Categories: କଟକ

୪ଟି ପର୍ଯ୍ୟାୟରେ ହେବ କଟକ ଦୁର୍ଗାପୂଜା ଭସାଣ

କଟକ ଅଫିସ,୨୬।୧୦-କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଦଶହରା। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ସକାଳ ୧୦ଟାରୁ ସା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ଯ୍ୟାୟରେ ସମୟ ଧାର୍ଯ୍ୟ ହୋଇଛି। ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ୬ଟା ମଧ୍ୟରେ ଭସାଣ ଉତ୍ସବ ହେବ।ଏ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।