ମୂଲ୍ୟବାନ୍‌ ଗଛ କାଟିନେଲେ

ରସୁଲପୁର,୭ା୪(ଡି.ଏନ.ଏ.): ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ସଡ଼ମ୍ବା ଗ୍ରାମ ଦେଇ ଯାଇଥିବା ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରୁ ଗ୍ରାମର ୨ ବ୍ୟକ୍ତି ରାତି ଅଧିଆ ମୂଲ୍ୟବାନ ଜଙ୍ଗଲି ଗଛଗୁଡ଼ିକୁ କାଟି ନେଇଛନ୍ତି। ଏନେଇ ଗ୍ରାମର ବୀରବର ପଲେଇ ଚଣ୍ଡିଖୋଲ ଜଙ୍ଗଲ ବିଭାଗ, ରସୁଲପୁର ତହସିଲଦାର ଓ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଜାଣି ଗଛକଟାରେ ସମ୍ପୃକ୍ତ ବ୍ୟକ୍ତି ବୀରବରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।
କଟା ଯାଇଥିବା ଗଛଗୁଡ଼ିକ ବୀରବରଙ୍କ ନିଜସ୍ବ ଜମିରେ ରହିଥିଲା ବୋଲି ସେ ଦାବି କରିଛନ୍ତି। ବୁଧବାର ରାତିରେ ଗଛ କଟାଯାଇଥିଲା। ଗୁରୁବାର ସକାଳେ ଗଛ ଗରିଣ୍ଡାଗୁଡ଼ିକୁ ଗଛକଟାଳି ଖଣ୍ଡଖଣ୍ଡ କରୁଥିବା ସମୟରେ ବୀରବର ପହଞ୍ଚତ୍ ବିରୋଧ କରିଥିଲେ। ଗଛ କଟାଳି ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଗଛ କାଟିଛନ୍ତି ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କଲେ ସେମାନେ ବୀରବରଙ୍କୁ ଗଛ କାଟିବା ଭଳି କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷରେ ଅଭିଯୋଗ ପରେ ବାରବାଟୀ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଘଟଣାସ୍ଥଳରେ ପଡ଼ିଥିବା କଟା ଗଛର ଅଂଶବିଶେଷକୁ ଓ କଟା ଯାଇଥିବା ଗଛର ମୂଳ ଗୁଡିକର ସ୍ଥାନକୁ ବୁଲି ଦେଖିଥିଲେ। ପରିବେଶ ପ୍ରଦୂଷଣ ଏକ ବଡ଼ ଚାଲେଞ୍ଜ ହୋଇପଡି ଥିବାବେଳେ ବ୍ୟାପକ ଚାରାରୋପଣ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ଅପରପକ୍ଷରେ କାଠ ବ୍ୟବସାୟୀ, ଚୋରାଚାଲାଣକାରୀ ଓ କାଠ ମାଫିଆଙ୍କ ଦ୍ୱାରା ବ୍ୟାପକ ଗଛ କଟା ଯାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଗଛ କାଟିବା ଉପରେ ରୋକ ଲଗାଯିବା ଉପରେ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri