ଧିମେଇଛି ସାଇବର ମିତ୍ର ଯୋଜନା

କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ ନିୟନ୍ତ୍ରଣ ଦିଗରେ ସଚେତନତା ସୃଷ୍ଟି କରିବା, ଯୁବପିଢ଼ି ଏବଂ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରିବା ଉଦ୍ଦେଶ୍ୟରେ ସାଇବର ମିତ୍ର ଯୋଜନା ଆରମ୍ଭ ହୋଇଥିଲା। କମିଶନରେଟ୍‌ ପୋଲିସର ଏହି ଯୋଜନା ଭୁବନେଶ୍ୱର ସହରାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଥିବାବେଳେ କଟକ ସହରାଞ୍ଚଳରେ କେବଳ ଗୋଟିଏ କଲେଜରେ ହୋଇ ସେଇଠି ଅଟକି ଯାଇଛି।
ସୂଚନା ଅନୁସାରେ, ୨୦୨୨ ଡିସେମ୍ବରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାର ରୂପାୟନ ନିମନ୍ତେ ଭୁବନେଶ୍ୱରସ୍ଥିତ କମିଶନରେଟ୍‌ ପୋଲିସ ମୁଖ୍ୟାଳୟର ଏସିପି ଅଞ୍ଜନା ଟୁଡୁଙ୍କୁ ଦାୟିତ୍ୱ ଦିଆଯାଇଛି। ଯୋଜନା ଆରମ୍ଭରେ କମିଶନରେଟ ପୋଲିସ ଅଧୀନ ସ୍କୁଲ ଓ କଲେଜରେ ସାଇବର ମିତ୍ରଙ୍କୁ ଚୟନ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକ ଭାବେ ୧୦୦ଟି ସ୍କୁଲ ଓ କଲେଜରୁ ୩ ଜଣ ଲେଖାଏ ମୋଟ ୩୦୦ ସାଇବର ମିତ୍ର ଚୟନ କରାଯିବାକୁ ସ୍ଥିର ହୋଇଥିଲା। ସେଥିପାଇଁ ସ୍କୁଲ ଓ କଲେଜଗୁଡିକରେ କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ଛାତ୍ରୀଛାତ୍ର ସମସ୍ତଙ୍କ ସହିତ ଭାବ ବିନିମୟ ସହ ସୁସମ୍ପର୍କ ସ୍ଥାପନ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗଠକ, ନେତୃତ୍ୱ, ଆୟୋଜକ ଭାବେ ସୁପରିଚିତ ଅଛନ୍ତି ସେମାନଙ୍କୁ ଚୟନ କରାଯାଉଛି। ସାଇବର ଠକେଇର ଶିକାର ହେଉଥିବା ଛାତ୍ରୀଛାତ୍ର କିମ୍ବା ସାଇବର ସହାୟତା ନିମନ୍ତେ ପୋଲିସ ସହ ସାଇବର ମିତ୍ର ଯୋଗସୂତ୍ର ରକ୍ଷା କରିବେ। ଦାୟିତ୍ୱରେ ଥିବା ଏସିପି ଅଞ୍ଜନା ଭୁବନେଶ୍ୱରର ହୋଇଥିବାବେଳେ କଟକରେ କାହାକୁ ଏ ଦାୟିତ୍ୱରେ ରଖାଯାଇନାହିଁ। ଜଣେ ଅଧିକାରୀ କଟକ ଓ ଭୁବନେଶ୍ୱରରେ ଥିବା ସ୍କୁଲ, କଲେଜକୁ ଯାଇ ସାଇବର ମିତ୍ର ଚୟନ କରୁଛନ୍ତି। ଇତିମଧ୍ୟରେ ୧ ବର୍ଷ ବିତିଯାଇଥିବାବେଳେ କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୨୩ ସେପ୍ଟେମ୍ବର ୮ରେ ଏହି କାର୍ଯ୍ୟକ୍ରମ କରାଯାଇ ୩ ଜଣ ସାଇବର ମିତ୍ରଙ୍କୁ ଚୟନ କରାଯାଇଛି। ଏହାବାଦ ଆଉ କୌଣସି ସ୍କୁଲ କିମ୍ବା କଲେଜରେ ସାଇବର ମିତ୍ର ଚୟନ କାର୍ଯ୍ୟକ୍ରମ କରାଯାଇନାହିଁ।
ସାଇବର ମିତ୍ର ଯୋଜନା ଦାୟିତ୍ୱରେ ଥିବା ଏସିପି ଅଞ୍ଜନା କହିଛନ୍ତି, ଭୁବନେଶ୍ୱରର ୮୦ଟି ସ୍କୁଲ ଓ କଲେଜରେ ସାଇବର ମିତ୍ର ଚୟନ କାର୍ଯ୍ୟ କରାଯାଇଛି। ହେଲେ କଟକ ସହରାଞ୍ଚଳରେ ଗୋଟିକରେ ଅଟକି ଯାଇଛି। କଟକରେ ଆହୁରି ଅଧିକ କାର୍ଯ୍ୟକ୍ରମ କରାଯିବ। ସାଇବର ସଚେତନତା ସମ୍ପର୍କରେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ପ୍ରଚାର, ପ୍ରସାର ହେଉଛି। ଏବେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପୋଲିସକୁ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ତାଙ୍କ ତରଫରୁ ଡାକୁଛନ୍ତି। ଛାତ୍ରୀଛାତ୍ରଙ୍କ ବ୍ୟତୀତ ବରିଷ୍ଠ ନାଗରିକ, ମହିଳା ସଙ୍ଗଠନ ଓ ଅନେକ ସଂସ୍ଥା ଏଥିପାଇଁ ଆଗେଇ ଆସୁଛନ୍ତି। ବିଶେଷକରି ସାଇବର ପୋଲିସ ଏହାକୁ ଅଧିକ ଭାବରେ କରିବ। କିଛି ବଡ଼ ଧରଣର କାର୍ଯ୍ୟକ୍ରମ ହେଲେ ଆମକୁ ଡାକିବେ ବୋଲି ସେ କହିଛନ୍ତି। ଅପରପକ୍ଷରେ କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ କହିଛନ୍ତି, ସାଇବର ମିତ୍ର ଯେଉଁ କାର୍ଯ୍ୟ କରିବେ ଆମେମାନେ ସିଧା ସ୍କୁଲ, କଲେଜରେ କାର୍ଯ୍ୟକ୍ରମ କରି ସେହି କାର୍ଯ୍ୟ କରାଇପାରୁଛୁ। ଅଦ୍ୟାବଧି ୨୬ଟି ସ୍କୁଲ, କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇସାରିଲାଣି। ଛାତ୍ରୀଛାତ୍ରଙ୍କୁ ଆମ ମୋବାଇଲ୍‌ ନମ୍ବର ଦେଉଛୁ, ସେମାନେ କୌଣସି ସାଇବର ଠକେଇ ଜନିତ ସମସ୍ୟାରେ ପଡ଼ିଲେ ଆମକୁ ସିଧା ଫୋନ୍‌ କରି କହୁଛନ୍ତି। ଡିସିପି ପିନାକ ମିଶ୍ର କହିଛନ୍ତି, କଟକରେ ଅଧିକାରୀ କମ୍‌ ରହିଥିବା ହେତୁ ଏହି କାର୍ଯ୍ୟ କରାଯିବାରେ ପ୍ରତିବନ୍ଧକ ହେଉଛି। ବିଭିନ୍ନ ମାମଲାର ତଦନ୍ତରେ ଅଧିକାରୀମାନେ ବ୍ୟସ୍ତ ରହୁଥିବା ଓ ରାଜ୍ୟ ବାହାରକୁ ଯାଉଥିବାରୁ ଏ ଦିଗରେ ଦୃଷ୍ଟି ଦିଆଯାଇପାରୁ ନାହିଁ। ଆଗାମୀ ଦିନରେ ସାଇବର ସଚେତନତାକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri