ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ ବୁଗୁଡ଼ା ଥାନା ପୋଲିସ ଏବେ ଏକ ସାଇବର ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୨ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଠକ ଦ୍ବୟ ଆସିକା ଥାନା ଅନ୍ତର୍ଗତ ଫାପଲପୁର ଗ୍ରାମର ମନୋଜ କୁମାର ସ୍ବାଇଁ(୩୨) ଓ ଅଶ୍ବିନୀ କୁମାର ରାଉତ (୨୪) ହୋଇଥିବା ବେଳେ ସେ ଦ୍ବୟଙ୍କ ବିରୋଧରେ ଯଥାକ୍ରମେ କେସ୍‌ ନଂ ୮୧/୨୬ ଓ ୮୨/୨୬ ରେ ଦୁଇଟି ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।

ପ୍ରକାଶ ଯେ, ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ ବ୍ୟବହୃତ ଆକାଉଣ୍ଟ ସମ୍ପର୍କରେ ଗଞ୍ଜାମ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକା ଆଧାରରେ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡ୍ଡୀ ଏବଂ ଅନ୍ୟ କେତେକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପ୍ରକ୍ରିୟା କାଳରେ ଅନେକ ବ୍ୟାଙ୍କ ଆକାଉଣ୍ଟରୁ ୩୦ ଲକ୍ଷ ଟଙ୍କାର ଠକେଇ କାରବାର ଠାବ କରାଯିବା ସହ ସାଇବର ଠକ ବ୍ୟାଙ୍କ ପାସ୍‌ବୁକ୍‌, କାରବାର ବିବରଣୀ, ମୋବାଇଲ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରାଯାଇଛି। ଏଥିସହ ଯାଞ୍ଚ ସମୟରେ ଏହି ସାଇବର ଠକେଇ ନେଟ୍‌ଓ୍ବର୍କର ଅନ୍ୟତମ ଅଂଶୀଦାର ଭାବେ ଝାଡ଼ଖଣ୍ଡର ରାହୁଲ କୁମାର ମଣ୍ଡଳ ଓ ଉମେଶ କୁମାର ମଣ୍ଡଳଙ୍କୁ ଚିହ୍ନଟ କରାଯାଇଛି। ତେବେ ପୋଲିସ ଆଇନ ଅନୁଯାୟୀ ଗିରଫ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ପୃଥକ୍‌ ଭାବେ ଦୁଇଟି ମାମଲା ରୁଜୁ କରି ଏହି ସାଇବର ଠକେଇ ଅପରାଧର ଚେର କେଉଁ ପର୍ଯ୍ୟନ୍ତ ଲମ୍ବି ରହିଛି ସେନେଇ ପୋଲିସ ତା’ର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri