କଟକ ନକଲି ଔଷଧ: ଦୁଇ ଷ୍ଟକିଷ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୧ା୯: ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ ହେଉଥିବା ଅଭିଯୋଗ ହେବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ ୨ଟି ମେଡିସିନ ଷ୍ଟକିଷ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକକାଳୀନ ୨ଟି ମାମଲା ଓ ପୁରୀ ଘାଟ ଥାନାରେ ୨ ମାମଲା ଦାୟର କରାଯାଇଛି। ଅଭିଯୁକ୍ତ ଷ୍ଟକିଷ୍ଟଦ୍ୱୟ ହେଲେ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ମାଣିକଘୋଷ ବଜାରର ଭି. ଆର୍‌. ଡ୍ରଗ ଏଜେନ୍ସି। ନକଲ ହୋଇଥିବା ଟେଲ୍‌ମା-୪୦ ଏବଂ ଟେଲ୍‌ମା- ଏଏମ୍‌କୁ ବିକ୍ରି ବନ୍ଦ ପାଇଁ ବିଭାଗ ପକ୍ଷରୁ ନିଷେଦ୍ଧାଦେଶ ଜାରି କରାଯାଇଛି।
ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣଙ୍କ ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଓ ଟେଲ୍‌ମା- ଏଏମ୍‌ ଟାବ୍‌ଲେଟକୁ ନକଲି କରି ବିକ୍ରି କରାଯାଉଥିଲା। ଏନେଇ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ଗତ ୭ତାରିଖରେ ଉଭୟ ଷ୍ଟକିଷ୍ଟଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ କରି ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗୋଟିଏ ମେଡିସିନର ଲୋଗୋକୁ ସମ୍ପୂର୍ଣ୍ଣ ନକଲି କରାଯାଇଥିବାବେଳେ କ୍ୟୁଆର୍‌ କୋଡ୍‌ ସ୍କାନ କରିବା ପରେ ତାହା ନକଲି ବୋଲି ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଥିଲା। ପରେ ସେଥିରେ ବ୍ୟବହାର କରାଯାଇଥିବା ଏକ ନାମୀ କମ୍ପାନୀ ସମ୍ପର୍କରେ ଜାଣିବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ହେଲେ ଉକ୍ତ ମେଡିସିନ୍‌ଦ୍ୱୟ ସମ୍ପୃକ୍ତ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇ ନ ଥିବା ଚିଠିର ଉତ୍ତର ମିଳିବା ପରେ ବିଭାଗ ପକ୍ଷରୁ ଶୁକ୍ରବାର ମାମଲା ରୁଜୁ କରାଯାଇଛି। ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍ସ ଆକ୍ଟରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ ଷ୍ଟକିଷ୍ଟଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଛି। ସେହିପରି ନକଲି ମେଡିସିନ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳାଯାଉଥିବା ଏବଂ ଏହାଦ୍ୱାରା ରୋଗୀଙ୍କ ଜୀବନ ଚାଲିଯିବାର ନିଶ୍ଚିତତା ରହିଥିବାରୁ ଏହାକୁ ସଙ୍ଗିନ ଅପରାଧ ଭାବେ ବିବେଚନା କରାଯାଇ ୨ଟି ଫୌଜଦାରି ମାମଲା ପୁରୀଘାଟ ଥାନାରେ ଦାୟର କରାଯାଇଛି। ପୂଜା ଏଣ୍ଟରପ୍ରାଇଜର୍ସ ନାମରେ କେସ୍‌ ନଂ. ୨୨୨/୨୦୨୨ ଓ ଭି.ଆର୍‌. ଡ୍ରଗ ଏଜେନ୍ସି ନାମରେ କେସ୍‌ ନଂ. ୨୨୧/୨୦୨୨ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ଆରମ୍ଭ କରାଯାଇଥିବା ପୁରୀଘାଟ ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୩ ଦିନ ତଳେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏନେଇ ତନାଘନା କରିବା ପରେ ଗତ ଜୁନ ମାସରୁ ଏହି ନକଲି ଔଷଧ କାରବାର ଚାଲିଥିବା ଜାଣିବାକୁ ମିଳିଛି। ଦୁଇଟିଯାକ ମେଡିସିନ ଷ୍ଟକିଷ୍ଟଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ନକଲି ଔଷଧ ବଜାରକୁ ଯାଇଛି। ତେବେ ଏନେଇ ଖୋଳତାଡ଼ ହେବାପରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ବରଗଡ଼ ଓ ଝାରସୁଗୁଡ଼ାରୁ ପ୍ରାୟ ୩୦ଲକ୍ଷ ଟଙ୍କାର ମେଡିସିନ ଫେରସ୍ତ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri