ବିୟୁଟି କୁଇନଙ୍କୁ ଆରିରେ କାଟି, ବ୍ଲେଣ୍ଡରରେ ପେଶି ସ୍ବାମୀ ବନାଇଲେ ‘ପ୍ୟୁରି’

ଡି ଜୁରେ,୧୩।୯: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ୁପରୁ ପରଦା ଉଠିଛି। ଯିଏ ଏହି ଭୟଙ୍କର ଘଟଣା ଶୁଣିଛି କିମ୍ବା ପଢିଛି ସେ ଭୟଭୀତ ହୋଇପଡିଛି । ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟଙ୍କୁ ତାଙ୍କ ସ୍ବାମୀ ହିଁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ଏକ ବ୍ଲେଣ୍ଡରରେ ପକାଇ ପେସି ଦେଇଥିଲେ। ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକ୍ସିମୋଭିକଙ୍କ ଙ୍କ ମୃତ ଶରୀରକୁ ତାଙ୍କ ସ୍ବାମୀ ଆରି ଏବଂ କଇଞ୍ଚି ସାହାଯ୍ୟରେ କାଟି ଶରୀରକୁ ଲୁଚାଇବା ପାଇଁ ଏହାକୁ ବ୍ଲେଣ୍ଡ କରି ଏକ ଦ୍ରବଣ ତିଆରି କରିଥିଲେ। ପରେ ଏହି ଦ୍ରବଣରେ ଏସିଡ ମିଶ୍ରଣ କରିଥିଲେ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, କ୍ରୀଷ୍ଟିନା ଜୋକସିମୋଭକଙ୍କ ଶରୀରକୁ ତାଙ୍କ ଲଣ୍ଡ୍ରି ରୁମରେ ଏକ ଆରି, ଛୁରୀ ଏବଂ ବଗିଚା କଟାଯାଉଥିବା କଇଁଚି ବ୍ୟବହାର କରାଯାଇ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା। ତାଙ୍କ ମୃତଦେହକୁ ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ କାଟି ଦିଆଯାଇଥିଲା ବୋଲି ସ୍ଥାନୀୟ ଆଉଟଲେଟ ବ୍ଲିକ ରିପୋର୍ଟ କରିଛି। ପରେ ଏହା ରାସାୟନିକ ଦ୍ରବଣରେ ଦ୍ରବୀଭୂତ କରାଯାଇଥିଲା। ୩୮ ବର୍ଷୀୟ କ୍ୟାଟୱାକ କୋଚ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ଘରେ ମୃତ ଅବସ୍‌ଥାରେ ମିଳିଥିଲେ। ତାଙ୍କ ସ୍ବାମୀ ଥୋମାସ ଏହି ହତ୍ୟାକୁ ସ୍ବୀକାର କରି ଆତ୍ମରକ୍ଷା ଦାବି କରି କହିଥିଲେ ଯେ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋଜାନରେ ଫେଡେରାଲ କୋର୍ଟ ଦ୍ୱାରା ଥୋମାସଙ୍କ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ଥୋମାସ ଦାବି କରିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଆତ୍ମରକ୍ଷା ପାଇଁ ହତ୍ୟା କରିଥିଲେ କାରଣ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସେ ନର୍ଭସ ହୋଇଯାଇଥିଲେ, ତେଣୁ ସେ ତାଙ୍କ ପତ୍ନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ତେବେ, ସ୍ବିସ ଆଉଟଲେଟ FM1 ଟୁଡେ ଅନୁଯାୟୀ ଏକ ମେଡିକାଲ-ଫରେନସିକ ରିପୋର୍ଟ ‘ଆତ୍ମରକ୍ଷାର ବିବରଣୀକୁ ଖଣ୍ଡନ କରୁଛି।’
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ମଡେଲଙ୍କ ଶରୀରକୁ କିପରି ଖଣ୍ଡ ଖଣ୍ଡ କରାଯାଇଛି। ସ୍ବାମୀ ମୃତଦେହକୁ ଗାଧୋଇବା କୋଠରୀକୁ ନେଇଗଲେ, ଯେଉଁଠାରେ ସେ ଏକ କରତ, ଛୁରୀ ଏବଂ ବଗିଚା କାଟିବା କଇଁଚି ସହିତ ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ।
ସ୍ଥାନୀୟ ଆଉଟଲେଟ ବ୍ଲିକର ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ ପରେ ଶରୀରକୁ ଏକ ହ୍ୟାଣ୍ଡ ବ୍ଲେଣ୍ଡରରେ ରଖି ଶରୀରର ଅଙ୍ଗଗୁଡ଼ିକୁ ‘ପ୍ୟୁରି’ କରି ରାସାୟନିକ ଦ୍ରବଣରେ ଦ୍ରବିଭୂତ କରିଥିଲେ। ଅନୁସନ୍ଧାନକାରୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଏବଂ ମୃତ୍ୟୁକୁ ଲୁଚାଇବାକୁ ଚେଷ୍ଟା କରିବା ପରେ ସ୍ବାମୀ ଥୋମାସ ର୍ନିଦ୍ଦୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri