୧୦୦ ବର୍ଷ ପଛକୁ ଫେରିଗଲା କଟକ ଦଶହରା

କଟକଣା ଭିତରେ ହଜିଗଲା ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ତାହା ଚଳିତବର୍ଷ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି ହେଲାଣି, ହେଲେ ଆକର୍ଷଣୀୟ ସାଜସଜ୍ଜା ନ ଥିବାବେଳେ ବିଶେଷ ଉତ୍ସାହ କିମ୍ବା ସରସ ପରିଲକ୍ଷିତ ହେଉନାହିଁ। ମୃଣ୍ମୟୀ ପ୍ରତିମା ଉପରେ ସୁନା ଚାନ୍ଦି ନୁହେଁ, ରହିବ ମାଟି ତିଆରି ଶାଢ଼ି ଆଉ ଅଳଙ୍କାର। ତେଣୁ ଏଥର କଟକୀ ଦଶହରା ୧୦୦ ବର୍ଷ ପଛକୁ ଫେରିଗଲା ବୋଲି ଅନେକଙ୍କ ମତ..।
କଟକ ଅଫିସ,୨୨।୧୦:ରୌପ୍ୟ ନଗରୀରେ ଏଥର ଚାନ୍ଦିମେଢ଼ ଝଲସିବା କଷ୍ଟକର। ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯିବା ସହ ସବୁ କାର୍ଯ୍ୟ କୋଭିଡ୍‌ କଟକଣାକୁ ମାନି କରାଯାଉଛି। ପୂର୍ବରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ ହୁଏ। ମାଟିର ପ୍ରତିମା ଉପରେ ଶାଢ଼ି ପିନ୍ଧାଯାଏ। ସୁନା, ରୁପା, ଚାନ୍ଦି ଅଳଙ୍କାର ଏଥିରେ ଖଞ୍ଜାଯାଏ। ଯାହା ପାଇଁ କଟକର ଦଶହରା ପ୍ରସିଦ୍ଧି ହାସଲ କରିଛି। ହେଲେ ଏଥର କରୋନା କଟକଣା ପାଇଁ ସବୁ ଫିକା। ଅଧିକାଂଶ ମଣ୍ଡପରେ ମାଟିରେ ଶାଢ଼ି, ଅଳଙ୍କାର ତିଆରି କରାଯାଇ ଦେବୀଙ୍କୁ ଆଭୂଷିତ କରାଯାଉଛି।
ବିଶ୍ୱକର୍ମା ଦାୟିତ୍ୱ ତୁଲାଇ ଆସୁଛନ୍ତି ସାଲେପୁର ବ୍ଲକ ମୋହନାପୁର ଗ୍ରାମର କୁନୁ ବେହେରା। ସେ ରାଣୀହାଟ, ଚାନ୍ଦିନୀଚୌକ, ମାନସିଂପାଟଣା ଓ ରାଣୀହାଟ ମାଳିସାହିରେ ମେଢ ନିର୍ମାଣ କରନ୍ତି। କୁନୁଙ୍କ କହିବା ମୁତାବକ, ଖଡ଼ମାଠାରୁ ମୂର୍ତ୍ତି ୬ରୁ ୭ଫୁଟ ପର୍ଯ୍ୟନ୍ତ କରାଯାଏ। ରାଣୀହାଟ ମାଳିସାହି ମଣ୍ଡପରେ ମୂର୍ତ୍ତି ଖଡ଼ମାଠାରୁ ୧୦ରୁ ୧୧ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ। ହେଲେ ଏଥର ମୂର୍ତ୍ତି ଛୋଟ ଆକାର କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା, ପୂର୍ବରୁ ମା’ଙ୍କ ମୁଖ ଯେଉଁଭଳି ଆକର୍ଷଣୀୟ କରାଯାଉଥିଲା ତାହା ଏବର୍ଷ ହୋଇପାରିନାହିଁ। ଚାନ୍ଦିନୀଚୌକ ଦୁର୍ଗାମଣ୍ଡପରେ ଏକ ନିଜସ୍ବ ପରମ୍ପରା ରହିଛି। ଏଠାରେ ମା’ଙ୍କ ମୁଖ ତିଆରି କରିବା ପାଇଁ ସ୍ବତନ୍ତ୍ର ମୁଖା ବ୍ୟବହାର କରାଯାଏ। ଏହାକୁ ରାଜାଘର ମୁଖା କୁହାଯାଏ। ଶେଖ୍‌ବଜାରର ଜଣେ ବ୍ୟକ୍ତିଙ୍କ ଘରେ ଏହି ମୁଖା ପୂଜା ପାଏ। ପ୍ରତିବର୍ଷ ଦଶହରା ସମୟରେ ଏହାକୁ ଅଣାଯାଇ ମା’ଙ୍କ ମୁଖ ତିଆରି କରାଯାଏ। ରାଜାରାଜୁଡ଼ା ଅମଳରୁ ଏହି ମୁଖା ବ୍ୟବହାର ହୋଇଆସୁଥିବା ଲୋକଶ୍ରୁତି ରହିଛି। କିନ୍ତୁ ଚଳିତବର୍ଷ ଏହି ପରମ୍ପରା ବ୍ୟାହତ ହୋଇଛି। ପ୍ରଥମ ଥର ପାଇଁ ରାଜାଘର ମୁଖା ବ୍ୟବହାର ହୋଇ ନାହିଁ। କୁନୁ ଏକ ଛୋଟ ମୁଖା ତିଆରି କରିଛନ୍ତି। ହେଲେ ଏହା ପୂର୍ବଭଳି ଚମକପ୍ରଦ ହେବ କି ନାହିଁ ତାହା କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି ସୁନା, ରୁପା ଓ ଚାନ୍ଦି ଅଳଙ୍କାର ହିଁ କଟକ ଦଶହରାକୁ ଗୌରବାନ୍ବିତ କରିଛି। ହେଲେ ଏଥର ଦେବୀ ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବାଦେବୀ ମଧ୍ୟ ମାଟିର ଅଳଙ୍କାର ପରିଧାନ କରିବେ। ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ସଭାପତି ପ୍ରତାପ କିଶୋର ସିଂ କହିଛନ୍ତି, ସମସ୍ତ ରୀତିନୀତିକୁ ଭାଙ୍ଗି ଚଳିତବର୍ଷର ଦଶହରା ପାଇଁ ପ୍ରସ୍ତୁତି ଚାଲିଛି। ମୁଖା ବ୍ୟବହାର ନ କରିବା ଆମ ପାଇଁ କଷ୍ଟଦାୟକ। ତଥାପି ଦୁର୍ଗାପୂଜା ହେବ। ମୁଖା ମଧ୍ୟ ପୂଜା ପାଇବେ। ତେବେ କଟକ ଦଶହରା ପ୍ରାୟ ଶହେ ବର୍ଷ ପଛକୁ ଫେରିଗଲା ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri