Posted inଜାତୀୟ

୨୦୨୫ରେ ବଢ଼ିବ ସାଇବର ଆକ୍ରମଣ: ସ୍ବାସ୍ଥ୍ୟସେବା, ଆର୍ଥତ୍କ କ୍ଷେତ୍ର ପ୍ରତି ବିପଦ

ନୂଆଦିଲ୍ଲୀ,୬ା୧୨:ପ୍ରଯୁକ୍ତିର ଅଗ୍ରଗତି ଲୋକଙ୍କୁ ଯେତିକି ସୁବିଧା ଦେଉଛି, ଏହାର ଦୁଷ୍କରିଣାମ ମାନବ ସମାଜ ପାଇଁ ସେତିକି ବିପଦ ଆଣିଦେଇପାରେ। ଡାଟା ସିକ୍ୟୁରିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏବଂ ସେକ୍ୱେରିଟ୍‌ ପକ୍ଷରୁ କରାଯାଇଥିବା ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ୨୦୨୫ରେ ସାଇବର ଆକ୍ରମଣ ବଢ଼ିପାରେ। ଏହାର ପ୍ରଭାବରେ ସ୍ବାସ୍ଥ୍ୟସେବା ଏବଂ ଆର୍ଥତ୍କ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଡିପ୍‌ଫେକ୍‌ ଟେକ୍‌ନୋଲୋଜିଜନିତ ବିପଦ ନୂଆବର୍ଷରେ ଏହି ଦୁଇ ସେକ୍ଟର ପାଇଁ ବିପଦ ସାଜିବ ବୋଲି ଇଣ୍ଡିଆ ସାଇବର ଥ୍ରେଟ୍‌ ରିପୋର୍ଟ-୨୦୨୫ରେ ଉଲ୍ଲେଖ କରାଯାଇଛି।
ପ୍ରକାଶିତ ରିପୋର୍ଟ ପ୍ରସ୍ତୁତି ବେଳେ ମୋଟ ୧୮ଟି ଶିଳ୍ପକୁ ନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ସାଇବର ଅପରାଧୀମାନେ ରଣନୀତି ବଦଳାଇ ବିଭିନ୍ନ ସେକ୍ଟରକୁ ଟାର୍ଗେଟ କରିବା ପାଇଁ ଏଆଇର ବହୁଳ ବ୍ୟବହାର କରୁଛନ୍ତି। ବିଶେଷକରି ଡିପ୍‌ଫେକ୍‌ ଟେକ୍‌ନୋଲୋଜି ଏବଂ ପର୍ସନାଲାଇଜ୍‌ଡ ଆଟାକ୍‌ ଭେକ୍ଟର୍ସ ଜରିଆରେ ସେମାନେ ଅର୍ଥଲୁଟ୍‌ ଉଦ୍ୟମ ଚଳାଇଥିବାରୁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତିକାରମୂଳକ ପଦକ୍ଷେପ ମଧ୍ୟ କାମ କରୁନାହିଁ। ପାରମ୍ପରିକ ସୁରକ୍ଷା, ନିରାପତ୍ତା ଏଆଇ ପରିଚାଳିତ ମାଲ୍‌ଓ୍ବେର ଆଗରେ ହାର ମାନୁଛି। ସେହିପରି ଡେଟାକୁ ଅସ୍ତ୍ର କରି କରାଯାଉଥିବା ଆକ୍ରମଣ ସମ୍ବେଦନଶୀଳ ଏଆଇ ସିଷ୍ଟମ୍‌ର ଦକ୍ଷତାକୁ ଊଣା କରିଦେଉଛି। ଏହାର ପ୍ରଭାବରେ ସ୍ବାସ୍ଥ୍ୟସେବା ଓ ସ୍ବୟଂଚାଳିତ ପରିବହନ ବ୍ୟବସ୍ଥା ବିପନ୍ନ ହୋଇପାରେ ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଏଥିରେ ଆହୁରି କୁହାଯାଇଛି, ସାଇବର ଅପରାଧୀମାନେ ଡିପ୍‌ଫେକ୍‌ ଟେକ୍‌ନୋଲୋଜି ଉପଯୋଗ କରି ଭିଡିଓ, ଅଡ଼ିଓ କଣ୍ଟେଣ୍ଟ ପ୍ରସ୍ତୁତ କରିବେ। ଏହାଦ୍ୱାରା ସେମାନେ ଲୋକଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ହାସଲ କରିବାରେ ସକ୍ଷମ ହେବେ। ଏପରିକି ସାଇବର ଅପରାଧୀମାନେ ରାନ୍‌ସମ୍‌ଓ୍ବେର ସୃଷ୍ଟି କରି ଲୋକଙ୍କଠାରୁ ଅର୍ଥ ଅସୁଲି କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ...

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’...

ସାଧ୍ୱୀ ହର୍ଷାଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, କହିଲେ ଏତେ ସୁନ୍ଦରୀ ହେବାର…

ନୂଆଦିଲ୍ଲୀ,୧୫।୧: ପ୍ରୟାଗରାଜର ମହାକୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଥିବା ମଡେଲ ଏବଂ ଆଙ୍କର ହର୍ଷା ରିଚାରିଆଙ୍କୁ ନେଇ ଏବେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି। ମହାକୁମ୍ଭ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ...

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri