କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା ସହ ଓଡ଼ିଶା ରାଜ୍ୟ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏଥିରେ ୧୦ଟି ଦାବି ଉଲ୍ଲେଖ ରହିଛି। ଏହା ସହ ମାଓବାଦୀମାନେ ଡିସେମ୍ବର ୨୮ ତାରିଖ ଅର୍ଥାତ ଆଜି ବନ୍ଦ ଡାକରା ଦେଇଛନ୍ତି।