ରାଜନଗରରୁ ସୁବ୍ରତଙ୍କୁ ଦିଲ୍ଲୀ ନେଲା ସାଇବର ପୋଲିସ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ୟୁଏସ ନାଗରିକଙ୍କଠାରୁ ୬ ଲକ୍ଷ ୨୫ ହଜାର ଡଲାର ଲୁଟି ନେଇଛନ୍ତି ସାଇବର ଠକ। ଯାହାର ଭାରତୀୟ ମୁଦ୍ରାରେ ୫ କୋଟିରୁ ଊର୍ଦ୍ଧ୍ୱ ହେବ। ରାଜନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ୩ ଜଣ ଯୁବକ ନିଜ ନାଁ ବଦଳାଇ ଅନ୍‌ଲାଇନରେ ଲ୍ୟାପଟପ୍‌ ରିପ୍ୟାରିଂ କରିବା ନାଁରେ ୟୁସ୍‌ ନାଗରିକଙ୍କଠାରୁ ଏହି ଟଙ୍କା ଲୁଟି ନେଇଛନ୍ତି। ଦିଲ୍ଲୀ ସାଇବର ପୋଲିସ ଏହି ସାଇବର ଠକେଇରରେ ସମ୍ପକ୍ତ ଥିବା ରାଜନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ସୁବ୍ରତ ଦାସଙ୍କୁ ରବିବାର ରାତିରେ ପେଣ୍ଠ ବେଳାଭୂମିରୁ ଗିରଫ କରିଛି। ସୁବ୍ରତଙ୍କୁ ସୋମବାର ରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ସାଇବର ପୋଲିସ ନେଇଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ କୋଡେରୋ(୫୯)ଙ୍କ ଲ୍ୟାପଟପ ଖରାପ ହେବାରୁ ସେ ଗ୍ରୀକ୍‌ ସ୍କ୍ବାର୍ଡ ସହ ଯୋଗାଯୋଗ କରିଥିଲେ। ଦିଲ୍ଲୀରେ ରହୁଥିବା ରାଜନଗରର ସୁବ୍ରତ ଦାସ ଓରଫ ଅଷ୍ଟିମ, ସୁମନ ଓରଫ ଜୋନ୍‌, କୁନାଲ ସିଂ ଓରଫ ଖ୍ରୀଷ୍ଟଫର ନିଜକୁ ଗ୍ରୀକ୍‌ ସପ୍ଟୱେର କମ୍ପାନୀର କର୍ମଚାରୀ ଦର୍ଶାଇ ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ କୋଡେରୋଙ୍କ ସହ କଥା ହୋଇଥିଲେ। ଲ୍ୟାପଟପକୁ ସଜାଡ଼ିବା ପାଇଁ ଟିମ୍‌ ଭିୟୋର ଡାଉନଲୋଡ କରିବାକୁ କହିଥିଲେ। ପରେ ଅଷ୍ଟିମ ଟେକ୍ନିସିଆନ ସାଜି କଥା ହୋଇଥିଲେ। ଜୋନ୍‌ ଓ ଅଷ୍ଟିମଙ୍କ କଥାରେ ବିଶ୍ୱାସ କରି ଜୋସ୍‌ ଆଣ୍ଟୋନିଓ ତାଙ୍କର ବ୍ୟାଙ୍କ ଡିଟେଲ ଦେଇଥିଲେ। ସାଇବର ହ୍ୟାକର ହ୍ୟାକ୍‌ କରି ଦେଇଥିବାରୁ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ସେଫ୍‌ ଆକାଉଣ୍ଟରେ ଡିପୋଜିଟ କରିବାକୁ ପଡ଼ିବ ଓ ପରେ ଟ୍ରାନ୍ସଫର କରି ଦିଆଯିବ ବୋଲି ଜୋନ୍‌ ଓ ଅଷ୍ଟିମ କହିଥିଲେ। ନଚେତ୍‌ ହ୍ୟାକର ସମସ୍ତ ଟଙ୍କା ନେଇଯିବ ବୋଲି କହିଥିଲେ। ହ୍ୟାକରଙ୍କ କବଳରୁ ଟଙ୍କାକୁ ରକ୍ଷା କରିବାକୁ ଯାଇ ୟୁଏସ୍‌ ନାଗରିକ ହ୍ୟାକରଙ୍କ କବଳରେ ପଡ଼ି ଯାଇଥିଲେ। ୩ଟି ପର୍ଯ୍ୟାୟରେ ସାଇବର ଠକ ୬ ଲକ୍ଷ ୨୫ ହଜାର ଡଲାର ଅନ୍ୟ ଆକାଉଣ୍ଟକୁ ନେଇ ଆସିଥିଲେ। ଏହି ୩ଜଣଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ୟୁଏସ୍‌ର ଜୋସ୍‌ ଆଣ୍ଟୋନିଓ ଦିଲ୍ଲୀ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଖୋଳତାଡ଼ କରିବା ପରେ ୩ଜଣ ମୋବାଇଲ ସୁଇଚ ଅଫ୍‌ କରି ଫେରାର ହୋଇଯାଇଥିଲେ। ମୋବାଇଲ ଟ୍ରାକିଂ କରି ଦିଲ୍ଲୀ ସାଇବର ପୋଲିସ ଇନ୍ସପେକ୍ଟର ଜନିତ୍‌ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ରବିବାର ରାତିରେ ରାଜନଗର ଥାନାରେ ପହଞ୍ଚତ୍ ଥିଲେ। ରାଜନଗର ପୋଲିସ୍‌ ସହାୟତାରେ ପେଣ୍ଠ ବେଳାଭୂମି ନିକଟରୁ ସୁବ୍ରତଙ୍କୁ କାବୁ କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri