ୟୁକ୍ରେନ୍‌ରେ ପୁଣି ସାଇବର ଆକ୍ରମଣ, ସରକାରୀ-ବ୍ୟାଙ୍କ କାରବାର ଠପ୍‌…

କ୍ୱିଭ୍‌,୨୪।୨ : ଗୋଟିଏ ପଟେ ରୁଷିଆ ପକ୍ଷରୁ ସୈନ୍ୟବାହିନୀଙ୍କ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ପୁଣି ସାଇବର ଆକ୍ରମଣ ହୋଇଛି। ୟୁକ୍ରେନ ସରକାରଙ୍କ ୱେବସାଇଟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ୱେବସାଇଟ ଏହି ଆକ୍ରମଣର ଶିକାର ହୋଇଛନ୍ତି। ଆମେରିକା ଏବଂ ବ୍ରିଟେନ ସରକାର ଏନେଇ ରୁଷିଆର ଜିଆର୍‌ୟୁ ସାମରିକ ଗୁପ୍ତଚର ସଂସ୍ଥାକୁ ଦାୟୀ କରିଛନ୍ତି।

ଏହି ୱେବସାଇଟଗୁଡିକ ଉପରେ ଆକ୍ରମଣକୁ ଟେକ୍ନିକାଲ ଭାଷାରେ ଡିଷ୍ଟ୍ରିବ୍ୟୁଟେଡ୍‌ ଡିନାଏଲ୍‌ ଅଫ୍‌ ସର୍ଭିସ୍‌ (ଡିଡିଓଏସ୍‌) କୁହାଯାଉଛି। ଏକ ସର୍ଭରକୁ ଟାର୍ଗେଟ କରିବା ଏବଂ ଏହା ଉପରେ ଇଣ୍ଟରନେଟ ଡାଟା ପ୍ରବାହ ଜାରି ରଖିବା। ଯାହାଫଳରେ ସାଧାରଣ ଭାବେ ଆସୁଥିବା ତଥ୍ୟ ବାଧାପ୍ରାପ୍ତ ହୋଇଥାଏ।

ପୂର୍ବରୁ ଫେବୃଆରୀ ୧୩-୧୪ରେ ୟୁକ୍ରେନ୍‌ର ଅଧିକାଂଶ ୱେବସାଇଟରେ ସମାନ ଧରଣର ଆକ୍ରମଣ କରାଯାଇଥିଲା। ରୁଷିଆ ୟୁକ୍ରେନ୍‌ ସଙ୍କଟ ନେଇ ପୃଥିବୀର ସମସ୍ତ ଦେଶ ଚିନ୍ତିତ ଅଛନ୍ତି। କୁହାଯାଉଛି ଯେ ଏହି ଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ ସଙ୍କଟ ସୃଷ୍ଟି କରିବ।

ଆମେରିକା ଏବଂ ବ୍ରିଟେନ ଭଳି ଦେଶ ରୁଷିଆ ଉପରେ ସମସ୍ତ କଟକଣା ଲାଗୁ କରିଛନ୍ତି। କିନ୍ତୁ ରୁଷିଆକୁ ରୋକିବା ସମ୍ଭବ ହୋଇପାରୁନାହିଁ।

Share