ସୁନ୍ଦରୀ ଝିଅ ଯୋଗାଇବା ନାଁରେ ଲୁଟୁଛନ୍ତି ସାଇବର ଠକ

ଭୁବନେଶ୍ୱର,୧୭।୭(ସୂର୍ଯ୍ୟକାନ୍ତ ବେହେରା): ଟଙ୍କା ଦେଲେ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ସହରରେ ସବୁଠି ସେଟିଂ। ହୋଟେଲରେ ରହିବା, ଖାଇବା ଫ୍ରି। ହୋମ୍‌ ଡେଲିଭରିର ବି ସୁବିଧା ରହିଛି ।
ପୋଲିସର ଭୟ ନାହିଁ କି ଡରିବାରେ କାରଣ ନାହିଁ। ଦେଶୀ, ବିଦେଶୀ ସବୁ କିଛି ମିଳିବ ହାତପାହାନ୍ତାରେ। ଏଭଳି ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଅପରାଧୀ। କେବଳ ମିଛ କହୁନାହାନ୍ତି, ଧମକ ଚମକ ଦେଇ ଟଙ୍କା ବି ଲୁଟୁଛନ୍ତି। ତା’ପରେ ଆରମ୍ଭ ହେଉଛି ମାନସିକ ନିର୍ଯାତନା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଲୋକଲଜ୍ଜା ଭୟରେ ନା ପୋଲିସ ଦ୍ୱାରସ୍ଥ ହେଉଛନ୍ତି ନା ସେମାନଙ୍କ କବଳରୁ ରକ୍ଷା ପାଉଛନ୍ତି। ଅନ୍‌ଲାଇନ୍‌ରେ ସର୍ଚ୍ଚ କଲେ ପୁଳା ପୁଳା କଲଗର୍ଲ ସାଇଟ୍‌ ଦେଖିବାକୁ ମିଳୁଛି। ୱେବ୍‌ସାଇଟରେ ଥିବା ନମ୍ବରରେ ଯୋଗାଯୋଗ କରିବା ମାତ୍ରେ ଆରମ୍ଭ ହୋଇଯାଉଛି ସେମାନଙ୍କ କାର୍‌ନାମା। ପ୍ରଥମେ ହ଼୍ବାଟ୍‌ସଆପରେ ମେସେଜ କରିବାକୁ କହୁଛନ୍ତି। ଏହାପରେ ୨ ହଜାରରୁ ୧୪ ହଜାର ପର୍ଯ୍ୟନ୍ତ ବିଭିନ୍ନ ଦରର ସୁନ୍ଦରୀ ଝିଅଙ୍କ ଫଟୋ ପଠାଇ ଦେଉଛନ୍ତି। ଝିଅ ବାଛିବା ପରେ ସେମାନେ ଦର ନିର୍ଦ୍ଧାରଣ କରିବା ସହ ଆଗୁଆ ୧୬ଶହ ରୁ ଶହ ଟଙ୍କା ପର୍ଯ୍ୟନ୍ତ ପଠାଇବାକୁ କହୁଛନ୍ତି। ପ୍ରଥମ କିସ୍ତି ଦେବା ପରେ ଝିଅ ହୋଟେଲରେ ପହଞ୍ଚତ୍ୟିବ କିମ୍ବା ଗ୍ରାହକଙ୍କ ଘରକୁ ଆସିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ଟଙ୍କା କାରବାର ପାଇଁ ଫୋନ୍‌ ପେ ଓ ଗୁଗଲ ପେ’ର ସାହାରା ନେଉଛନ୍ତି। ହ୍ବାଟ୍‌ସଆପ କିମ୍ବା ଅନ୍ୟ ସୋସିଆଲ୍‌ ମିଡିଆରୁ ଗ୍ରାହକଙ୍କ ଫଟୋ ନେଇ ଏଡିଟ୍‌ କରିବା ସହ ବ୍ଲାକ୍‌ମେଲ କରି ଟଙ୍କା ଶୋଷି ନେଉଛନ୍ତି। ଏଭଳି ଠକେଇର ଶିକାର ହୋଇଥିବା ଜଣେ ଯୁବକ କହିଛନ୍ତି, ଅନ୍‌ଲାଇନରେ କଲଗାର୍ଲ ସହଜରେ ମିଳିଯାଉଥିବା ଜାଣିବା ପରେ ମୁଁ ସର୍ଚ୍ଚ କରି ଏକ ସଂସ୍ଥାର ଓ୍ବେବ୍‌ସାଇଟ୍‌ ପାଇବା ପରେ ୫ଶହ ଟଙ୍କା ଦେଇ ବୁକ୍‌ କରିଥିଲି। ମୋ ଭଡା ଘରକୁ ଝିଅକୁ ପଠାଇବେ ବୋଲି କୁହାଯାଇଥିଲା। ଟଙ୍କା ପେମେଣ୍ଟ କରିବାର କିଛି ସମୟ ମଧ୍ୟରେ ଜଣେ ଯୁବତୀ କଲ୍‌ କରି ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା କହିବା ସହ ଆଉ ୧ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ହେଲେ ଯୁବକ ଜଣକ ମନା କରିବାରୁ ସେ ଧମକ ଦେଇଥିଲେ। ଟଙ୍କା ଦେ ନ ହେଲେ ଫଟୋ ଭାଇରାଲ ସହ ଥାନାରେ ବଳାତ୍କାର କେସ୍‌ ଦେବାକୁ କହିଥିଲେ। ତେଣୁ ବାଧ୍ୟ ହୋଇ ଯୁବକ ଜଣକ ଆଉ କିଛି ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏଭଳି ବାରମ୍ବାର ଟଙ୍କା ମାଗିବାରୁ ଶେଷରେ ଯୁବକ ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ।
ଏନେଇ ସାଇବର ଥାନାର ଅଧିକାରିଣୀ ରଶ୍ମିତା ଜେନା କହିଛନ୍ତି. ଏହା ବେଆଇନ କାର୍ଯ୍ୟକଳାପ। ଲୋକମାନେ ବୁଝିବା ଆଗରୁ ସାଇବର ଅପରାଧୀଙ୍କ ଜାଲରେ ପଡିଯାଉଛନ୍ତି। ତେଣୁ ଲୋକେ ସଚେତନ ହେଲେ ଏଭଳି ଠକେଇରୁ ବର୍ତ୍ତି ଯାଇପାରିବେ। ଠକାମିର ଶିକାର ହୋଇଥିଲେ ତୁରନ୍ତ ଥାନାରେ ଅଭିଯୋଗ କରନ୍ତୁ। ଏସ୍‌କର୍ଟ ନାଁରେ ୪ଟି ଅଭିଯୋଗ ହୋଇଥିବାବେଳେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri