Posted inଫୁରସତ

୭୪ ବର୍ଷରେ ଅଣ୍ଡାଦେଲା ସବୁଠୁ ବୟସ୍କ ପକ୍ଷୀ

ଓ୍ବାଶିଂଟନ: ସମସ୍ତ ପ୍ରକାରର ଅସୁବିଧାକୁ ସାମ୍‌ନା କରି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ ଏକ ଅଣ୍ଡା ଦେଇଛି। ଓ୍ବିଜ୍‌ଡମ ନାମକ ଏହି ଲେସନ ଅଲବାଟ୍ରସ୍‌ ଜାତୀୟ ଏହି ପକ୍ଷୀ ଆମେରିକାର ହାଓ୍ବାଇ ଦ୍ୱୀପପୁଞ୍ଜର ଉତ୍ତର ଦିଗରେ ଅବସ୍ଥିତ ମିଡ୍‌ଓ୍ବେ ଏଟୋଲ ନ୍ୟାଶନାଲ ଓ୍ବାଇଲ୍ଡ ଲାଇଫ୍‌ ଆଶ୍ରୟସ୍ଥଳରେ ଏକ ଅଣ୍ଡା ଦେଇଥିବା ସହ ଏହାର ଦେଖାଶୁଣା କରୁଥିବାର ରେକର୍ଡ ହୋଇଛି। ଏନେଇ ‘ଆମେରିକା ମସ୍ତ୍ର୍ୟ ଏବଂ ବନ୍ୟପ୍ରାଣୀ ସେବା(ୟୁଏସ୍‌ଏଫ୍‌ଡବ୍ଲ୍ୟୁଏସ୍‌)-ପ୍ରଶାନ୍ତ ମହାସାଗର ଅଞ୍ଚଳ’ ପକ୍ଷରୁ ଗୁରୁବାର ଏକ୍ସ’ରେ ସୂଚନା ଦିଆଯିବା ସହ କିଛି ପୋଷ୍ଟ ମଧ୍ୟ ଶେୟାର କରାଯାଇଛି। ଲେସନ୍‌ ଅଲବାଟ୍ରସ୍‌ ଜାତୀୟ ପକ୍ଷୀ ସାଧାରଣତଃ ୧୨ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ତେବେ ଓ୍ବିଜ୍‌ଡମ ଏତେ ଦିନ ଧରି ବଞ୍ଚିବା ସହ ବୟସ୍କ ଅବସ୍ଥାରେ ଅଣ୍ଡା ଦେବା ଘଟଣାକୁ ୟୁଏସ୍‌ଏଫ୍‌ଡବ୍ଲ୍ୟୁଏସ୍‌ ଦୁର୍ଲଭ ବୋଲି କହିଛି। ଓ୍ବିଜ୍‌ଡମକୁ ପ୍ରଥମଥର ପାଇଁ ୧୯୫୬ରେ ଚିହ୍ନଟ କରାଯାଇଥିଲା। ସେତେବେଳେ ଏହାର ବୟସ ମାତ୍ର ୬ ବର୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଋତୁସ୍ରାବ ସମୟରେ ମହାକୁମ୍ଭରେ କେମିତି ସ୍ନାନ କରନ୍ତି ମହିଳା ନାଗାସାଧୁ, ପୁରୁଷ ନାଗାସାଧୁଙ୍କ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ରାଜକୀୟ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri