ଏତେ ଗଭୀର ନକାରାତ୍ମକ ପ୍ରଭାବ ପଡ଼ିଥାଏ ଯେ, ସେମାନେ ଡିପ୍ରେସନର ଶିକାର ହୋଇ ନିଜ ଜୀବନକୁ କ୍ଷତି ପହଞ୍ଚାଇବା ବା ଆତ୍ମହତ୍ୟା କରିବାକୁ ବି ପଛାନ୍ତି ନାହିଁ।

 

ଧ୍ୟାନ ଦିଅନ୍ତୁ…
ୟୁନିସେଫ୍‌ ଦ୍ୱାରା ଏ ଦିଗରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଗବେଷକମାନଙ୍କ କହିବା ଅନୁଯାୟୀ, ସ୍କୁଲ୍‌ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଯେଉଁମାନେ ସୋସିଆଲ୍‌ ମିଡିଆ ଅଧିକ ବ୍ୟବହାର କରୁଛନ୍ତି, ସେମାନେ ବୁଲିଂର ଶିକାର ନ ହେବା ପାଇଁ ସତର୍କ ରହିବା ଆବଶ୍ୟକ।
କଥା ହେଉଛି, କୌଣସି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ନିଜର ପ୍ରୋଫାଇଲ୍‌ କ୍ରିଏଟ୍‌ କରୁଥିଲେ ପ୍ରାଇଭେସି ସେଟିଂ ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ। ଆପଣଙ୍କ ଫଟୋ, ଭିଡିଓ, ପୋଷ୍ଟ ଆଦି କିଏ ଦେଖିପାରିବେ, କିଏ ଆପଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ପାରିବେ, କିଏ ମେସେଜ୍‌ କିମ୍ବା କମେଣ୍ଟ କରିପାରିବେ ଏସବୁ ସେଟିଂ ଠିକ୍‌ ଭାବେ କରିନେଲେ ବୁଲିଂ ହେବାର ଆଶଙ୍କା କମ୍‌।
କଥା ହେଉଛି ଯଦି ଆପଣଙ୍କୁ କେହି ଅନ୍‌ଲାଇନ୍‌ରେ ଡରାଇବା, ଧମକାଇବା ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ଖରାପ କରିବା ଭଳି କାର୍ଯ୍ୟ କରୁଥା’ନ୍ତି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ। ଯଦି କାହାର କାର୍ଯ୍ୟକଳାପ ସନ୍ଦେହଜନକ ଅନୁଭବ ହୁଏ, ତେବେ ଉକ୍ତ ଆକାଉଣ୍ଟ ବ୍ଲକ କରିଦିଅନ୍ତୁ ଏବଂ ରିପୋର୍ଟ କରନ୍ତୁ। ଚୁପ୍‌ ନ ରହି ପରିବାର, ବନ୍ଧୁଙ୍କୁ ଏ ସମ୍ପର୍କରେ ଜଣାନ୍ତୁ ଏବଂ ସମାଧାନର ଉପାୟ ଖୋଜନ୍ତୁ। ଯଦି ଏମାନଙ୍କୁ ଜଣାଇବାକୁ ସଙ୍କୋଚ ଲାଗୁଥାଏ, ତେବେ ହେଲ୍ପ ଲାଇନ୍‌ ନମ୍ବରରେ କଲ୍‌ କରି କୌଣସି ପରାମର୍ଶଦାତାଙ୍କ ସାହାଯ୍ୟ ନିଅନ୍ତୁ। ଆବଶ୍ୟକ ସ୍ଥଳେ ଆଇନ୍‌ର ଆଶ୍ରୟ ନେଇପାରନ୍ତି। କାରଣ ସାଇବର ବୁଲିଂ ଏକ କ୍ରାଇମ୍‌, ଯେଉଁଥିପାଇଁ ଦୋଶୀକୁ ୩ ବର୍ଷ ଜେଲ୍‌ ଦଣ୍ଡ ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri