କଟକ ନକଲି ଔଷଧ: ଦୁଇ ଷ୍ଟକିଷ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୧ା୯: ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ ହେଉଥିବା ଅଭିଯୋଗ ହେବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ ୨ଟି ମେଡିସିନ ଷ୍ଟକିଷ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକକାଳୀନ ୨ଟି ମାମଲା ଓ ପୁରୀ ଘାଟ ଥାନାରେ ୨ ମାମଲା ଦାୟର କରାଯାଇଛି। ଅଭିଯୁକ୍ତ ଷ୍ଟକିଷ୍ଟଦ୍ୱୟ ହେଲେ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ମାଣିକଘୋଷ ବଜାରର ଭି. ଆର୍‌. ଡ୍ରଗ ଏଜେନ୍ସି। ନକଲ ହୋଇଥିବା ଟେଲ୍‌ମା-୪୦ ଏବଂ ଟେଲ୍‌ମା- ଏଏମ୍‌କୁ ବିକ୍ରି ବନ୍ଦ ପାଇଁ ବିଭାଗ ପକ୍ଷରୁ ନିଷେଦ୍ଧାଦେଶ ଜାରି କରାଯାଇଛି।
ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣଙ୍କ ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଓ ଟେଲ୍‌ମା- ଏଏମ୍‌ ଟାବ୍‌ଲେଟକୁ ନକଲି କରି ବିକ୍ରି କରାଯାଉଥିଲା। ଏନେଇ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ଗତ ୭ତାରିଖରେ ଉଭୟ ଷ୍ଟକିଷ୍ଟଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ କରି ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗୋଟିଏ ମେଡିସିନର ଲୋଗୋକୁ ସମ୍ପୂର୍ଣ୍ଣ ନକଲି କରାଯାଇଥିବାବେଳେ କ୍ୟୁଆର୍‌ କୋଡ୍‌ ସ୍କାନ କରିବା ପରେ ତାହା ନକଲି ବୋଲି ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଥିଲା। ପରେ ସେଥିରେ ବ୍ୟବହାର କରାଯାଇଥିବା ଏକ ନାମୀ କମ୍ପାନୀ ସମ୍ପର୍କରେ ଜାଣିବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ହେଲେ ଉକ୍ତ ମେଡିସିନ୍‌ଦ୍ୱୟ ସମ୍ପୃକ୍ତ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇ ନ ଥିବା ଚିଠିର ଉତ୍ତର ମିଳିବା ପରେ ବିଭାଗ ପକ୍ଷରୁ ଶୁକ୍ରବାର ମାମଲା ରୁଜୁ କରାଯାଇଛି। ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍ସ ଆକ୍ଟରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ ଷ୍ଟକିଷ୍ଟଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଛି। ସେହିପରି ନକଲି ମେଡିସିନ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳାଯାଉଥିବା ଏବଂ ଏହାଦ୍ୱାରା ରୋଗୀଙ୍କ ଜୀବନ ଚାଲିଯିବାର ନିଶ୍ଚିତତା ରହିଥିବାରୁ ଏହାକୁ ସଙ୍ଗିନ ଅପରାଧ ଭାବେ ବିବେଚନା କରାଯାଇ ୨ଟି ଫୌଜଦାରି ମାମଲା ପୁରୀଘାଟ ଥାନାରେ ଦାୟର କରାଯାଇଛି। ପୂଜା ଏଣ୍ଟରପ୍ରାଇଜର୍ସ ନାମରେ କେସ୍‌ ନଂ. ୨୨୨/୨୦୨୨ ଓ ଭି.ଆର୍‌. ଡ୍ରଗ ଏଜେନ୍ସି ନାମରେ କେସ୍‌ ନଂ. ୨୨୧/୨୦୨୨ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ଆରମ୍ଭ କରାଯାଇଥିବା ପୁରୀଘାଟ ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୩ ଦିନ ତଳେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏନେଇ ତନାଘନା କରିବା ପରେ ଗତ ଜୁନ ମାସରୁ ଏହି ନକଲି ଔଷଧ କାରବାର ଚାଲିଥିବା ଜାଣିବାକୁ ମିଳିଛି। ଦୁଇଟିଯାକ ମେଡିସିନ ଷ୍ଟକିଷ୍ଟଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ନକଲି ଔଷଧ ବଜାରକୁ ଯାଇଛି। ତେବେ ଏନେଇ ଖୋଳତାଡ଼ ହେବାପରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ବରଗଡ଼ ଓ ଝାରସୁଗୁଡ଼ାରୁ ପ୍ରାୟ ୩୦ଲକ୍ଷ ଟଙ୍କାର ମେଡିସିନ ଫେରସ୍ତ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri