Posted inଜାତୀୟ

୨୦୨୫ରେ ବଢ଼ିବ ସାଇବର ଆକ୍ରମଣ: ସ୍ବାସ୍ଥ୍ୟସେବା, ଆର୍ଥତ୍କ କ୍ଷେତ୍ର ପ୍ରତି ବିପଦ

ନୂଆଦିଲ୍ଲୀ,୬ା୧୨:ପ୍ରଯୁକ୍ତିର ଅଗ୍ରଗତି ଲୋକଙ୍କୁ ଯେତିକି ସୁବିଧା ଦେଉଛି, ଏହାର ଦୁଷ୍କରିଣାମ ମାନବ ସମାଜ ପାଇଁ ସେତିକି ବିପଦ ଆଣିଦେଇପାରେ। ଡାଟା ସିକ୍ୟୁରିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏବଂ ସେକ୍ୱେରିଟ୍‌ ପକ୍ଷରୁ କରାଯାଇଥିବା ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ୨୦୨୫ରେ ସାଇବର ଆକ୍ରମଣ ବଢ଼ିପାରେ। ଏହାର ପ୍ରଭାବରେ ସ୍ବାସ୍ଥ୍ୟସେବା ଏବଂ ଆର୍ଥତ୍କ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଡିପ୍‌ଫେକ୍‌ ଟେକ୍‌ନୋଲୋଜିଜନିତ ବିପଦ ନୂଆବର୍ଷରେ ଏହି ଦୁଇ ସେକ୍ଟର ପାଇଁ ବିପଦ ସାଜିବ ବୋଲି ଇଣ୍ଡିଆ ସାଇବର ଥ୍ରେଟ୍‌ ରିପୋର୍ଟ-୨୦୨୫ରେ ଉଲ୍ଲେଖ କରାଯାଇଛି।
ପ୍ରକାଶିତ ରିପୋର୍ଟ ପ୍ରସ୍ତୁତି ବେଳେ ମୋଟ ୧୮ଟି ଶିଳ୍ପକୁ ନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ସାଇବର ଅପରାଧୀମାନେ ରଣନୀତି ବଦଳାଇ ବିଭିନ୍ନ ସେକ୍ଟରକୁ ଟାର୍ଗେଟ କରିବା ପାଇଁ ଏଆଇର ବହୁଳ ବ୍ୟବହାର କରୁଛନ୍ତି। ବିଶେଷକରି ଡିପ୍‌ଫେକ୍‌ ଟେକ୍‌ନୋଲୋଜି ଏବଂ ପର୍ସନାଲାଇଜ୍‌ଡ ଆଟାକ୍‌ ଭେକ୍ଟର୍ସ ଜରିଆରେ ସେମାନେ ଅର୍ଥଲୁଟ୍‌ ଉଦ୍ୟମ ଚଳାଇଥିବାରୁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତିକାରମୂଳକ ପଦକ୍ଷେପ ମଧ୍ୟ କାମ କରୁନାହିଁ। ପାରମ୍ପରିକ ସୁରକ୍ଷା, ନିରାପତ୍ତା ଏଆଇ ପରିଚାଳିତ ମାଲ୍‌ଓ୍ବେର ଆଗରେ ହାର ମାନୁଛି। ସେହିପରି ଡେଟାକୁ ଅସ୍ତ୍ର କରି କରାଯାଉଥିବା ଆକ୍ରମଣ ସମ୍ବେଦନଶୀଳ ଏଆଇ ସିଷ୍ଟମ୍‌ର ଦକ୍ଷତାକୁ ଊଣା କରିଦେଉଛି। ଏହାର ପ୍ରଭାବରେ ସ୍ବାସ୍ଥ୍ୟସେବା ଓ ସ୍ବୟଂଚାଳିତ ପରିବହନ ବ୍ୟବସ୍ଥା ବିପନ୍ନ ହୋଇପାରେ ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଏଥିରେ ଆହୁରି କୁହାଯାଇଛି, ସାଇବର ଅପରାଧୀମାନେ ଡିପ୍‌ଫେକ୍‌ ଟେକ୍‌ନୋଲୋଜି ଉପଯୋଗ କରି ଭିଡିଓ, ଅଡ଼ିଓ କଣ୍ଟେଣ୍ଟ ପ୍ରସ୍ତୁତ କରିବେ। ଏହାଦ୍ୱାରା ସେମାନେ ଲୋକଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ହାସଲ କରିବାରେ ସକ୍ଷମ ହେବେ। ଏପରିକି ସାଇବର ଅପରାଧୀମାନେ ରାନ୍‌ସମ୍‌ଓ୍ବେର ସୃଷ୍ଟି କରି ଲୋକଙ୍କଠାରୁ ଅର୍ଥ ଅସୁଲି କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri