ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଞ୍ଚଳରେ କିଛିଦିନ ହେବ ହାତୀ ଚଳାଚଳ ବୃଦ୍ଧି ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ କାଟ କରାଯିବ ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଅଯାଇଛି।
ସୂଚନା ଅନୁସାରେ ଡିସେମ୍ବର ୩ରେ ଧମା ରେଞ୍ଜ ଜଙ୍ଗଲରୁ ୧୪ରୁ ଅଧିକ ହାତୀ କୌଣସିମତେ ମହାନଦୀ ପାର ହୋଇ ଚାଆଁରପୁର ଅଞ୍ଚଳକୁ ଆସିଥିଲେ। ଖାଦ୍ୟ ଅନ୍ବେଷଣରେ ସେମାନେ ଗୋଶାଳା, ବ୍ରହ୍ମପୁରା ଗ୍ରାମକୁ ଆସି ଫସଲ ନଷ୍ଟ କରିଥିଲେ। ହାତୀପଲ ଲମ୍ବେଇ ଡୁଙ୍ଗୁରି ଅଞ୍ଚଳରେ ଯାତାୟାତ କରୁଥିବା ନଜିର ରହିଛି। ନିକଟରେ ୧୨ ବର୍ଗ କିମି ଜଙ୍ଗଲ ରହିଥିଲେ ବି ହାତୀମାନେ ଗାଁ ମୁହଁା ହେଉଛନ୍ତି। ଧାନ ଓ ପନିପରିବା ଫସଲ ଖାଇବା ପାଇଁ ସନ୍ଧ୍ୟା ହେଲେ ଗ୍ରାମ ନିକଟରେ ପହଞ୍ଚତ୍ ଯାଉଛନ୍ତି। ବନ ବିଭାଗ ଅଧିକାରୀ ଏମାନଙ୍କ ଉପରେ ନଜର ରଖିଛନ୍ତି। ଜଙ୍ଗଲ ଓ ଗ୍ରାମ ଗୁଡିକରେ ବିଦ୍ୟୁତ୍‌ ତାର ଲାଗି କାଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ବିଦ୍ୟୁତ୍‌ କାଟ କରିବାକୁ ସ୍ଥିର କରାଯାଇଛି। ହୀରାକୁଦ ୍‌ ଓ ସମ୍ବଲପୁର ସବ୍‌ଡିଭିଜନ୍‌ରେ ଥିବା ରକ୍ଷଣାବେକ୍ଷଣ ଟିମ୍‌ ଏବଂ ବନ ବିଭାଗ ମିଳିତ ଭାବେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କଟପାଲି ଓ ଚାଉଁରପୁର ପାୱାର ସବ୍‌ଷ୍ଟେଶନର ୩୩କେଭି ଗ୍ରୀଡ୍‌ରେ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଟାଟା ପାୱାର ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛି। ବିଦ୍ୟୁତ ଆଘାତରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବନ ବିଭାଗଙ୍କ ପରାମର୍ଶ ନିଆଯାଇଛି। ଅନିଚ୍ଛାକୃତ ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାହକ, ସାଧାରଣ ଜନତା ଓ ଅଞ୍ଚଳରେ ଥିବା କିଛି ଶିଳ୍ପ ସଂସ୍ଥା ସମସ୍ୟାର ସମ୍ମୁଖୀନ ହେବେ। ଟିପିଡବ୍ଲ୍ୟୁଓଡିଏଲ୍‌ କର୍ତ୍ତୃପକ୍ଷ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ହାତୀମାନଙ୍କୁ ଘଉଡ଼ାଇବା ଲାଗି ସମ୍ବଲପୁର ସର୍କଲ୍‌ର ପଦାଧିକାରୀ, କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି। ହାତୀମାନଙ୍କୁ ମହାନଦୀ ଅପରପାର୍ଶ୍ୱ ଧମା ଜଙ୍ଗଲକୁ ପୁଣି ପଠାଇବା ଲାଗି ଉଦ୍ୟମ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ହାତୀପଲ ଚାଉଁରପୁର ଅଞ୍ଚଳରେ ରହିଛନ୍ତି। ବିଦ୍ୟୁତ୍‌ କାଟ ଯୋଗୁ ପ୍ରଭାବିତ ଗ୍ରାମଗୁଡିକ ହେଲା ଚାଉଁରପୁର, ବଡ଼ସିଙ୍ଗାରୀ, ମୁଣ୍ଡାଘାଟ, ପିତାପାଲୀ, ଝରାପାଲୀ, ବ୍ରହ୍ମପୁରା, ସିନାପାଲି, ଟିଙ୍କିପାଲି ଓ ବଗବୀରା। ଏ ସମ୍ପର୍କରେ ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବରମ କହିଛନ୍ତି, ହାତୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବାରମ୍ବାର ବିଭିନ୍ନ ବୈଠକରେ ବିଦ୍ୟୁତ୍‌ ଆଘାତରେ ହାତୀ ତଥା ଅନ୍ୟ ବନ୍ୟପ୍ରାଣୀ ଅସୁରକ୍ଷିତ ବୋଲି ଦାବି କରାଯାଇଥାଏ। ଯେଉଁ ଅଞ୍ଚଳରେ ହାତୀପଲ ଯାତାୟାତ କରିବେ ସେ ଅଞ୍ଚଳର ବିଦ୍ୟୁତ୍‌ କାଟ କରିବାକୁ ସ୍ଥିର ହୋଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri