ରାଜନଗରରୁ ସୁବ୍ରତଙ୍କୁ ଦିଲ୍ଲୀ ନେଲା ସାଇବର ପୋଲିସ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ୟୁଏସ ନାଗରିକଙ୍କଠାରୁ ୬ ଲକ୍ଷ ୨୫ ହଜାର ଡଲାର ଲୁଟି ନେଇଛନ୍ତି ସାଇବର ଠକ। ଯାହାର ଭାରତୀୟ ମୁଦ୍ରାରେ ୫ କୋଟିରୁ ଊର୍ଦ୍ଧ୍ୱ ହେବ। ରାଜନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ୩ ଜଣ ଯୁବକ ନିଜ ନାଁ ବଦଳାଇ ଅନ୍‌ଲାଇନରେ ଲ୍ୟାପଟପ୍‌ ରିପ୍ୟାରିଂ କରିବା ନାଁରେ ୟୁସ୍‌ ନାଗରିକଙ୍କଠାରୁ ଏହି ଟଙ୍କା ଲୁଟି ନେଇଛନ୍ତି। ଦିଲ୍ଲୀ ସାଇବର ପୋଲିସ ଏହି ସାଇବର ଠକେଇରରେ ସମ୍ପକ୍ତ ଥିବା ରାଜନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ସୁବ୍ରତ ଦାସଙ୍କୁ ରବିବାର ରାତିରେ ପେଣ୍ଠ ବେଳାଭୂମିରୁ ଗିରଫ କରିଛି। ସୁବ୍ରତଙ୍କୁ ସୋମବାର ରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ସାଇବର ପୋଲିସ ନେଇଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ କୋଡେରୋ(୫୯)ଙ୍କ ଲ୍ୟାପଟପ ଖରାପ ହେବାରୁ ସେ ଗ୍ରୀକ୍‌ ସ୍କ୍ବାର୍ଡ ସହ ଯୋଗାଯୋଗ କରିଥିଲେ। ଦିଲ୍ଲୀରେ ରହୁଥିବା ରାଜନଗରର ସୁବ୍ରତ ଦାସ ଓରଫ ଅଷ୍ଟିମ, ସୁମନ ଓରଫ ଜୋନ୍‌, କୁନାଲ ସିଂ ଓରଫ ଖ୍ରୀଷ୍ଟଫର ନିଜକୁ ଗ୍ରୀକ୍‌ ସପ୍ଟୱେର କମ୍ପାନୀର କର୍ମଚାରୀ ଦର୍ଶାଇ ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ କୋଡେରୋଙ୍କ ସହ କଥା ହୋଇଥିଲେ। ଲ୍ୟାପଟପକୁ ସଜାଡ଼ିବା ପାଇଁ ଟିମ୍‌ ଭିୟୋର ଡାଉନଲୋଡ କରିବାକୁ କହିଥିଲେ। ପରେ ଅଷ୍ଟିମ ଟେକ୍ନିସିଆନ ସାଜି କଥା ହୋଇଥିଲେ। ଜୋନ୍‌ ଓ ଅଷ୍ଟିମଙ୍କ କଥାରେ ବିଶ୍ୱାସ କରି ଜୋସ୍‌ ଆଣ୍ଟୋନିଓ ତାଙ୍କର ବ୍ୟାଙ୍କ ଡିଟେଲ ଦେଇଥିଲେ। ସାଇବର ହ୍ୟାକର ହ୍ୟାକ୍‌ କରି ଦେଇଥିବାରୁ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ସେଫ୍‌ ଆକାଉଣ୍ଟରେ ଡିପୋଜିଟ କରିବାକୁ ପଡ଼ିବ ଓ ପରେ ଟ୍ରାନ୍ସଫର କରି ଦିଆଯିବ ବୋଲି ଜୋନ୍‌ ଓ ଅଷ୍ଟିମ କହିଥିଲେ। ନଚେତ୍‌ ହ୍ୟାକର ସମସ୍ତ ଟଙ୍କା ନେଇଯିବ ବୋଲି କହିଥିଲେ। ହ୍ୟାକରଙ୍କ କବଳରୁ ଟଙ୍କାକୁ ରକ୍ଷା କରିବାକୁ ଯାଇ ୟୁଏସ୍‌ ନାଗରିକ ହ୍ୟାକରଙ୍କ କବଳରେ ପଡ଼ି ଯାଇଥିଲେ। ୩ଟି ପର୍ଯ୍ୟାୟରେ ସାଇବର ଠକ ୬ ଲକ୍ଷ ୨୫ ହଜାର ଡଲାର ଅନ୍ୟ ଆକାଉଣ୍ଟକୁ ନେଇ ଆସିଥିଲେ। ଏହି ୩ଜଣଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ ଦିଲ୍ଲୀ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଖୋଳତାଡ଼ କରିବା ପରେ ୩ଜଣ ମୋବାଇଲ ସୁଇଚ ଅଫ୍‌ କରି ଫେରାର ହୋଇଯାଇଥିଲେ। ମୋବାଇଲ ଟ୍ରାକିଂ କରି ଦିଲ୍ଲୀ ସାଇବର ପୋଲିସ ଇନ୍ସପେକ୍ଟର ଜନିତ୍‌ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ରବିବାର ରାତିରେ ରାଜନଗର ଥାନାରେ ପହଞ୍ଚତ୍ ଥିଲେ। ରାଜନଗର ପୋଲିସ୍‌ ସହାୟତାରେ ପେଣ୍ଠ ବେଳାଭୂମି ନିକଟରୁ ସୁବ୍ରତଙ୍କୁ କାବୁ କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri