ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ। ନିଜକୁ କେତେବେଳେ ବ୍ୟାଙ୍କ ମ୍ୟାନେଜର ତ ପୁଣି ଆଉ କେତେବେଳେ ଏଲ୍‌ଆଇସି ଅଧିକାରୀ କହି ଅନ୍‌ଲାଇନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ୨ ସାଇବର ଠକଙ୍କୁ ଶେଷରେ ଭୁବନେଶ୍ୱର ସାଇବର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ସୁପ୍ରଭାତ ମହାପାତ୍ର ଓ ସହଯୋଗୀ ଚନ୍ଦନପୁର ଥାନା ଅଞ୍ଚଳର ସୁଶାନ୍ତ ବାରିକ। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ୍‌ ଓ କିଛି ସିମ୍‌ କାର୍ଡ ଜବତ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୨ ଲକ୍ଷ ୨୫ ହଜାର ଟଙ୍କା ଫ୍ରିଜ୍‌ କରିଛି ସାଇବର ଥାନା ପୋଲିସ। ଅଭିଯୁକ୍ତ ସୁଶାନ୍ତ ଲୋକଙ୍କ ଆଧାର କାର୍ଡ ଜରିଆରେ ସେମାନଙ୍କ ଅଜାଣତରେ ପ୍ରି ଆକ୍ଟିଭେଟ୍‌ ସିମ୍‌ ବାହାର କରି ର଼୍ୟାକେଟ ମୁଖ୍ୟ ସୁପ୍ରଭାତଙ୍କୁ ଦେଇ କିଛି କମିଶନ ପାଇଥାନ୍ତି। ସୁପ୍ରଭାତ ଉକ୍ତ ସିମ୍‌ ଦ୍ୱାରା ଲୋକଙ୍କ ପାଖକୁ କଲ୍‌ କରି ନାନା ଉପାୟରେ ଠକେଇ କରିଥାନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସୁପ୍ରଭାତ ଜଣେ ଡିପ୍ଲୋମା ଛାତ୍ର ବୋଲି ତଦନ୍ତବେଳେ ଜଣାପଡିଛି। ତାଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୧ଟି ଆପରାଧିକ ମାମଲା ରହିଥିବା ସାଇବର ଥାନା ପୋଲିସ କହିଛି।

ସୂଚନାନୁଯାୟୀ, ଠକେଇର ଶିକାର ବ୍ୟକ୍ତିଜଣକ ହେଲେ ଦିଲୀପ କୁମାର ଭଞ୍ଜ। କିଛିଦିନ ତଳେ ସେ ଫାୟାରଷ୍ଟେଶନରୁ ସିଆର୍‌ପି ଛକକୁ ଯାଉଥିବା ସମୟରେ ଏକ ଅଜଣା ନମ୍ବରରୁ ଅଭିଯୁକ୍ତ ସୁପ୍ରଭାତ କଲ୍‌ କରିଥିଲେ। ସେ ନିଜକୁ ଜଣେ ବ୍ୟାଙ୍କ ଅଧିକାରୀ କହି ଦିଲୀପଙ୍କ ସହ କଥା ହୋଇଥିଲେ। ଏହାପରେ ଏଲ୍‌ଆଇସିର ଏକ ଚେକ୍‌ ଅଛି ଓ ଚେକ୍‌ ପାଇବାକୁ ହେଲେ ଅନ୍‌ଲାଇନରେ ଟଙ୍କା ପଠାଇବାକୁ ପଡିବ ବୋଲି ଦିଲୀପଙ୍କୁ କହିଥିଲେ। ଦିଲୀପ ଏଲ୍‌ଆଇସି ପଲିସି କରିଥିବାରୁ ଅଭିଯୁକ୍ତ କଥାକୁ ବିଶ୍ୱାସ କରି ସୁପ୍ରଭାତଙ୍କ କହିବା ମୁତାବକ ସରୋଜ କୁମାରଙ୍କ ନାମରେ ଥିବା ୮୮୭୩୦୭୬୦୬୮ ନମ୍ବରକୁ ଫୋନ୍‌-ପେ ମାଧ୍ୟମରେ ଦୁଇଟି କିସ୍ତିରେ ୧ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ସେ ବ୍ୟାଙ୍କ ଯାଇ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ଫୋନ କରିଥିବା ବ୍ୟକ୍ତି ଜଣକ କୌଣସି ବ୍ୟାଙ୍କ ଅଧିକାରୀ ନୁହନ୍ତି। ତେଣୁ ସେ ଠକେଇର ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ତଦନ୍ତ କରି ପୁରୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri