ସରକାରୀ ଜାଗାରୁ ଚାକୁଣ୍ଡା ଗଛ ଦୁର୍ବୃତ୍ତ କାଟିଦେଲେ

ପଟ୍ଟାମୁଣ୍ଡାଇ, ୩୧ା୩ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ସହର ବାଇପାସ୍‌ ନିକଟରୁ କେତେଜଣ ଦୁର୍ବୃତ୍ତ ଏକ ବଡ଼ ଚାକୁଣ୍ଡା ଗଛକୁ କାଟିଦେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ କାଠଗଣ୍ଡି ଜବତ କରିଛନ୍ତି। ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ସହର ପୁରୁଣା ବାଇପାସ୍‌ ଛକ ନିକଟରେ ବର୍ଷ ବର୍ଷ ଧରି ଏକ ବଡ଼ ଚାକୁଣ୍ଡା ଗଛ ଥିଲା। ବାଇପାସ୍‌ ଛକ ନିକଟରେ ଥିବା ଏହି ଚାକୁଣ୍ଡା ଗଛ ତଳେ ଯାତ୍ରୀମାନେ ଆଶ୍ରୟ ନେଇ ଦୂର ଜାଗାକୁ ଯାତ୍ରା କରୁଥିଲେ। ମାତ୍ର କେତେଜଣ ଦୁର୍ବୃତ୍ତ ଗୁରୁବାର ଉକ୍ତ ଚାକୁଣ୍ଡା ଗଛକୁ କଟର ସାହାଯ୍ୟରେ କାଟି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚତ୍ କାଠଗଣ୍ଡି ଜବତ କରିବା ସହ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ସରକାରୀ ଜାଗାରୁ କିପରି ସେମାନେ ଏତେବଡ଼ ଗଛକୁ କାଟିବାକୁ ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ। ଏହାବାଦ୍‌ ସରକାରୀ ଜମିରୁ ଯେଉଁ ଗଛ କଟା ହେବ, ତାହାକୁ ତହସିଲଦାର ନିଲାମ କରିବେ। ମାତ୍ର ତହସିଲଦାର କୌଣସି ନିଲାମ କରି ନ ଥିବା ବେଳେ କିପରି ସେମାନେ ବିନା ଅନୁମତିରେ ଗଛ କାଟି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ସେଠୀଙ୍କୁ ପଚାରିବାରୁ ଏ ନେଇ ଗଛ କାଟିଥିବା ଲୋକଙ୍କ ନଁାରେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ପ୍ରକାଶଥାଉ କି ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ ଗଛକାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସରକାରୀବାବୁଙ୍କ ଜାଣତରେ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି। ୨୦୨୨ ଅକ୍ଟୋବର ୨୩ରେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ ଦୁର୍ବୃତ୍ତ କାଟି ନେଇଥିଲେ। ପଟ୍ଟାମୁଣ୍ଡାଇ ତହସିଲଦାର ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ସେହିଭଳି ବାଲିପାଟଣା ପଞ୍ଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ ଦୁର୍ବୃତ୍ତ କାଟି ନେଇଗଲେ। ମାତ୍ର ତହସିଲଦାର ଆଜି ପର୍ଯ୍ୟନ୍ତ ଚୁପ ବସିଥିବା ବେଳେ ଗୁରୁବାର ପୁଣି ବାଇପାସ ନିକଟରୁ ଏକ ଚାକୁଣ୍ଡା ଗଛ କଟାହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଗଛକଟାକୁ ବିରୋଧ କରି ସ୍ଥାନୀୟ ଲୋକେ ପଟ୍ଟାମୁଣ୍ଡାଇ ତହସିଲଦାର ସେଠୀ ଓ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ସଞ୍ଜୟ ପଣ୍ଡା, ସନାତନ ବିଶ୍ୱାଳ, ଲକ୍ଷ୍ମୀଧର ବାରିକ ପ୍ରମୁଖ କହିଛନ୍ତି, ଯଦି ଜିଲା ପ୍ରଶାସନ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନ ନିଅନ୍ତି, ଆଗାମୀ ଦିନରେ ବ୍ଲକ ଓ ନଗର କଂଗ୍ରେସ ଆନ୍ଦୋଳନକୁ ଆପଣେଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri