କଟକ ମେୟରଙ୍କୁ ଓସିଏ ସମ୍ପାଦକଙ୍କ ଟାର୍ଗେଟ୍‌

କଟକ,୨୯।୭(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମ ନବୀକରଣ କାର୍ଯ୍ୟ ନେଇ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ କଟକ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ସୁବାସ ଦ୍ୱନ୍ଦ୍ୱରେ ରହି ଗଣମାଧ୍ୟମ ସମ୍ମୁଖରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବାରୁ ସଞ୍ଜୟ ତାଙ୍କୁ ସମାଲୋଚନା କରିଛନ୍ତି।
ଓସିଏ ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଞ୍ଜୟ କହିଛନ୍ତି, ବାରବାଟୀ ଷ୍ଟାଡିୟମ୍‌ ନବୀକରଣ କାର୍ଯ୍ୟ ନେଇ ଯେଉଁ ଯୋଜନା କରାଯାଇଥିଲା ତାହା ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଅଲିମ୍ପିକ ଆସୋସିଏଶନର ଲିଜ୍‌ ଅବଧିକୁ ବୃଦ୍ଧି କରିବା ନେଇ କ୍ୟାବିନେଟ୍‌ରେ ଅନୁମତି ମିଳିଥିଲା। ଏହାସହ ସେ ଘୋଷଣା କରିଥିଲେ, ନିର୍ବାଚନରେ ବିଜେଡି ସରକାର ଗଢ଼ିଲେ ବାରବାଟୀର ରୂପରେଖ ବଦଳାଇବା ସହ ନବୀକରଣ କାର୍ଯ୍ୟ ହାତକୁ ନେବା ପାଇଁ। କିନ୍ତୁ ଏନେଇ ମେୟର ଶନିବାର ଗଣମାଧ୍ୟମକୁ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି। ତତ୍କାଳୀନ ସରକାର ୭୦୦ କୋଟି ଟଙ୍କାର ବଜେଟ କରି ନାହାନ୍ତି। ଏପରି କି କୌଣସି ବଜେଟ କ୍ୟାବିନେଟ୍‌ରେ ମଞ୍ଜୁର ହୋଇନାହିଁ କିମ୍ବା କୌଣସି ଏମ୍‌ଓୟୁ କରାଯାଇନାହିଁ। ବାରବାଟୀ ନବୀକରଣ କାର୍ଯ୍ୟ ନେଇ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇନାହିଁ। ମେୟର ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାଙ୍କୁ ସାଙ୍ଗରେ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ବାରବାଟୀ ନବୀକରଣ କାର୍ଯ୍ୟ ଲାଗି ଆଲୋଚନା କରିଥିଲେ, ତାହା ଭିତ୍ତିହୀନ। ବାରବାଟୀର କୌଣସି କାର୍ଯ୍ୟ ହେଲେ ସେଥିରେ ବାରବାଟୀ-କଟକର ବିଧାୟିକା, ମେୟର ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଭଳି ଭୁଲ୍‌ ତଥ୍ୟ ଦେଇ କଟକବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଉଛନ୍ତି ମେୟର। ବାରବାଟୀକୁ ନେଇ ପୂର୍ବରୁ ବିଭିନ୍ନ ଲୋକ ଭିନ୍ନ ମତ ଦେଉଥିବାରୁ ସେଥିରୁ ନିବୃତ୍ତ ରହିବାକୁ ସଞ୍ଜୟ କହିଛନ୍ତି। ପୂର୍ବ ସରକାର କେବଳ ୩୦ଟି ଜିଲାରେ ୪୧ଟି କ୍ରିକେଟ୍‌ ଏକାଡେମୀ କରିଛନ୍ତି। ବାରବାଟୀ ନବୀକରଣ ନେଇ କାଗଜକଲମରେ ତଥ୍ୟ  ନାହିଁ।  ଏହା କେବଳ ପୂର୍ବ ସରକାରଙ୍କ ଏକ ଘୋଷଣା ଥିଲା। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବିଧାନସଭାରେ ବାରବାଟୀ ପ୍ରସଙ୍ଗ ନେଇ ପ୍ରଶ୍ନ କରିବା ଯଥାର୍ଥ ରହିଛି। ଏପରି କି ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତ ତଥ୍ୟ ଅନୁଯାୟୀ ପ୍ରଦାନ କରିଛନ୍ତି । ସେଥିରେ କୌଣସି ମିଥ୍ୟା ରହି ନାହିଁ। କ୍ରୀଡ଼ା ଦିଗରେ ଓ ବାରବାଟୀ ଭିତ୍ତିଭୂମି କାର୍ଯ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସମସ୍ତ ବିଷୟରେ ସେ ଆଲୋଚନା କରିଛନ୍ତି ଏବଂ ଉଭୟ ସମସ୍ତ ସହଯୋଗ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ସଞ୍ଜୟ କହିଛନ୍ତି। ବାରବାଟୀକୁ ବିଶ୍ୱସ୍ତରୀୟ କରିବା ନେଇ ଅର୍ଥର ଆବଶ୍ୟକତା ରହିଛି। ଏନେଇ ଏକ ଡିପିଆର ପ୍ରସ୍ତୁତ କରିବା ଲାଗି ଲଣ୍ଡନର ଗୋଟିଏ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। କମ୍ପାନୀ ୩ ଡିପିଆର ପ୍ରସ୍ତୁତ କରିବ। ସେଥିମଧ୍ୟରୁ ଯେଉଁ ଡିପିଆରକୁ ରାଜ୍ୟ ସରକାର ଓ ବିସିସିଆଇ ଅନୁମତି ପ୍ରଦାନ କରିବେ, ତଦନୁଯାୟୀ କାର୍ଯ୍ୟ ହେବ। ଏହାସହ ଅର୍ଥ ପାଇଁ ଏକ ରିପୋର୍ଟ ତିଆରି କରାଯାଉଛି। ଏନେଇ ଡେଲ୍‌ଏଟ୍‌ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଓସିଏ ନୂତନ ଭାବେ ଭିତ୍ତିଭୂମିକୁ ତିଆରି କରିବାକୁ ଚାହୁଁଛି। ଅନ୍ୟ ରାଜ୍ୟରେ ୨ଟି ଷ୍ଟାଡିୟମ ରହିଛି କିନ୍ତୁ ଓଡ଼ିଶାରେ ଆମ ନିଜସ୍ବ ଷ୍ଟାଡିୟମ ନାହିଁ। ୨୦୧୬ ନୀତି ଅନୁଯାୟୀ ଯଦି ଓସିଏ ନଁାରେ ନିଜର ଟାଇଟେଲ ନ ଥିବ, ତେବେ ଭିତ୍ତିଭୂମି ପାଇଁ ଆବଶ୍ୟକ ସବ୍‌ସିଡି ଓସିଏକୁ ମିଳିପାରିବ ନାହିଁ। ସେଥିପାଇଁ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ଓସିଏକୁ ସବ୍‌ଲିଜ୍‌ ଅନୁଯାୟୀ ପ୍ରଦାନ କଲେ ଓସିଏ ଏନେଇ କାର୍ଯ୍ୟ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଡିପିଆର ପ୍ରସ୍ତୁତ ପରେ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନକୁ ନେଇ ଏକ ବୈଠକ ହେବ। ସେଥିରେ ଭିତ୍ତିଭୂମି ବିକାଶ ନେଇ ଯାହା ନିଷ୍ପତ୍ତି ହେବ ସେନେଇ ସରକାରଙ୍କୁ ଅବଗତ କରାଯିବ ବୋଲି ସଞ୍ଜୟ ବେହେରା କହିଛନ୍ତି।
  ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଅଭିଜିତ୍‌ ପାଲ୍‌ କହିଛନ୍ତି, ବାରବାଟୀର ମର୍ଯ୍ୟାଦା ଓ ମାନ୍ୟତା ବଜାୟ ରଖିବା ଦିଗରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ସର୍ବଦା ଚେଷ୍ଟା କରିବ।
ସୂଚନାଥାଉକି, ବାରବାଟୀ ଷ୍ଟାଡିୟମ ନବୀକରଣ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ାମନ୍ତ୍ରୀ କହିଥିଲେ, ବାରବାଟୀ ଷ୍ଟାଡିୟମ ଓସିଏ ଦ୍ୱାରା ପରିଚାଳିତ, ଏହାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। କ୍ରୀଡ଼ାମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ମେୟର ସୁବାସ ସିଂ କହିଥିଲେ, ବାରବାଟୀ ନବୀକରଣ କାର୍ଯ୍ୟ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏନେଇ ୭୦୦ କୋଟିର ବଜେଟ କରାଯିବା ସହ ଡିପିଆର ପ୍ରସ୍ତୁତ କରାଯାଇଛି। ଏପରିକି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଯୋଜନା ଭାଜପା ସରକାର ବଦଳାଇବା ହାସ୍ୟାସ୍ପଦ ବୋଲି ମେୟର କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri