ଓଜନମାପ ଯନ୍ତ୍ରକୁ କାଟିଦେଲେ

କେନ୍ଦୁଝର,୩।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଗୋହାଲଡିହି ରେଲୱେ ସାଇଡିଂରେ ଥିବା ୬୦ ଟନ୍‌ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ବୁଧବାର ରାତିରେ ଗ୍ୟାସ୍‌ କଟରରେ କାଟି ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରିଛନ୍ତି। ସେମାନେ ଓଜନ ମାପ ଯନ୍ତ୍ରକୁ ଚାରିଆଡ଼େ ଖଣ୍ତ ଖଣ୍ତ କାଟି ଦେଇଛନ୍ତି। ଗୁରୁବାର ସକାଳେ ମାଲିକ ଦିଲୀପ କୁମାର ବେହେରା ଏ ସମ୍ପର୍କରେ ଜାଣିବା ପରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ କେତେକ ଦୁର୍ବୃତ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। କିଛିଦିନ ତଳେ ଏକ ରୋଡ ରୋଲର ଟାଉନ ଥାନା ନେକଡା ଘର ନିକଟରୁ ଚୋରି ହୋଇଥିଲା। ଏଥିରେ ସ୍କ୍ରାପ ଚୋରଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। ପୋଲିସ ଅଦ୍ୟାବଧି ଚୋରଙ୍କ ଟେର ପାଇନାହିଁ କି ରୋଲରର ସନ୍ଧାନ ପାଇନାହିଁ।