ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ୍‌ ଧରାପଡିଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ,୩ା୫:ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ସାଇ ପ୍ରକାଶ ଦାସ(୩୮), ମୀନା ବଜାର ଜଗନ୍ନାଥ ରୋଡ୍‌ର ଅବିନାଶ ନାୟକ (୩୨) ଓ ସଦର ଥାନା ନଡ଼ିଆଳି ଗ୍ରାମର ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ କୁମାର ସାହୁ(୨୩)। ସେମାନଙ୍କଠାରୁ ୧୯ ହଜାର ୬୪୧ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌, ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା, ୨୪୭ ରିଚାର୍ଜ ଭାଉଚର, ୪୮ ମୋବାଇଲ ଫୋନ୍‌, ଫିଙ୍ଗର ପ୍ରିଣ୍ଟ ସ୍କାନର, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, କ୍ରେଡିଟ ଓ ଡେବିଟ୍‌ କାର୍ଡ, ଗୋଟିଏ ଲାପ୍‌ଟପ୍‌, ୪୪୦ କଲର ଫଟୋ, ୩୯୪ ଆଧାର କାର୍ଡ, ୧୧ କ୍ୟୁଆର୍‌ କୋଡ୍‌ ବୋର୍ଡ ଏବଂ ୧୦୮ କଷ୍ଟୋମର ଆପ୍ଲିକେଶନ୍‌ ଫର୍ମ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯିବା ପରେ ରବିବାର କଟକ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ମାମଲାର ବିସ୍ତୃତ ବିବରଣୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଟାଉନପ୍ଲାନିଂ ନିକଟ ଅଞ୍ଚଳରେ ସାଇ ପ୍ରକାଶଙ୍କର ସ୍କାଏ ଆର୍ଟ ନାମରେ ଏକ ମୋବାଇଲ ଦୋକାନ ରହିଛି। ସେଠାରେ ଅବିନାଶ କର୍ମଚାରୀ ଭାବେ କାମ କରୁଥିଲେ। ସେମାନେ ବିଭିନ୍ନ ଲୋକଙ୍କ ଫଟୋ ଓ ଆଧାର କାର୍ଡ ନେଇ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଆଦି କମ୍ପାନୀର ସିମ୍‌ କାର୍ଡକୁ ଆକ୍ଟିଭ୍‌ କରୁଥିଲେ। ଉକ୍ତ ସିମ୍‌ କାର୍ଡକୁ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କୁ ଦେଉଥିଲେ। ଦୁଷ୍ମନ୍ତଙ୍କ ଫେସ୍‌ବୁକରେ ଏକ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ନାମରେ ଏକ ଗ୍ରୁପ୍‌ ରହିଛି। ଉକ୍ତ ଗ୍ରୁପ୍‌ରେ ଏକାଧିକ ସାଇବର ଠକ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି। ଦୁଷ୍ମନ୍ତ ଉକ୍ତ ଗ୍ରୁପ୍‌ରେ ସିମ୍‌ ନମ୍ବର ପଠାଇ ଠକଙ୍କ ସହ ଡିଲ କରୁଥିଲେ। ସେପଟେ ସାଇବର ଠକମାନେ ମୋବିକୁଇକ୍‌, ଧନିପେ, ଫ୍ଲିପ୍‌କାର୍ଟ, ଆମାଜନ, ମିନ୍ତ୍ରା, ବିଗ୍‌କ୍ୟାସ୍‌, ସ୍ବିଗୀ, ଫୋନ୍‌ପେ’, ଓଲା କାବ୍‌ ଭଳି ଆପ୍‌ରେ ଫେକ୍‌ ୱାଲେଟ-ଆକାଉଣ୍ଟ ଖୋଲିବା ସହ ଓ ରୁମି, ହାୱାଜାଟ୍‌ ଏବଂ ଟିବି ଗେମିଙ୍ଗ୍‌ ଆପ୍‌ରେ ମଧ୍ୟ ଆକାଉଣ୍ଟ ଖୋଲୁଥିଲେ। ଏପରିକି ସାଇବର ଠକମାନେ ହ୍ବାଟ୍ସଆପ୍‌ରେ ଉକ୍ତ ନମ୍ବର ଦ୍ୱାରା ଫେକ୍‌ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ। ଦୁଷ୍ମନ୍ତ ନିଜ ପାଖରେ ରଖିଥିବା ମୋବାଇଲ ଫୋନ୍‌ରେ ସିମ୍‌ ପୂରାଇ ଚଲାଉଥିଲେ। ଠକମାନେ ଆକାଉଣ୍ଟ ଖୋଲିବା ପରେ ଦୁଷ୍ମନ୍ତଙ୍କ ମୋବାଇଲକୁ ଓଟିପି ଆସୁଥିଲା। ସେ ଉକ୍ତ ଓଟିପି ଗ୍ରୁପ୍‌ ମାଧ୍ୟମରେ ପଠାଇଲେ ଠକମାନେ ବିଭିନ୍ନ ଆପ୍‌ରେ ଆକାଉଣ୍ଟ ଚଲାଉଥିଲେ। ଏଥିପାଇଁ ଦୁଷ୍ମନ୍ତ ଠକଙ୍କଠାରୁ ପ୍ରତି ସିମ୍‌ ନମ୍ବର ବଦଳରେ ସଙ୍ଗେ ସଙ୍ଗେ ୪୦୦ ଟଙ୍କା ଆଣୁଥିଲେ। ୯୪୩୯୦୭୩୮୭୦ ନମ୍ବରରେ ଜଣେ ଲୋକପ୍ରିୟ ଲୋକଙ୍କ ଫଟୋ ଲଗାଇ ହ୍ବାଟ୍ସଆପ୍‌ ଖୋଲାଯାଇଥିବା କ୍ରାଇମବ୍ରାଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ତୁରନ୍ତ କ୍ରାଇମବ୍ରାଞ୍ଚର ସାଇବର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଢେଙ୍କାନାଳ ଜିଲାରେ ସ୍କାଏ ଆର୍ଟ ନାମରେ ଏକ ଦୋକାନ ଏସବୁ ସିମ୍‌ ବିକ୍ରି କରୁଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ କରିବା ସହ ପୂରା ଘଟଣାର ପର୍ଦ୍ଦାଫାଶ କରିଛି।
୫ ଦିନିଆ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ
ଅଭିଯୁକ୍ତମାନେ ୨ ବର୍ଷ ଧରି ଏହି ର଼୍ୟାକେଟ ଚଳାଉଥିଲେ। ଦୁଷ୍ମନ୍ତ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ଆପ୍‌ ଦ୍ୱାରା ସିମ୍‌ ନମ୍ବର ଦେଉଥିବାରୁ ଏକାଧିକ ସାଇବର ଠକ ତାଙ୍କ ଯୋଗାଯୋଗରେ ଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ଅଭିଯୁକ୍ତମାନେ ପ୍ରସ୍ତୁତ କରୁଥିବା ନମ୍ବର ବ୍ୟବହାର ହେଉଥିବା ଜଣାପଡିଛି। ତେଣୁ ଏହି ମାମଲାକୁ ଗୁରୁତ୍ୱର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ତେଣୁ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ର଼୍ୟାକେଟରେ ଥିବା ଏକାଧିକ ସଦସ୍ୟଙ୍କୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨: ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri