Categories: ଜାତୀୟ

ଏଣିକି ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା

ନୂଆଦିଲ୍ଲୀ,୨୩।୫: ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ରେଷ୍ଟୁରାଣ୍ଟ ଖାଇବା ପରେ ଆଉ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ। ଏପରିକି ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଉପଭୋକ୍ତାଙ୍କ ମାମଲାର ବିଭାଗ ଶକ୍ତ ଦେଖାଇବା ସହ ଏନେଇ ଜୁନ ୨ରେ ଏକ ବଡ଼ ବୈଠକ ଡକାଇଛି। ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡ଼ିତ ଥିବା ସଂଗଠନ ସାମିଲ ହେବେ। ଏହି ବୈଠକର ଅଧ୍ୟକ୍ଷତା ଉପଭୋକ୍ତା ମାମଲା ବିଭାଗର ସଚିବ ରୋହିତ ସିଂହ କରିବେ। ଏଥିରେ ଏନ୍‌ଆରଏଆଇକୁ ମଧ୍ୟ ଡକାଇଯାଇଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତିତ ଜୋମାଟୋ,ସ୍ବିଗି, ଡେଲିଭରୀ, ଜେପ୍ଟୋ, ଓଲା, ଉବେର ଭଳି ପ୍ରଦାନକାରୀଙ୍କୁ ମଧ୍ୟ ଡକାଯାଇଛି। ଏହି ଅବସରରେ ଅନେକ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ସୂଚନା ମୁତାବକ, ସର୍ଭିସ ଚାର୍ଜକୁ ନେଇ କ୍ରମାଗତ ଅଭିଯୋଗ ହେବା ପରେ ସରକାର ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

Share