ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା ନେଇଯାଉଛନ୍ତି ସାଇବର ଠକ। ନବରଙ୍ଗପୁର ଜିଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ନବରଙ୍ଗପୁର ଜିଲା ଉମରକୋଟରୁ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଛାତ୍ରଙ୍କ ତଥ୍ୟ ସରକାରୀ ସଂସ୍ଥା ପକ୍ଷରୁ ଲିକ୍‌ କରାଯାଉଥିବାରୁ ଏଭଳି ଅସୁବିଧା ହେଉଥିବା ନେଇ ଅନେକ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଏହିସବୁ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ମୋତିଗାଁ ଗ୍ରାମର ଗୋକୁଳ ଚନ୍ଦ୍ର ବେସରାଙ୍କ ପୁଅ ତୁଷାରକାନ୍ତ ଗତ ୧୧ ତାରିଖରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ତେବେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁ ଛାତ୍ରୀଛାତ୍ର ୩୦ ତାରିଖ ସୁଦ୍ଧା ଆଡ୍‌ମିଶନ ଫିସ୍‌ ଅନ୍‌ଲାଇନ ପୈଠ କରିବା ପାଇଁ ନିର୍ଦ୍ଦେଶ ଥିଲା। ସୋମବାର ମୋବାଇଲ ନମ୍ବର ୬୩୭୦୪୬୪୨୩୭ରୁ ତୁଷାରଙ୍କ ବାପାଙ୍କୁ ଫୋନ୍‌କଲ ଆସିଥିଲା, ଯିଏକି ନିଜକୁ କଲେଜ କର୍ମଚାରୀ ପରିଚୟ ଦେଇ ଆଡ୍‌ମିଶନ ଫି’ ଦେବାକୁ କହିଥିଲେ। ତୁରନ୍ତ ଟଙ୍କା ନ ଦେଲେ ଆଡ୍‌ମମିଶନ ରଦ୍ଦ କରାଯିବ ବୋଲି କହିଥିଲେ। ଆଡ୍‌ମିଶନ ଟଙ୍କା ୮୨୦୦ ପାଖରେ ନାହିଁ, ପାଖରେ ଥିବା ୬୫୦୦ ଟଙ୍କା ଦେଲେ ହେବ କି ବୋଲି ତୁଷାରଙ୍କ ବାପା ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଯେତିକି ହେଉଛି ଦିଅ ବାକି ଟଙ୍କା ପରେ ଦେବ ବୋଲି କହିବାରୁ ତୁଷାରଙ୍କ ବାପା ଉକ୍ତ ନମ୍ବରରେ ୬୫୦୦ଟଙ୍କା ଫୋନ୍‌ ପେ କରିଥିଲେ। ଏହାପରେ ଆଡ୍‌ମିଶନ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ଟଙ୍କା ପୈଠ କଥା କହିଥିଲେ। ଟଙ୍କା ପାଇଁ କୌଣସି କଲ୍‌ କରି ନ ଥିବା ଅଧ୍ୟାପକ ମନା କରିବା ପରେ ତୁଷାରଙ୍କ ବାପା ଉପରୋକ୍ତ ନମ୍ବରରେ କଲ୍‌ କରିଥିଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳି ନ ଥିଲା। ଅନ୍ୟ କାହାର ନମ୍ବରରୁ ଫୋନ୍‌ କଲେ ଉକ୍ତ ବ୍ୟକ୍ତି ତାହାକୁ ଉଠାଉଛନ୍ତି ସତ, ମାତ୍ର ଆଡ୍‌ମିଶନ କଥା କହିବା ମାତ୍ରେ କଲ୍‌ କାଟି ଦେଉଛନ୍ତି। ଚନ୍ଦାହାଣ୍ଡି ଥାନାକୁ ଲିଖିତ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ଥାନା ପକ୍ଷରୁ ଉମରକୋଟ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତୁଷାର ମଙ୍ଗଳବାର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବେ। ପୁଅ ଆଡ୍‌ମିଶନ ଚିନ୍ତାରେ ଏବେ ତୁଷାରଙ୍କ ବାପା। ଛାତ୍ରୀଛାତ୍ରଙ୍କ ତଥ୍ୟ କିଭଳି ସାଇବର ଠକଙ୍କ ହାତକୁ ଯାଉଛି ତାହାର ତଦନ୍ତ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ୩ ମାସ ତଳେ ଉମରକୋଟ ବ୍ଲକ ଅଧୀନ କାରାଗାଁର ଜଣେ ଛାତ୍ର ଅନୁରୂପ ଠକାମିର ଶିକାର ହୋଇଥିବାବେଳେ ଏହା ହେଉଛି ଦ୍ୱିତୀୟ ଘଟଣା। ବାରମ୍ବାର ଏପରି ଘଟୁଛି। ଦୋଷୀ ଧରା ନ ପଡ଼ିବାରୁ ସାଇବର ଠକଙ୍କ ସାହସ ବଢ଼ୁଛି। ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri