ଧିମେଇଛି ସାଇବର ମିତ୍ର ଯୋଜନା

କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ ନିୟନ୍ତ୍ରଣ ଦିଗରେ ସଚେତନତା ସୃଷ୍ଟି କରିବା, ଯୁବପିଢ଼ି ଏବଂ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରିବା ଉଦ୍ଦେଶ୍ୟରେ ସାଇବର ମିତ୍ର ଯୋଜନା ଆରମ୍ଭ ହୋଇଥିଲା। କମିଶନରେଟ୍‌ ପୋଲିସର ଏହି ଯୋଜନା ଭୁବନେଶ୍ୱର ସହରାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଥିବାବେଳେ କଟକ ସହରାଞ୍ଚଳରେ କେବଳ ଗୋଟିଏ କଲେଜରେ ହୋଇ ସେଇଠି ଅଟକି ଯାଇଛି।
ସୂଚନା ଅନୁସାରେ, ୨୦୨୨ ଡିସେମ୍ବରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାର ରୂପାୟନ ନିମନ୍ତେ ଭୁବନେଶ୍ୱରସ୍ଥିତ କମିଶନରେଟ୍‌ ପୋଲିସ ମୁଖ୍ୟାଳୟର ଏସିପି ଅଞ୍ଜନା ଟୁଡୁଙ୍କୁ ଦାୟିତ୍ୱ ଦିଆଯାଇଛି। ଯୋଜନା ଆରମ୍ଭରେ କମିଶନରେଟ ପୋଲିସ ଅଧୀନ ସ୍କୁଲ ଓ କଲେଜରେ ସାଇବର ମିତ୍ରଙ୍କୁ ଚୟନ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକ ଭାବେ ୧୦୦ଟି ସ୍କୁଲ ଓ କଲେଜରୁ ୩ ଜଣ ଲେଖାଏ ମୋଟ ୩୦୦ ସାଇବର ମିତ୍ର ଚୟନ କରାଯିବାକୁ ସ୍ଥିର ହୋଇଥିଲା। ସେଥିପାଇଁ ସ୍କୁଲ ଓ କଲେଜଗୁଡିକରେ କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ଛାତ୍ରୀଛାତ୍ର ସମସ୍ତଙ୍କ ସହିତ ଭାବ ବିନିମୟ ସହ ସୁସମ୍ପର୍କ ସ୍ଥାପନ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗଠକ, ନେତୃତ୍ୱ, ଆୟୋଜକ ଭାବେ ସୁପରିଚିତ ଅଛନ୍ତି ସେମାନଙ୍କୁ ଚୟନ କରାଯାଉଛି। ସାଇବର ଠକେଇର ଶିକାର ହେଉଥିବା ଛାତ୍ରୀଛାତ୍ର କିମ୍ବା ସାଇବର ସହାୟତା ନିମନ୍ତେ ପୋଲିସ ସହ ସାଇବର ମିତ୍ର ଯୋଗସୂତ୍ର ରକ୍ଷା କରିବେ। ଦାୟିତ୍ୱରେ ଥିବା ଏସିପି ଅଞ୍ଜନା ଭୁବନେଶ୍ୱରର ହୋଇଥିବାବେଳେ କଟକରେ କାହାକୁ ଏ ଦାୟିତ୍ୱରେ ରଖାଯାଇନାହିଁ। ଜଣେ ଅଧିକାରୀ କଟକ ଓ ଭୁବନେଶ୍ୱରରେ ଥିବା ସ୍କୁଲ, କଲେଜକୁ ଯାଇ ସାଇବର ମିତ୍ର ଚୟନ କରୁଛନ୍ତି। ଇତିମଧ୍ୟରେ ୧ ବର୍ଷ ବିତିଯାଇଥିବାବେଳେ କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୨୩ ସେପ୍ଟେମ୍ବର ୮ରେ ଏହି କାର୍ଯ୍ୟକ୍ରମ କରାଯାଇ ୩ ଜଣ ସାଇବର ମିତ୍ରଙ୍କୁ ଚୟନ କରାଯାଇଛି। ଏହାବାଦ ଆଉ କୌଣସି ସ୍କୁଲ କିମ୍ବା କଲେଜରେ ସାଇବର ମିତ୍ର ଚୟନ କାର୍ଯ୍ୟକ୍ରମ କରାଯାଇନାହିଁ।
ସାଇବର ମିତ୍ର ଯୋଜନା ଦାୟିତ୍ୱରେ ଥିବା ଏସିପି ଅଞ୍ଜନା କହିଛନ୍ତି, ଭୁବନେଶ୍ୱରର ୮୦ଟି ସ୍କୁଲ ଓ କଲେଜରେ ସାଇବର ମିତ୍ର ଚୟନ କାର୍ଯ୍ୟ କରାଯାଇଛି। ହେଲେ କଟକ ସହରାଞ୍ଚଳରେ ଗୋଟିକରେ ଅଟକି ଯାଇଛି। କଟକରେ ଆହୁରି ଅଧିକ କାର୍ଯ୍ୟକ୍ରମ କରାଯିବ। ସାଇବର ସଚେତନତା ସମ୍ପର୍କରେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ପ୍ରଚାର, ପ୍ରସାର ହେଉଛି। ଏବେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପୋଲିସକୁ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ତାଙ୍କ ତରଫରୁ ଡାକୁଛନ୍ତି। ଛାତ୍ରୀଛାତ୍ରଙ୍କ ବ୍ୟତୀତ ବରିଷ୍ଠ ନାଗରିକ, ମହିଳା ସଙ୍ଗଠନ ଓ ଅନେକ ସଂସ୍ଥା ଏଥିପାଇଁ ଆଗେଇ ଆସୁଛନ୍ତି। ବିଶେଷକରି ସାଇବର ପୋଲିସ ଏହାକୁ ଅଧିକ ଭାବରେ କରିବ। କିଛି ବଡ଼ ଧରଣର କାର୍ଯ୍ୟକ୍ରମ ହେଲେ ଆମକୁ ଡାକିବେ ବୋଲି ସେ କହିଛନ୍ତି। ଅପରପକ୍ଷରେ କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ କହିଛନ୍ତି, ସାଇବର ମିତ୍ର ଯେଉଁ କାର୍ଯ୍ୟ କରିବେ ଆମେମାନେ ସିଧା ସ୍କୁଲ, କଲେଜରେ କାର୍ଯ୍ୟକ୍ରମ କରି ସେହି କାର୍ଯ୍ୟ କରାଇପାରୁଛୁ। ଅଦ୍ୟାବଧି ୨୬ଟି ସ୍କୁଲ, କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇସାରିଲାଣି। ଛାତ୍ରୀଛାତ୍ରଙ୍କୁ ଆମ ମୋବାଇଲ୍‌ ନମ୍ବର ଦେଉଛୁ, ସେମାନେ କୌଣସି ସାଇବର ଠକେଇ ଜନିତ ସମସ୍ୟାରେ ପଡ଼ିଲେ ଆମକୁ ସିଧା ଫୋନ୍‌ କରି କହୁଛନ୍ତି। ଡିସିପି ପିନାକ ମିଶ୍ର କହିଛନ୍ତି, କଟକରେ ଅଧିକାରୀ କମ୍‌ ରହିଥିବା ହେତୁ ଏହି କାର୍ଯ୍ୟ କରାଯିବାରେ ପ୍ରତିବନ୍ଧକ ହେଉଛି। ବିଭିନ୍ନ ମାମଲାର ତଦନ୍ତରେ ଅଧିକାରୀମାନେ ବ୍ୟସ୍ତ ରହୁଥିବା ଓ ରାଜ୍ୟ ବାହାରକୁ ଯାଉଥିବାରୁ ଏ ଦିଗରେ ଦୃଷ୍ଟି ଦିଆଯାଇପାରୁ ନାହିଁ। ଆଗାମୀ ଦିନରେ ସାଇବର ସଚେତନତାକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri