Categories: ଜାତୀୟ

ସିଭି ଆନନ୍ଦ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନେଲେ ଶପଥ…

କୋଲକାତା,୨୩।୧୧ : ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ସିଭି ଆନନ୍ଦ ବୋଷ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ମଧ୍ୟ ସିଏମ ମମତାଙ୍କୁ ଭେଟିଥିଲେ।

ଆନନ୍ଦ ବୋଷ ୧୯୭୭ ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ସେ କେରଳର କ୍ୟାଡର ଅଧିକାରୀ ଥିଲେ। ୨୦୧୧ ରେ ସେ ଅବସର ନେଇଥିଲେ। ତାଙ୍କୁ ୧୭ ନଭେମ୍ବରରେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।

Share