ସାଇବର ବୁଲିଂ

ସୋସିଆଲ୍‌ ମିଡିଆରେ ପ୍ରତ୍ୟେକ ବର୍ଗର ଲୋକଙ୍କ ସହିତ ଯୋଗାଯୋଗ କରିବା ସହ ନିଜ ବିଚାରକୁ ସର୍ବସମ୍ମୁଖରେ ରଖିବାର ସୁବିଧା ମିଳୁଛି। ନିଜ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ପାଇଁ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ମଧ୍ୟ ସାଜିଛି। ତେବେ ଏସବୁ ସୁବିଧା ସତ୍ତ୍ୱେ ମଧ୍ୟ ଏହାର ସାଇବର ବୁଲିଂ ଭଳି କେତେକ ନକାରାତ୍ମକ ଦିଗ ରହିଛି, ସୁରକ୍ଷା ଦୃଷ୍ଟିରୁ ଯାହାପ୍ରତି ସଭିଙ୍କୁ ସଚେତନ ରହିବା ଆବଶ୍ୟକ…

ୟୁନାଇଟେଡ୍‌ ନେସନ୍ସ ଇଣ୍ଟରନ୍ୟାଶନାଲ୍‌ ଚିଲ୍‌ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ ବା ୟୁନିସେଫ୍‌ ପକ୍ଷରୁ ଅସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟବହାର ଏବଂ ସାଇବର ବୁଲିଂର ପିଲା ଏବଂ ଯୁବପିଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ସତର୍କ କରାଯାଉଛି। ଇଣ୍ଟରନେଟ୍‌କୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। ତଥାପି ମଧ୍ୟ ଅନେକେ ସାଇବର ବୁଲିଂର ଶିକାର ହେବା ଅତ୍ୟନ୍ତ ପରିତାପର ବିଷୟ।
ସାଇବର ବୁଲିଂ କ’ଣ: ଡିଜିଟାଲ୍‌ ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଡରାଇବା, ଧମକାଇବା ବା ମାନସିକ ସ୍ତରରେ ଚାପ ପକାଇବା ଭଳି ଅସାମାଜିକ କାର୍ଯ୍ୟକୁ ସାଇବର ବୁଲିଂ ବୋଲି କୁହାଯାଇଥାଏ। ବର୍ତ୍ତମାନ ଟ୍ବିଟର୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ସାଇଟ୍‌ରେ ଅନେକଙ୍କୁ ଟ୍ରୋଲ୍‌ କରାଯାଉଥିବାର ଦେଖିଥିବେ। ତେବେ ଉଦ୍ଦେଶ୍ୟମୂଳକ ଭାବେ ଫଟୋ, ଭିଡିଓ ଆଦି ପୋଷ୍ଟ କରି କାହାକୁ ସୋସିଆଲ୍‌ ମିଡିଆରେ ଡରାଇବା, ସର୍ବସମ୍ମୁଖରେ ଅପଦସ୍ଥ କରାଇବା, ଲଜ୍ଜିତ କରିବା କିମ୍ବା ରଗାଇବା ମଧ୍ୟ ସାଇବର ବୁଲିଂର ଏକ ଅଂଶ। ଏମିତିକି କେହି କେହି ଅନ୍ୟକୁ ସର୍ବସମ୍ମୁଖରେ ଖରାପ ପରିଚୟ ଦେବାକୁ ତାଙ୍କ ନାମରେ ଫେକ୍‌ ଆକାଉଣ୍ଟ ମଧ୍ୟ ଖୋଲି ଏଣୁତେଣୁ ଆପତ୍ତିଜନ ଫଟୋ, ଭିଡିଓ ଆଦି ପୋଷ୍ଟ କରିବାକୁ ପଛାନ୍ତି ନାହିଁ।
ମଜା ପଡ଼ିପାରେ ଭାରି: ସାଙ୍ଗସାଥୀ ହୁଅନ୍ତୁ ଅବା ପରିଚିତଙ୍କ ସହ ଥଟ୍ଟା, ମଜା କାହାକୁ ବା ଭଲ ନ ଲାଗେ! ହେଲେ ଏହା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରହିଲେ ଭଲ। କାରଣ ଅଧିକ ଥଟ୍ଟା ଅନ୍ୟକୁ ମାନସିକ ସ୍ତରରେ ପ୍ରଭାବିତ କରିପାରେ। ଆଉ ସୋସିଆଲ୍‌ ସାଇଟ୍‌ରେ ଏପରି କରି ଅନ୍ୟକୁ ସର୍ବସମ୍ମୁଖରେ ହଇରାଣ କରିବା ଓ ନୀଚ ଦେଖାଇବା ହିଁ ସାଇବର ବୁଲିଂ ଅନ୍ତର୍ଭୁକ୍ତ।
ଏହାର ପ୍ରଭାବ: ଯଦିଓ ବର୍ତ୍ତମାନ ଅନେକେ ସାଇବର୍‌ ବୁଲିଂର ଶିକାର ହେଉଛନ୍ତି ଏବଂ କେହି କେହି ପ୍ରଥମେ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥା’ନ୍ତି। ଏହା କ’ଣ ଏବଂ କିପରି ଏହାକୁ ରୋକାଯାଇପାରିବ ସେ ଦିଗରେ ସେମାନେ ଅବଗତ ନୁହନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହା ଜଟିଳ ସମସ୍ୟାର ରୂପ ନେଇପାରେ। ଏହାଦ୍ୱାରା ଜଣଙ୍କର ଉଭୟ ମାନସିକ ଓ ଶାରୀରିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଚିନ୍ତା, ଅବସାଦ, ନିଦ୍ରାହୀନତା ଭଳି ସମସ୍ୟା ଉପୁଜିଥାଏ।
ବଢ଼ାଉଛି ଆତ୍ମହତ୍ୟା ପ୍ରବଣତା: ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଗବେଷଣା ମୁତାବକ ସୋସିଆଲ୍‌ ମିଡିଆରେ ବୁଲିଂର ଶିକାର ହେଉଥିବା ମଣିଷ ବ୍ୟସ୍ତ ହେବା, ଲଜ୍ଜିତ ହେବା, ଅପମାନିତ ହେବା, ବ୍ୟକ୍ତିତ୍ୱରେ ଆଞ୍ଚ ଆସିବା କିମ୍ବା ଅତ୍ୟଧିକ ଭୟଭୀତ ହୋଇଯିବା ଭଳି କାରଣରୁ ଅନେକ ସମୟରେ ପରିବାର ଏବଂ ସମାଜଠୁ ଦୂରେଇ ଏକାକୀ ରହିବାକୁ ପସନ୍ଦ କରନ୍ତି। ବେଳେବେଳେ ଏହାଦ୍ୱାରା କାହା କାହାର ମାନସିକ ସ୍ତରରେ ଏତେ ଗଭୀର ନକାରାତ୍ମକ ପ୍ରଭାବ ପଡ଼ିଥାଏ ଯେ, ସେମାନେ ଡିପ୍ରେସନର ଶିକାର ହୋଇ ନିଜ ଜୀବନକୁ କ୍ଷତି ପହଞ୍ଚାଇବା ବା ଆତ୍ମହତ୍ୟା କରିବାକୁ ବି ପଛାନ୍ତି ନାହିଁ।

 

ଧ୍ୟାନ ଦିଅନ୍ତୁ…
ୟୁନିସେଫ୍‌ ଦ୍ୱାରା ଏ ଦିଗରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଗବେଷକମାନଙ୍କ କହିବା ଅନୁଯାୟୀ, ସ୍କୁଲ୍‌ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଯେଉଁମାନେ ସୋସିଆଲ୍‌ ମିଡିଆ ଅଧିକ ବ୍ୟବହାର କରୁଛନ୍ତି, ସେମାନେ ବୁଲିଂର ଶିକାର ନ ହେବା ପାଇଁ ସତର୍କ ରହିବା ଆବଶ୍ୟକ।
କଥା ହେଉଛି, କୌଣସି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ନିଜର ପ୍ରୋଫାଇଲ୍‌ କ୍ରିଏଟ୍‌ କରୁଥିଲେ ପ୍ରାଇଭେସି ସେଟିଂ ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ। ଆପଣଙ୍କ ଫଟୋ, ଭିଡିଓ, ପୋଷ୍ଟ ଆଦି କିଏ ଦେଖିପାରିବେ, କିଏ ଆପଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ପାରିବେ, କିଏ ମେସେଜ୍‌ କିମ୍ବା କମେଣ୍ଟ କରିପାରିବେ ଏସବୁ ସେଟିଂ ଠିକ୍‌ ଭାବେ କରିନେଲେ ବୁଲିଂ ହେବାର ଆଶଙ୍କା କମ୍‌।
କଥା ହେଉଛି ଯଦି ଆପଣଙ୍କୁ କେହି ଅନ୍‌ଲାଇନ୍‌ରେ ଡରାଇବା, ଧମକାଇବା ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ଖରାପ କରିବା ଭଳି କାର୍ଯ୍ୟ କରୁଥା’ନ୍ତି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ। ଯଦି କାହାର କାର୍ଯ୍ୟକଳାପ ସନ୍ଦେହଜନକ ଅନୁଭବ ହୁଏ, ତେବେ ଉକ୍ତ ଆକାଉଣ୍ଟ ବ୍ଲକ କରିଦିଅନ୍ତୁ ଏବଂ ରିପୋର୍ଟ କରନ୍ତୁ। ଚୁପ୍‌ ନ ରହି ପରିବାର, ବନ୍ଧୁଙ୍କୁ ଏ ସମ୍ପର୍କରେ ଜଣାନ୍ତୁ ଏବଂ ସମାଧାନର ଉପାୟ ଖୋଜନ୍ତୁ। ଯଦି ଏମାନଙ୍କୁ ଜଣାଇବାକୁ ସଙ୍କୋଚ ଲାଗୁଥାଏ, ତେବେ ହେଲ୍ପ ଲାଇନ୍‌ ନମ୍ବରରେ କଲ୍‌ କରି କୌଣସି ପରାମର୍ଶଦାତାଙ୍କ ସାହାଯ୍ୟ ନିଅନ୍ତୁ। ଆବଶ୍ୟକ ସ୍ଥଳେ ଆଇନ୍‌ର ଆଶ୍ରୟ ନେଇପାରନ୍ତି। କାରଣ ସାଇବର ବୁଲିଂ ଏକ କ୍ରାଇମ୍‌, ଯେଉଁଥିପାଇଁ ଦୋଶୀକୁ ୩ ବର୍ଷ ଜେଲ୍‌ ଦଣ୍ଡ ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri