Categories: ବାଣିଜ୍ୟ

ୟୁବିଓଆଇ ପକ୍ଷରୁ ସାଇବର ସୁରକ୍ଷା ମାସ

ନୂଆଦିଲ୍ଲୀ,୮।୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ପକ୍ଷରୁ ନିକଟରେ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷିତ ସାଇବର ସଂସ୍କୃତିକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିଭଳି ୟୁବିଓଆଇ ଅକ୍ଟୋବର ମାସକୁ ରାଷ୍ଟ୍ରୀୟ ସାଇବର ସୁରକ୍ଷା ସଚେତନତା ମାସ ରୂପେ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ୱେବିନାର, ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା, ସାଇବର ସଚେତନତା ଭିଡିଓ କ୍ଲିପ୍‌, ସାଇବର ହିନ୍ଦୀ କମିକ୍ସ, ସାଇବର ଫିଟ୍‌ନେସ୍‌ ଓ ସାଇବର ବାର୍ତ୍ତା ଭଳି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅକ୍ଟୋବରରେ ଆୟୋଜିତ କରାଯାଉଛି। ସେହିପରି ସାଇବର ସୁରକ୍ଷା ଡୋମେନର ପ୍ରସିଦ୍ଧ ବକ୍ତାମାନଙ୍କୁ ଆମନ୍ତ୍ରଣ କରାଯାଇ ପ୍ରତିଦିନ ୱେବିନାରର ଆୟୋଜନ କରାଯାଉଛି। ଉକ୍ତ ୱେବିନାରରେ ବ୍ୟାଙ୍କର କ୍ଷେତ୍ର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ୟୁବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଏ. ମଣିମେଖାଲାଇ କହିଛନ୍ତି, ବର୍ତ୍ତମାନ ସମୟରେ ଡିଜିଟାଲୀକରଣ ସହ ସାଇବର ଇକୋସିଷ୍ଟମକୁ ମଜଭୁତ କରି ବ୍ୟାଙ୍କିଙ୍ଗ୍‌ ସେବାକୁ ସହଜ କରିବାର ପ୍ରୟାସ ବ୍ୟାଙ୍କ ପକ୍ଷରୁ ଜାରି ରଖାଯାଇଛି। ୟୁବିଓଆଇର ସୁରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ହାଇଦ୍ରାବାଦରେ ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍‌ ଏକ୍ସେଲେନ୍ସ (ସିସିଓଇ) ଅନ୍ତର୍ଗତ ଏଥିକାଲ ହ୍ୟାକିଂ ଲାବ୍‌ ଏବଂ ଅଟୋମେଟେଡ୍‌ ଭିଏପିଟି ଲାବ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି।

Share